ଉପାନ୍ତ ଇଲାକାରେ ହାତୀର ଉପ ଦ୍ରଵ ହାତୀ ଆକ୍ରମଣରେ ୦୫ ବର୍ଷର ଛୁଆର ମୃତ୍ୟୁ :Ommtv kalinga vikas

ଉପାନ୍ତ ଇଲାକାରେ ହାତୀର ଉପ ଦ୍ରଵ ହାତୀ ଆକ୍ରମଣରେ ୦୫ ବର୍ଷର ଛୁଆର ମୃତ୍ୟୁ :Ommtv kalinga vikas

ଉପାନ୍ତ ଇଲାକାରେ ହାତୀର ଉପ ଦ୍ରଵ ହାତୀ ଆକ୍ରମଣରେ ୦୫ ବର୍ଷର ଛୁଆର ମୃତ୍ୟୁ :Ommtv kalinga vikas

ଉପାନ୍ତ ଇଲାକାରେ ହାତୀର ଉପ ଦ୍ରଵ ହାତୀ ଆକ୍ରମଣରେ ୦୫ ବର୍ଷର ଛୁଆର ମୃତ୍ୟୁ :Ommtv kalinga vikas

କଳାହାଣ୍ଡି ଜିଲ୍ଲା,୦୪/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର କୁନାକାଡୁ ଗ୍ରାମର କାଣୁ ମାଝୀ ଓ ତାଙ୍କ ସ୍ତ୍ରୀ ଙ୍କ ସାଥିରେ ଦୁଇ ପୁଅ ହରଡIଗୁଡା ଗ୍ରାମକୁ ନିଜର ଚାଷ ଜମିକୁ ଯାଉଥିବା ସମୟରେ ପଛ ପଟୁ ଆସି ଦୁଇ ପୁଅକୁ ଜଙ୍ଗଲୀ ହାତୀ ଆକ୍ରମଣ କରିଛି ଗତକାଲି ବା ସୋମବାର ୦୩/୧୧/୨୫ ତାରିଖ ଦିନ ସକାଳ ୦୭ ଘଣ୍ଟା ସମୟରେ ପାଞ୍ଚ ବର୍ଷର ସାନ ପୁଅ ରବି ମାଝୀକୁ ହାତୀ ନିଜ ଦାନ୍ତରେ ପେଟରେ ଭୁଷି ମାରିଦେଇଥିଲା I ତାପରେ ୦୮ ବର୍ଷର ବଡ଼ ପୁଅ ସIମ୍ବରୁ ମIଝିଙ୍କୁ ଦନ୍ତା ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା ଯାହା ଫଳରେ ବଡ଼ ପୁଅ ମଧ୍ୟ ଗୁରତର ହୋଇଯାଇଛନ୍ତି I ପ୍ରତେକ ଦିନ ଭଳି ସୋମବାର ଦିନ ସକାଳୁ ନିଜ ଚାଷଜମିକୁ ବାପ ଓ ମା ଆଘରେ ଚଳିଥାନ୍ତା ପଛରେ ଦୁଇ ପୁଅ ଆସୁଥିବା ସମୟରେ ଏହି ଘଟଣା ଘଟିଥିଲା ଘଟଣାସ୍ଥଳରେ ହିଁ ସାନଭାଇର ମୃତ୍ୟୁ ହୋଇଥିଲା I ତାପରେ ବଡ଼ ପୁଅ ପାଟି କରି ବାପା ଓ ମା ଙ୍କୁ ଡାକିଥିଲେ ତାପରେ ବାପା ମା ପୁଅର ମୃତ୍ୟୁକୁ ଦେଖି ପାଟି କରି ଗ୍ରାମର ସମସ୍ତଙ୍କୁ ଡାକିଥିଲେ ତୁରନ୍ତ ଗ୍ରାମର ଲୋକେ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ I

ପ୍ରଥମେ ଗ୍ରାମରୁ ଆସିଥିବା ସମସ୍ତ ଲୋକ ମିଶି ହାତୀକୁ ସେହି ଜାଗାରୁ ଘୋଉଡାଇ ଥିଲେ,ଏହି ମୃତ୍ୟୁ ଖବର ପାଇ ବିଜେପୁର ଥାନା ଆଇ ଆଇ ସି ନୀଳାମ୍ବର ଯାନୀଙ୍କ ନେତୃତ୍ୱରେ ଏସ ଆଇ ଶ୍ୟାମ କୁଲସିକାଙ୍କ ସମେତ ପୋଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଏହାକୁ ନେଇ ବିଜେପୁର ଥାନା ପୋଲିସ ପକ୍ଷରୁ କେଶ ନମ୍ବର - ୦୯/୨୫ ଏକ ଅପମୃତ୍ୟ ମାମଲା ରୁଜୁ କରିଛନ୍ତି I ଏହି ଖବର ପାଇ ବିଶ୍ୱନାଥପୁର ଏସି ଏଫ୍ ନରୋତ୍ତମ ମାଝୀ,ଲାଞ୍ଜିଗଡ ବ୍ଲକ ଦାଇତ୍ୱରେ ଥିବା ପ୍ରବେଶନାରୀ ଆଇ ଏ ଏସ ଅନିମେଶ ପ୍ରଧାନ,ଲାଞ୍ଜିଗଡ଼ ବନପାଳ ଧରଣୀଧର ପଣ୍ଡାଙ୍କ ସମେତ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ I ଏହି ଖବରକୁ ନେଇ ଆମେ ଶ୍ରୀ ପଣ୍ଡାଙ୍କୁ ପଚାରିଥିଲୁ କ୍ଷତିପୂରଣ ବାବଦକୁ ସରକାରଙ୍କ ତରଫରୁ ଯାହା ଆର୍ଥିକ ସାହାଯ୍ୟ ଥିବ ମୃତ୍ୟୁକଙ୍କ ପରିବାରକୁ ଦିଆଯିବା ବୋଲି ପ୍ରକାଶ କରଥିଲେ I ବାରମ୍ବାର ଏଇ ପ୍ରକାର ଘଟଣା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ହାତୀଙ୍କ ଉପଦ୍ରଵ ହେଉଥିବା ବେଳେ ଜନସାଧାରଣଙ୍କ ଧନଜୀବନ ସହିତ ଚାଷବାସ ନଷ୍ଟ କରିବା ସହିତ,ଗାଁ ଭିତରେ ପଶି ଘର ଦ୍ୱାର ଭାଙ୍ଗିବା ଓ ଘରେ ପଶି ଧାନ,ଚାଉଳ ଖାଇବ ସହ ଲୋକଙ୍କ ଚକୁଡି ମାରିବା ହାତୀଙ୍କ ଏହା ଅଭ୍ୟାସରେ ପରିଣୀତ ହୋଇ ଗଲାଣି I ଇତି ମଧ୍ୟରେ ବାରମ୍ବାର ତ୍ରିଲୋଚନ ପୁର ଗ୍ରାମ ବାସୀ ଲାଞ୍ଜିଗଡ ବନ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ହାତୀ ଘୋଡଇବା ପାଇଁ କହିବା ସତ୍ୱେ ମଧ୍ୟ ସେ ତ୍ରିଲୋଚନପୁର ପଞ୍ଚାୟତ ଲୋକଙ୍କ ବାସୀଙ୍କ କଥା ଶୁଣୁ ନାହାନ୍ତି ବୋଲି ସେହି ଗ୍ରାମର କିଛି ଲୋକ ଆମ ସମ୍ମୁଖରେ ପ୍ରକାଶ କରିଛନ୍ତି I