କ୍ରୋଧଚଣ୍ଡାଳ ଲ’ଲେକ୍‌ଚର.....ବାପାକୁ ଛୁରି ଭୁସି ହତ୍ୟାକଲା ଆଇନ୍ ପ୍ରଫେସର ପୁଅ : Ommtv Round The Clock

କ୍ରୋଧଚଣ୍ଡାଳ ଲ’ଲେକ୍‌ଚର.....ବାପାକୁ ଛୁରି ଭୁସି ହତ୍ୟାକଲା ଆଇନ୍ ପ୍ରଫେସର ପୁଅ : Ommtv Round The Clock

କ୍ରୋଧଚଣ୍ଡାଳ ଲ’ଲେକ୍‌ଚର.....ବାପାକୁ ଛୁରି ଭୁସି ହତ୍ୟାକଲା ଆଇନ୍ ପ୍ରଫେସର ପୁଅ : Ommtv Round The Clock
କ୍ରୋଧଚଣ୍ଡାଳ ଲ’ଲେକ୍‌ଚର.....ବାପାକୁ ଛୁରି ଭୁସି ହତ୍ୟାକଲା ଆଇନ୍ ପ୍ରଫେସର ପୁଅ : Ommtv Round The Clock
BBSR (Ommtv.in): ମଞ୍ଚେଶ୍ବର ପୋଲିସ୍ ‌ଷ୍ଟେସନ୍ ଥାନା ଅଧୀନ ରଙ୍ଗମାଟିଆ ଗ୍ରାମର ଡ଼ିଏଚପିଏଲ ହୋମସ୍ ଆପାର୍ଟମେଣ୍ଟରେ ରହୁଥିବା ଏକ ସଭ୍ରାନ୍ତ ଶ୍ରେଣୀ ପରିବାର ମଧ୍ୟରେ ମନାନ୍ତରହୋଇ ଘଟିଛି ହତ୍ୟାକାଣ୍ଡ। ଏକ ଘରୋଇ ଆଇନ୍ ବିଶ୍ବିବିଦ୍ୟାଳୟରେ ପ୍ରଫେସର ଭାବେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଥିବା ପୁଅ ଅନ୍ୟୁରୁଦ୍ଧ ଚୌଧରୀ (୪୫)ତାଙ୍କ ବାପା ଅବସର ପ୍ରାପ୍ତ ନାଳକୋ ବରିଷ୍ଠ ଅଧିକ‌ାରୀ ସୁନିଲ ଚୌଧରୀ(୬୮)ଙ୍କୁ ବିଭଶ୍ଚଭାବେ ଏକଧାରୁଆ ଛାରିରେ ଛାତିକୁ ୩ଥର ଭୁସି ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ସୁନିଲ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିଲେ। ଏନେଇ ପରିବାରଲୋକଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ମାମଲା ରଜୁ ହେବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫକରିଛି। ଅନ୍ୟ ପକ୍ଷରେ ଶ୍ରୀ ଚୌଧରୀ ପରିବାରର କେୟାର ଟେକର ଆଲୋକ ସାହୁ ସୁନିଲଙ୍କ ସ୍ତ୍ରୀ ତଥା ଅଭିଯୁକ୍ତର ମା’ ସୁନିତା ଚୌଧରୀ(୬୫)ଙ୍କ ନିକଟରୁ ରାତି ୩ଟା ୫୮ରେ ମୋବାଇଲଯୋଗ‌େ ସୂଚନାପାଇ ଏକ ଆମ୍ବୁଲାନସରେ ରକ୍ତ ଝୁଡ଼ୁବୁଡ଼ୁ ସୁନିଲଙ୍କୁ ଚିକିତ୍ସାପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲା ବେଳେ ଡ଼ାକ୍ତରଖାନାରେ ଡ଼ାକ୍ତର ସୁନିଲଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା ସୂଚନାପାଇ ଡ଼ିସିପି ନିତିନଜିତ୍ ସିଂ ଓ ଜୋନ୍ ଏସିପି ଆପାର୍ଟମେଣ୍ଟର ପ୍ରଥମ ମହଲା ୧୦୮ ରୁମ୍ ଘଟଣାସ୍ଥଳର ସ୍ପଟ୍ ଭିଜିଟ୍ କରିଥିଲେ। ଲକ୍ଷାଧିକ ଟଙ୍କା ବିଦେଶ ବୁଲିବାରେ ଖର୍ଚ୍ଚକରି ଦେବାଳିଆ ହୋଇଯାଇଥିବା ପୁଅ ବାପାଙ୍କୁ ବାରମ୍ବାର ଟଙ୍କା ମାଗି ନିରାସହୋଇ ଶେଷରେ କ୍ରୋଧର ଶିକାରହୋଇ ହତ୍ୟାକାଣ୍ଡ ଘଟାଇଥିବା ଡ଼ିସିପି ଶ୍ରୀ ସିଂ ମତପ୍ରକାଶ କରିଛନ୍ତି। ସାଇ‌ଣ୍ଟିଫିକ୍ ଦଳ ଥ୍ରୀଡ଼ି ସ୍କାନ୍ ଲେଜର କ୍ୟାମେରାରେ ଘଟଣାସ୍ଥଳ ରୁମର ସମସ୍ତ ଏଙ୍ଗେଲରୁ ଫଟୋ ଉଠାଇବା ସହିତ ରକ୍ତ ନମୁନା ଗ୍ରହଣକରି ପରୀକ୍ଷାପାଇଁ ଲ୍ୟାବକୁ ପଠାଇଛି। ଅନ୍ୟପକ୍ଷରେ ଏନେଇ ମୃତ ସୁନିଲଙ୍କ ଏକମାତ୍ର ଝିଅ ଦେବଗଡ଼ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟକରୁଥିବା ଅପୃର୍ବା ଚୌଧରୀ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପହଞ୍ଚି ବାପାଙ୍କ ଶବକୁ ଦେଖିବାପରେ କେୟାରଟେକର ଆଲୋକଙ୍କ ସହ ମଞ୍ଚେଶ୍ବର ଥାନାକୁ ଆସି ନିଜ ଭାଇ ନାମରେ ବାପାକୁ ହତ୍ୟାକରାଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାକୁ ଗୁରୁତର ଭାବରେ ଗ୍ରହଣକରି ମୃତ ସୁନିଲଙ୍କ ପାଖ ପଡ଼ୋଶୀ, କେୟାରଟେକର, ସ୍ତ୍ରୀ ଓ ଝିଅର ବୟାନ୍ ଗ୍ରହଣକରିଛନ୍ତି। ଏବଂ ଅଭିଯୋଗ ଅନୁଯାୟୀ ନୂଆ ଆଇନ୍ ଧାରା ୧୦୩(ବିଏନଏସ୍)ରେ ଅଭିଯୁକ୍ତ ଅନ୍ୟୁରୁଦ୍ଧକୁ ଗିରଫକରିଛି।

ଲକ୍ଷ ଲକ୍ଷ ଟଙ୍କା ଋଣ ପାଇଁ ଚାପରେ ଥିଲା ପୁଅ...
ହଜାରେ କି ଲକ୍ଷେ ନୁହେଁ, ଦଶ ଲକ୍ଷରୁ ଅଧିକ ଟଙ୍କା ଋଣ କରିଥିଲା ଅଭିଯୁକ୍ତ ଅନ୍ୟୁରୁଦ୍ଧ ଚୌଧରୀ। ଲକ୍ଷ ଲକ୍ଷ ଟଙ୍କା ଋଣ ସୁଜିବା ପାଇଁ ଚାପରେ ଥିଲା ପୁଅ। ନିକଟରେ ଋଣ ଟଙ୍କାରେ ସ୍ତ୍ରୀକୁ ନେଇ ବିଦେଶ ବୁଲିବାପାଇଁ ଯାଇଥିଲେ। ଆମୋଦ ପ୍ରମୋଦକରି ସବୁ ଟଙ୍କା ଖର୍ଚ୍ଚ ହୋଇଯିବାପରେ ଋଣ ଟଙ୍କାକୁ ସୁଜିବାପାଇଁ ବାପାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ବାପା ଏତେ ଟଙ୍କା ଦେବେ ନାହିଁ କହିବାରୁ ବାପାଙ୍କ ନାମରେ ଥିବା କିଛି ପ୍ଲଟ୍ ଓ ଫ୍ଲାଟ୍ ବିକ୍ରିକରି ଟଙ୍କା ଦିଅ ବୋଲି ଚାପ ପକାଉଥିଲେ ପୁଅ। ଯାହାନେଇ ବାପା ନିଜ ବରିଷ୍ଠ ନାଗରିକ ସଂଘର କିଛି ସାଙ୍ଗଙ୍କୁ କହି ପୁଅଟା ବୋହୂ କଥାରେ ଉଠବସ ହେଉଛି ବୋଲି ଜଣାଇ କାନ୍ଧୁଥିଲେ। ଏନେଇ ସେ ନିଜ କେୟରଟେକର ଆଲୋକସହ ମଧ୍ୟ ଅନେକ କଥା ସେୟାର କରୁଥିଲେ। ନିଜ ପରିବାରରେ ଶାନ୍ତିପାଇଁ ସାଙ୍ଗ ଓ ଶୁଭେଚ୍ଛୁ ତାଙ୍କ ପୁଅକୁ ଟିକେ ବୁଝାବୁଝି କରନ୍ତୁବୋଲି କହୁଥିଲେ।  
ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଟଙ୍କାପାଇଁ ଥିଲା ମନାନ୍ତର ମତାନ୍ତର...
କେୟାରଟେକର ଆଲୋକଙ୍କ ସୂଚନା ଅନୁଯାୟୀ ଟଙ୍କାପାଇଁ ଅଭିଯୁକ୍ତ ଅନ୍ୟୁରୁଦ୍ଧ ଓ ତାଙ୍କ ସ୍ତ୍ରୀ ଅପୁବା ରଥ ମଧ୍ୟରେ ସବୁବେଳେ ମନାନ୍ତର ମତାନ୍ତର ହେଉଥିଲା। ବାପାଙ୍କଠାରୁ ଘର, ଫ୍ଲାଟ୍ କିମ୍ବା ପ୍ଲଟ୍ ବିକ୍ରିକରି ଟଙ୍କା ଆଣ ବୋଲି କହି ବାରମ୍ବାର ବଚସା କରୁଥିଲେ। ଯେଉଁ କଥାକୁ ପୁଅ ଅନ୍ୟୁରୁଦ୍ଧ ନମାନିବାରୁ ଅନେକଥର ରାଗିଯାଇ ବାପଘରକୁ ଚାଲିଯାଉଥିଲେ ବୋହୂ। ଗତ ତିନି ଦିନ ପୂର୍ବେ ବୋହୂ ତାଙ୍କ ବାପଘରକୁ ଚାଲିଯାଇ ଆସୁ ଆସି ନାହାଁନ୍ତି। ଯେଉଁ କାରଣରୁ ଗତ ତିନି ଦିନ ହେବ ପୁଆ ବାପାଙ୍କ ନିକଟରେ ତାଙ୍କ ଫ୍ଲାଟରେ ରହୁଥିଲେ। ନିଜ ଶାଶୁ ଶଶୁର ନିକଟରେ ଥାଇ ମଧ୍ୟ ଅନ୍ୟ ଏକ ଫ୍ଲାଟରେ ରହୁଥିଲେ ପୁଅ ଓ ବୋହୂ ପାଇଁ ଶେଷରେ ଟଙ୍କା ହେଲା କଣ୍ଟା। ବାରମ୍ବାର ବାପାଙ୍କୁ ଟଙ୍କା ମାଗି ନିରାସହେବାପରେ ଶେଷରେ ପୁଅ ରୋଷେଇ ଛୁରୀରେ ଛାତିକୁ ଭୁସି ଆକ୍ରମଣକଲା।     
 
ବହୁ କଷ୍ଠକରି ବଞ୍ଚାଇ ପାରିଲାନାହିଁ ମାଲିକକୁ...
ଆଜି ରାତି ୩ଟା ୫୮ରେ ଖବରପାଇ ଆଲୋକ ମାଲିକର ଆପାର୍ଟମେଣ୍ଟକୁ ଯାଇ ଦେଖିଥିଲା ତା’ର ମାଲିକ ରକ୍ତ ଝୁଡ଼ୁବୁଡ଼ୁ ହୋଇ ବେଡ଼ ଉପରେ ପଡ଼ିଛଡ଼୍ତି। ନିକଟରେ ତାଙ୍କ ସ୍ତ୍ରୀ ରାହାଧରି କାନ୍ଦୁ ଛନ୍ତି ଏବଂ ପୁଅ ଏକ ଧାରୁଆ ଛୁରିକୁ ହାତରେ ଥରି ଅନ୍ୟ ଏକ ଘରେ ସୋଫାଉପରେ ବସିଛି। ଏହାଦେଖି ଆଲୋକ ଉପର ମହଲା କିଛି ଲୋକଙ୍କ କଲିଂ ବେଲ ବଜାଇ ଡ଼ାକିବା ସହ କିଛି ଲୋକଙ୍କ ସହ ମିଶି ରକ୍ତ ଝୁଡ଼ୁବୁଡ଼ୁ ସୁନିଲଙ୍କୁ କାନ୍ଧେଇ ଆମ୍ବୁଲାନସରେ କ୍ୟାପିଟାଲ ହସ୍ପିଟାଲନେଇଆସିଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହାନେଇ ଆଲୋକ ନିଜ ମାଲିକଙ୍କୁ ବଞ୍ଚାଇପାରିନଥିବାରୁ ମନ ଦୁଃଖରେ ମାଲିକ ପରିବାରଲୋକଙ୍କୁ ସୂଚନା ଦେବା ସହିତ ପୁଲିସ୍‌କୁ ମଧ୍ୟ ସୂଚନା ଦେଇଥିଲେ। ମୃତ୍ୟୁ ବେଳେ ମାଲିକ ଆଲୋକଙ୍କୁ ବଞ୍ଚେଇଦେରେ କହୁଥିଲେ ମଧ୍ୟ ଆଲୋକ କିଛି କରିପାରିନଥିବାରୁ ନିଜକୁ ଲଜ୍ଜିତ ଅନୁଭବ କରିଥିଲେ। 

ବାପା ମୁହଁରେ ତକିଆ ଚାପି...
ବାପାକୁ ମାରିବାପାଇଁ ପୂର୍ବ ପ୍ରସ୍ତୁତି କରି ଆସିଥିଲା ପୁଅ। ସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯିବାପରେ ସେ ରହୁଥିବା ସାହୁ ରେସିଡ଼େନସିଆଲରେ ଆଉ ନରହି ବାପା ଓ ମା’ଙ୍କ ନିକଟରେ ରାତି‌ରେ ଗତ ତିନି ଦିନ ହେବ ରହୁଥିଲେ। ଗତକାଲି ରାତିରେ ମଧ୍ୟ ସେ ବାପାଙ୍କ ପାଖରେ ରହି ଟଙ୍କା କଥା ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ବଚସାହେଉଥିଲା ବୋଲି ପାଖ ପଡ଼ୋଶୀ କହିଛନ୍ତି। ଆଜି ଭୋରରୁ ବାପା ଶୋଇଥିଲା ବେଳେ ରୋଷେଇଘରୁ ଏକ ଧାରୁଆ ଛୁରୀକୁ ଆଣି ବାପାଙ୍କ ମୁହଁରେ ତକିଆ ତାପି ବାରମ୍ବାର ଛାତିକୁ ଭୁସି ଚାଲିଥିଲେ। ବାପା ଚିତ୍କାର ଶୁଣି ମା’ ମଧ୍ୟ ଉଠି ଚିତ୍କାର କରିଥିଲେ ଏବଂ ଏସବୁଦେଖି ପ୍ରଥମେ ଘରର କେୟାରଟେକର ଆଲୋକକୁ ସୂଚନା ଦେଇଥିଲେ।  
 
ଆଇନ୍ ପାଠ ପଢ଼ାଉଥି‌ଲି ଆଇନକୁ ହାତରେ ନେଲେ...
ଟଙ୍କାପାଇଁ ବାପାକୁ ହତ୍ୟା କରିଥିବା ପୁଅ ଜଣେ ଆଇନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ହୋଇ ଶହ ଶହ ଆଇନ୍ ଛାତ୍ରଛାତ୍ରୀଙ୍କୁ ଆଇନ୍ ପାଠ ପଢ଼ାଉଥିଲେ ମଧ୍ୟ ଘଟଣାବେଳେ ହିତାହିତିକ ଜ୍ଞାନ ଭୁଳିଯାଇଥିଲେ। ଶେଷରେ ସେ ଆଇନକୁ ହାତରେ ନେଇ ନିଜ ଜନ୍ମକଲା ବାପାକୁ ଖିନବିନକରି ହତ୍ୟାକରିଥିଲେ। ଏପରି ଖବର ପ୍ରକଟ ହେବାପରେ ଆଖପାଖ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ବିଭିନ୍ନ ସମୟରେ ଅନେକଗୁଡ଼ିଏ ଟିଭି ଡ଼ିସକସନ୍ କାର୍ଯ୍ୟକ୍ରମରେ ଆଇନ୍ ବିଷେସଜ୍ଞ ଭାଗନେଇ ଯୋଗଦେଇ ଦର୍ଶକଙ୍କୁ ଆଇନକଥା ବୁଝାଉଥିବା ଏହି ପ୍ରଫେସର ହତ୍ୟା ଭଳି ଏକ ରଘନ୍ୟ ଅପରାଧ ଘଟାଇବା ପରେ ଘରେ ଚୁପହୋଇ ବସିଯାଇଥିଲେ। ଏମିତି କି ସେ କ’ଣ କରିଦେଇଛନ୍ତି ତାହାନେଇ ଥାନାରେ ମଧ୍ୟ ଆବାକାବା ହୋଇ ବସିଥିଲେ। ସେ କିଛି ଜାଣି ପାରୁ ନାହାଁନ୍ତି ବୋଲି ପୁଲିସକୁ କହୁଥିଲା ବେଳେ ଥାନାରେ ତାଙ୍କ ଭଉଣୀ ଓ କେୟାରଟେକର ପହଞ୍ଚି ବହେ ଶୁଣାଇଥିଲେ।