ନକଲି ମହିଳା ପୋଲିସ ମାଗୁଥିଲା ଲାଞ୍ଚ ବାନ୍ଧିନେଲା ଅସଲି ପୋଲିସ : Ommtv

ନକଲି ମହିଳା ପୋଲିସ ମାଗୁଥିଲା ଲାଞ୍ଚ ବାନ୍ଧିନେଲା ଅସଲି ପୋଲିସ

ନକଲି ମହିଳା ପୋଲିସ ମାଗୁଥିଲା ଲାଞ୍ଚ ବାନ୍ଧିନେଲା ଅସଲି ପୋଲିସ : Ommtv
ନକଲି ମହିଳା ପୋଲିସ ମାଗୁଥିଲା ଲାଞ୍ଚ ବାନ୍ଧିନେଲା ଅସଲି ପୋଲିସ : Ommtv
ରିପୋର୍ଟର : ନୀହାର ରଞ୍ଜନ ମହାନ୍ତ
: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡା ଗ୍ରାମର କାଳିପଦ ମହାନ୍ତଙ୍କ ଘରେ ପଶି ଜଣେ ନକଲି ମହିଳା ପୋଲିସ ତାଙ୍କ ପୁଅ ବିରୋଧରେ କେଶ୍ ହୋଇଛି ବଲି କହିଥିଲେ ଏବଂ ୨୦ ହଜାର ଟଙ୍କା ଦିଅ ନଚେତ୍ ଆରେଷ୍ଟ୍ କରି କୋର୍ଟ ଚାଲାଣ କରିବି ବୋଲି ଧମକଚମକ ଦେଇଥିଲା | ତେବେ ଗାଁ ଲୋକ ଉଠି ଆସି ନକଲି ପୁଲିସର ହାବଭାବ ନକଲି ବୋଲି ସନ୍ଦେହ କରିବାରୁ ଅନେକ ପ୍ରଶ୍ନ କରିଥିଲେ | ପ୍ରଶ୍ନର ଉତ୍ତର ଦେଇ ନ ପାରି ମହିଳା ଜଣଙ୍କ ସେଠାରୁ ଚାଲିଯାଇଥିଲା | ତେବେ ସୋମବାର ସକାଳେ ଗ୍ରାମାଞ୍ଚଳ ଥାନାକୁ ଯାଇ ନୁରୁବାଦଡା ର କାଳିପଦ ମହାନ୍ତ ନକଲି ପୁଲିସ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ ନକଲି ପୁଲିସକୁ ଚିହ୍ନଟ କରି ରାଇରଙ୍ଗପୁରସ୍ତିତ କୁଚେଇବୁଢୀ ଗ୍ରାମ ୱାର୍ଡ ନଂ ୪ ବାସଭବନରୁ ଗିରଫ କରିଥିଲେ | ତେବେ ତଦନ୍ତ ପ୍ରକ୍ରିୟା ସମାପନ ପରେ କୋର୍ଟ ଚାଲାଣ କରାଯାଇଛି | ତେବେ ନକଲି ପୋଲିସ ମହିଳା ଜଣକ ହେଲେ ପ୍ରଭାତି ମହାନ୍ତ ବୟସ ୨୮ ପିତା ରଂଜୁ ମହାନ୍ତ ବଲି ଜଣାପଡିଛି | ଏନେଇ ଗ୍ରାମାଞ୍ଚଳ ପୁଲିସ କେଶ ନଂ ୧୨୧-୨୩ ରେ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋର୍ଡ ୪୧୯/୩୮୯/୪୫୨ ଦଫାରେ ତଦନ୍ତ ଚାଲୁରହିଛି | ତେବେ ଉକ୍ତ ମହିଳା ଜଣଙ୍କ ରାଇରଙ୍ଗପୁର ପୌରପରିଷଦର ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ତଥା ୨୨୦ ନଂ ଜାତୀୟ ପଥ ରାସ୍ତାକଡରେ ପରିବା ଦୋକାନ କରି ପରିବାର ଭରଣପୋଷଣ କରୁଥିଲା |ତେବେ ଏପରି ମହିଳା ହୋଇ କିଭଳି ନକଲି ପୁଲିସ ସାଜି ଏଭଳି ଅପରାଧମୂଳକ ଚିନ୍ତାଧାରା ଆସିଛି ତା ନେଇ ଏବେ ରାଇରଙ୍ଗପୁର ସହରରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି |
ମୟୁରଭଞ୍ଜ ରୁ ନୀହାର ରଞ୍ଜନ ମହାନ୍ତ ଙ୍କ ରିପୋର୍ଟ ଓମ୍ ଟିଭି. #Mayurbhanja #Ommtv #Omtv #Crime #Kalingacinearts #NBPC #savdhanindia #CrimePetrol