ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଜଳ ସରଂକ୍ଷଣ ଓ ପରିବେଶ ନିମନ୍ତେ ଜୀବନ ଶୈଳୀ ସମ୍ପର୍କରେ ଏକ ଦିନିକିଆ ସଚେତନତା : Ommtv

ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଜଳ ସରଂକ୍ଷଣ ଓ ପରିବେଶ ନିମନ୍ତେ ଜୀବନ ଶୈଳୀ ସମ୍ପର୍କରେ ଏକ ଦିନିକିଆ ସଚେତନତା

ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଜଳ ସରଂକ୍ଷଣ ଓ ପରିବେଶ ନିମନ୍ତେ ଜୀବନ ଶୈଳୀ ସମ୍ପର୍କରେ ଏକ ଦିନିକିଆ ସଚେତନତା : Ommtv

ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଜଳ ସରଂକ୍ଷଣ ଓ ପରିବେଶ ନିମନ୍ତେ ଜୀବନ ଶୈଳୀ ସମ୍ପର୍କରେ ଏକ ଦିନିକିଆ ସଚେତନତା : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହିନ୍ଦୋଳ ଉପଖଣ୍ଡ ରାସୋଳ ବାଙ୍କଟିଆ ସ୍ଥିତ ଗଣେଶ୍ଵର କ୍ଲବ ପରିସରରେ ଆଜି ଢେଙ୍କାନାଳ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଜଳ ସରଂକ୍ଷଣ ଓ ପରିବେଶ ନିମନ୍ତେ ଜୀବନ ଶୈଳୀ ସମ୍ପର୍କରେ ଏକ ଦିନିକିଆ ସଚେତନତା ସଭା ବ୍ଲକ୍ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ଉପ ନିର୍ଦେଶକ ଅଶୋକ କୁମାର ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ କ୍ଲବ ବରିଷ୍ଠ ସଦସ୍ୟ ବାଉରୀ ବନ୍ଧୁ ପାଳ ଯୋଗ ଦେଇଥିଲେ। କ୍ଲବ ସମ୍ପାଦକ ରାଜେନ୍ଦ୍ର ପାଲ ସଭାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଚିତ୍ରାଙ୍କନ ଓ ଗୋଷ୍ଠୀଗତ ଆଲୋଚନା ଚକ୍ର ଆୟୋଜନ କରିଥିଲେ। ସର୍ବଶେଷରେ ଜଳ ର ଅଭାବ ପାଇଁ ବର୍ଷା ଦିନେ ବର୍ଷା ଜଳକୁ ସରଂକ୍ଷଣ ଦ୍ଵାରା ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ଅଞ୍ଚଳ ମଧ୍ୟରୁ ଅଂଶଗ୍ରହଣ କରିଥିବା ସ୍ଵେଚ୍ଛାସେବୀ ସାମାଜିକ କର୍ମୀ ଓ କାର୍ଯ୍ୟରତ କ୍ଲବ କର୍ମୀ ମାନଙ୍କୁ ମୁଖ୍ୟ ଅତିଥି ଶପଥ ପାଠ କରାଇଥିଲେ। ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #Dhenkanal #Ommtv #Omtv #KalingaCineArts #NBPC #ganesworaclub