OMM TV ଏକତା ହିଁ ବଳ,ଏକତା ରହିଲେ ସବୁ ଲକ୍ଷ ହାସଲ ସମ୍ଭବ : ରାଜଗୋପାଳ ପି ଭି

Bhubaneswar News

OMM TV ଏକତା ହିଁ ବଳ,ଏକତା ରହିଲେ ସବୁ ଲକ୍ଷ ହାସଲ ସମ୍ଭବ : ରାଜଗୋପାଳ ପି ଭି
OMM TV ଏକତା ହିଁ ବଳ,ଏକତା ରହିଲେ ସବୁ ଲକ୍ଷ ହାସଲ ସମ୍ଭବ : ରାଜଗୋପାଳ ପି ଭି
ଏକତା ପରିଷଦ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
: ଏକତା ପରିଷଦ ଓଡିଶା ର ସଂଯୋଜକ ବିଜୟ ପ୍ରଧାନଙ୍କ ସଂଯୋଜନା ରେ ବୁଦ୍ଧ ମନ୍ଦିର ଠାରେ ରାଜ୍ୟ ପରିଷଦ ବୈଠକ ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସାଧାରଣ ମଣିଷର ଭୂମି, ଜଳ, ଜମି, ଜଙ୍ଗଲ ତଥା ସମସ୍ୟା ସମ୍ପର୍କ ରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ଅତିଥି ଭାବେ ଏକତା ପରିଷଦ ପ୍ରତିଷ୍ଠାତା ଅଧକ୍ଷ ପି ଭି ରାଜଗୋପାଳ, ଏକତା ମହିଳା ମଞ୍ଚ ପ୍ରତିଷ୍ଠାତ୍ରୀ ଜିଲକାର ହlରିଶ ଯୋଗ ଦେଇ l ପ୍ରତ୍ୟେକ ମଣିଷର ଏକ ସାଧାରଣ ଘର ପାଇଁ ନିଜସ୍ୱ ଭୂମି, ପ୍ରତ୍ୟେକ ଚାଷୀ କୁ ନିଜସ୍ୱ ଚାଷ ଜମି, ଜଙ୍ଗଲ ଅଧିବାସୀ ଙ୍କୁ ଜଙ୍ଗଲ ଜମି ଜାତ ଦ୍ରବ୍ୟ ର ମୁକ୍ତ ଅଧିକାର, ପାଣି, ପବନ କୁ ନେଇ ଅଧିକାର ସମ୍ପର୍କ ରେ ଆଲୋଚନା ହୋଇଥିଲା l ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ନିଜସ୍ୱ ଜମି ରହିବା ଦରକାର, ଏଥି ପାଇଁ ବିଶେଷ ଧ୍ୟାନ ଦେବାକୁ ପଡିବ ବୋଲି ସମସ୍ତେ ବକ୍ତବ୍ୟ ରେ କହିଥିଲେ l ଜାପାନ ସରକାରଙ୍କ ଦ୍ୱାରା ବିଶ୍ୱ ରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ନିୱାନ ଶାନ୍ତି ପୁରସ୍କାର ପାଇଥିବାରୁ ପିଭି ରାଜଗୋପାଳ ଙ୍କୁ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା l ବିଶେଷ ଅତିଥି ପିଭି ରାଜଗୋପାଳ ନିଜସ୍ୱ ଭୂମି ପ୍ରତ୍ୟେକ ମଣିଷର ନ୍ୟାୟସିଦ୍ଧ ଅଧିକାର l ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବିଶେଷ ଧ୍ୟାନ ଦେବକୁ ପଡିବ l ଲକ୍ଷ ହାସଲ ପାଇଁ ତଥା ଦାବୀ ହାସଲ କ୍ଷେତ୍ରରେ ଏକତା ମାଧ୍ୟମରେ ଏକାଠି ହୋଇ ଲଢେଇ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉପସ୍ଥିତ ସମସ୍ତ ସଦସ୍ୟ ନିଷ୍ପତି ନେଇଥିଲେ l କାର୍ଯ୍ୟକ୍ରମରେ ଏକତା ପରିଷଦର ଉପଦେଷ୍ଟା ଭାବେ ଜାତୀୟ ଯୁବ ପ୍ରକଳ୍ପ ଓଡିଶା ଅଧକ୍ଷ ସର୍ବଶ୍ରୀ ମଧୁସୂଦନ ଦାସ, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭିଟାମାଟି ସୁରକ୍ଷା ଅଭିଯାନର ଅରୁଣ ଜେନା, ପ୍ରେରଣା ବା ଗ୍ରୀନ ଆର୍ମି ଅଧକ୍ଷ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା, ସଚିକାନ୍ତ ପ୍ରଧାନ,.ଭାରତ ଭୂଷଣ ଠାକୁର,... ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l #ektaparisad #Bhubaneswar #OmmTv #OmTV #NBPC #KalingaCineArts