ରଥଯାତ୍ରାପାଇଁ ରଥ ପଥ ପ୍ରସ୍ତୁତ – ତିନିଟି ସ୍ଥାନର ସ୍ବତନ୍ତ୍ରତା : Ommtv Round The Clock

ରଥଯାତ୍ରାପାଇଁ ରଥ ପଥ ପ୍ରସ୍ତୁତ – ତିନିଟି ସ୍ଥାନର ସ୍ବତନ୍ତ୍ରତା : Ommtv Round The Clock

ରଥଯାତ୍ରାପାଇଁ ରଥ ପଥ ପ୍ରସ୍ତୁତ – ତିନିଟି ସ୍ଥାନର ସ୍ବତନ୍ତ୍ରତା : Ommtv Round The Clock

ରଥଯାତ୍ରାପାଇଁ ରଥ ପଥ ପ୍ରସ୍ତୁତ – ତିନିଟି ସ୍ଥାନର ସ୍ବତନ୍ତ୍ରତା : Ommtv Round The Clock

BBSR: ରଥ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଇଛି ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିର ରଥ ଓ ବଡ଼ ଦାଣ୍ଡ ପାଲଟିଥିବା ମନ୍ଦିର ନିକଟ ପଥ। ଚଳିତ ବର୍ଷ ଧୂମଧାମରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଅଞ୍ଚଳର ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ଆଡ଼ମ୍ବର କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିସ୍ ଶ୍ରୀବାଣୀ ‌କ୍ଷେତ୍ର‌ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ପାଇଁ ତିନିଟି ରଥ ପ୍ରସ୍ତୁତ ହୋଇଥିଲା ବେଳେ ମୈତ୍ରୀବିହାର ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ତିନି ଠାକୁରଙ୍କ ପାଇଁ ତିନିଟି ରଥ ପ୍ରସ୍ତୁର କରାଯାଇଛି। ସେହିଭଳି ପଟିଆ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥାନୀୟ ଅଞ୍ଚଳର ସର୍ବ ବୃହତ ଗୋଟିଏ ରଥ ପ୍ରସ୍ତୁତ କରାଯାଇଛି। ଶୈଳଶ୍ରୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର, ବିଡ଼ିଏ କଲୋନି, ରେଳୱେ କଲୋନି, ମଞ୍ଚେଶ୍ବର, ରଙ୍ଗମାଟିଆ ଏବଂ ଗାଡ଼କଣରେ ମଧ୍ୟ ରଥଯାତ୍ରାପାଇଁ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରଥ ପ୍ରସ୍ତୁତ କରାଯାଇଛି। ରଥରେ ନୂଆ ରଙ୍ଗ ଲେପକରାଯାଇ ସେଥିରେ ବିଭିନ୍ନ ପ୍ରକାର ଦେବା ଦେବୀଙ୍କର ଚିତ୍ର ଅଙ୍କନ କରାଯାଇଛି। ରଥ ମରାମତି ହୋଇ ବିଭିନ୍ନ ଖଞ୍ଜାରେ କାଠ ଖିଲ କିମ୍ବା ଲୁହା କଣ୍ଟାରେ ଅଖ ଚକକୁ ପରୀକ୍ଷାକରାଯାଇଛି। ଏହି ସବୁସ୍ଥାନରେ ମନ୍ଦିର ପରିଚାଳନା କମିଟି ମୁଖ୍ୟମାନେ ଛେରା ପହଁରା କରି‌ବେ। କିଟ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ, ଆରସିଏମ୍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଏବଂ ଅନ୍ୟାନ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ପ୍ରଥମେ ଅନୁଷ୍ଠିତ ହେବ ନବ‌ଯୌବନ ଓ ନେତ୍ରୋତ୍ସବ । ଏହି ସମ‌ୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶକ ପାଇ ସଂଧ୍ୟା ଆଳତୀରେ ଯୋଗଦେଇ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ବାରା ନିର୍ଧାରିତ ରଥଯାତ୍ରା ନିତିନିୟକୁ ପାଳନକରି ରଥଟଣାଯିବ ବୋଲି କହିଛନ୍ତି। ସକାଳ ୧୦ ଟାରେ ପହଣ୍ଡି ଆରମ୍ଭ କରାଯିବା ନେଇ ଆୟୋଜନ କରାଯାଇଛି। ଏଥିରେ ମନ୍ଦିର ସେବାୟତମାନେ ମୁଖ୍ୟ ଭୁମିକା ଗ୍ରହଣକରିବେ। ଅପରାହଣ ୩ ଟାରୁ ୪ ମଧ୍ୟରେ ଛେରା ପହଁରା କରାଯିବ। ପରେ ପରେ ପାଖାପାଖି ସାଢ଼େ ଚାରିଟା ବେଳେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ରଥଟଣା ଅରମ୍ଭ ହେବ। ଯେଉଁଥିରେ ରଥଯାତ୍ରାପାଇଁ ପ୍ରତିଟି ରଥରେ ଜେଣ ଲେଖାଏ ଦଇତାପତି ନିୟୋଜିତ ହୋଇଛନ୍ତି। ମାଉସୀ ମା’ ମନ୍ଦିରରେ ତିନିଠାକୁର ସ୍ଥାପନହେବା ନେଇ ସମସ୍ତ ପ୍ରକାର ଆୟୋଜନ କରାଯାଇଛି ।

ପଟିଆରେ ସବୁଠାରୁ ବଡ଼ ରଥ…

ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ରଥର ଉଚ୍ଚତା ପାଖାପାଖି ୫ରୁ ୮ ଫୁଟ ମଧ୍ୟରେ ରହିଥିଲା ବେଳେ କିସ୍ ଜଗନ୍ନାଥ ମନ୍ଦିର ତିନି ରଥର ଉଚ୍ଚତା ପାଖାପାଖି ୧୨ରୁ ୧୬ ଫୁଟ୍ ନିର୍ମାଣ କରାଯାଇଛି। ସେହିଭଳି ଆରସିଏମ ଜଗନ୍ନାଥ ମନ୍ଦିର ରଥ ୮ରୁ ୧୦ ଫୁଟ ତିଆରି ହୋଇଛି। ଶୈଳଶ୍ରୀବିହାର ରଥର ଉଚ୍ଚତା ୧୫ରୁ ୧୮ ଫୁଟ ମଧ୍ୟରେ ରହିଥିବା ବ‌େଳେ ପଟିଆର ସର୍ବାଧିକ ୧୮ରୁ ୨୨ ଫୁଟ ହୋଇଥିବା ସୂଚନା ରହିଛି। ପଟିଆ ଗ୍ରାମ ବଡ଼ଦାଣ୍ଡରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ ରଥଯାତ୍ରାଦିନ ମାତ୍ର ଏଠାରେ ଡ଼ାହୁକ ଡ଼ାକ ଶୁଣିବାପାଇଁ ଭିଡ଼ଜମେ। ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ନୀତିକାନ୍ତି ପରେ ପଟିଆ ରାଜା ଦିବ୍ୟସିଂହ ଦେବ ଛେରାପଁହରା କରିବେ। ରାଜଧାନୀର ସର୍ବ ବୃହତ ରଥକୁ ଦେଖିବାପାଇଁ ଆଖପାଖ ଲୋକମାନଙ୍କ ମଧ୍ୟରେ ବେସ ଉତ୍କଣ୍ଠା ଦେଖାଯାଇଥାଏ। ଗୋଟିଏ ପାଖ ରଥ ଦଉଡ଼ିକୁ ପୁରୁଷ ଓ ଅନ୍ୟ ଦଉଡ଼ିକୁ ମହିଳାମାନେ ଟାଣିଟାଣି ନିକଟ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ନେବେ।

ସୁଭଦ୍ରାରଥକୁ କେବଳ ମହିଳା ଓ ଯୁବତୀ ଟାଣିବେ

କିସ୍ ଶ୍ରୀବାଣୀ କ୍ଷେତ୍ରରେ ରହିଛି ଏକ ସ୍ବତସ୍ତ୍ରତା। ଏଠାରେ ସୁଭଦ୍ରା ମା’ଙ୍କ ରଥକୁ କେବଳ ମହିଳା ଓ ଯୁବତୀମାନେ ଡ଼ାଣିଥାନ୍ତି। ଏମିତିକି ଏହି ରଥର ଦାୟୀତ୍ବରେ ମଧ୍ୟ କେବଳ ମହିଳା ସୁରକ୍ଷାକର୍ମୀ ରହିଥାନ୍ତି। ବେକଳ ରଥଉପରେ ଦଇତାପତୀ ଓ ପୂଜକଙ୍କୁ ଛାଡ଼ିଦେଲେ ଏହି ରଥରେର ସମସ୍ତ ଦାୟୀତ୍ବ ମହିଳାମାନଙ୍କର ରହିଥାଏ। ଯାହାନେଇ କିସ୍ ଓ କିଟ୍ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ଓ ସ୍ଥାନୀୟ ମହିଳା ଯୁବତୀ ଏହି ରଥଟାଣିବାପାଇଁ ବେଶଆଗଭର ହୋଇଥାନ୍ତି। ମହିଳା ପୁଲିସ୍ ଏହିରଥ ଟଣା କାର୍ଯ୍ୟପାଇଁ ଦାୟୀତ୍ବ ନେଇଥାନ୍ତି।

ଆରସିଏମ ରଥଯାତ୍ରାରେ ଆଦିବାସୀ ନୃତ୍ୟ

ମୈତ୍ରୀବିହର ଆରସିଏମ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ରଥ ଆଗରେ ଧୂମଧଡ଼ାକ ଆଦିବାସୀ ନୃତ୍ୟ ‌ଅନୁ‌ଷ୍ଠିତ ହେବ। ଏଠାରେ ଆଦିବାସୀମାନେ ରଥଆଗରେ ଶୋଭ‌ାଯାତ୍ରାକରି ସାନ୍ତାଳୀ, ଦେଶୀଆ, ହୋ ଏବଂ ମୁଣ୍ଡା ନୃତ୍ୟ କରିବେ। ଏହି ସମୟରେ ଆଦିବାସୀ ପାରମ୍ପାରିକ ବାଦ୍ୟଯନ୍ତ୍ର ଢ଼ୋଲ, ମହୁରୀ, ତାସା, ଚଡ଼ଚଡ଼ୀ, ଚୁଙ୍ଗା, ଘଣ୍ଟି ସହ ମାଦଳ ବାଜିବ। ଯାହାର ତାଳେତାଳେ ଶ୍ରଦ୍ଧାଳୁମାନେ ରଥକୁ ଟାଣିଆଣିବେ । ଏଠାରେ ଆଦିବାସୀ ନୃତ୍ୟ ଦେଖିବାପାଇଁ ବେସଭିଡ଼ ଜମିଥାଏ। ସ୍ଥାନୀୟ ଅଞ୍ଚଳରେ ଅନେକ ସମ୍ପର୍ଦାୟର ଆଦିବାସୀ ଲୋକ ରହୁଥିବାରୁ ସେମାନେ ସ୍ବଇଚ୍ଛାରେ ନିଜର ପାରମ୍ପାରିକ ପୋଷାକ ଓ ଗହଣା ପିନ୍ଧି ରଥଯାତ୍ରା ଦିନ ରଥଟଣା ସମୟରେ ଶୋଭାଯାତ୍ରାରେ ଯୋଗଦେଇଥାନ୍ତି।

ରଥଯାତ୍ରାପାଇଁ ସ୍ବତନ୍ତ୍ର ରୁଟ୍ ଚାଟ୍

: ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା ବେଳେ ପ୍ରତିଷ୍ଠିତ ମନ୍ଦିର କମିଟି ଶ୍ରୀବାଣୀ କ୍ଷେତ୍ର କିସ୍ ଜଗନ୍ନାଥ ମନ୍ଦିର, ଆରସିଏମ୍ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶୈଳଶ୍ରୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ସ୍ଥାନୀୟ ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଏହି ତିନି ମନ୍ଦିରର ରଥଯାତ୍ରା ସର୍ବସାଧାରଣ ଜନଗହଳି ରାସ୍ତାରେ ଅନୁଷ୍ଠିତ ହେଉଥିବାରୁ ଯାତ୍ରାନେଇ ସ୍ବତନ୍ତ୍ର ରୁଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। କମିଟି ପକ୍ଷରୁ ନିର୍ଧାରିତ ରଥ ଟଣଶ ସମୟରେ ଉଭୟ ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥନା ପୁଲିସ୍ ସହିତ ଜୋନ୍ ୨ ଟ୍ରାଫିକ୍ ଥାନା ପକ୍ଷରୁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବନ୍ଦବସ୍ତ କରାଯାଇଛି। ଏସବୁର ନେତୃତ୍ବ ନେଉଛନ୍ତି ଜୋନ୍ ଏସିପି ରମେଶ ଚନ୍ଦ୍ର ବଶୋଇ। ତାଙ୍କୁ ସହଯୋଗ କରିବେ ସ୍ଥାନୀୟ ଦୁଇଟି ଥାନା ଆଇଆଇସି । କିସ୍ ଶ୍ରୀବାଣୀ‌ କ୍ଷେତ୍ରରୁ ତିନି ରଥ ବାହାରି ପାଖାପାଖି ଏକ କିଲୋମିଟର ଶିଖରଚଣ୍ଡି ଛକ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଆସିବା ବେଳେ ଉକ୍ତ ପଥରଗାଡ଼ିଆ କିସ୍ ରାସ୍ତାକୁ ବ୍ୟାରିଗେଟ୍ ପକାଇ ବନ୍ଦକରିଦିଆ ଯିବ। ଏହି ସମୟରେ ଉଭୟ ପାଖରୁ କୌଣସି ଜାନବାହାନକୁ ଛଡ଼ାଯିବା ନାହିଁ। ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲାପରେ ଟ୍ରାଫିକ୍ ବ୍ୟବସ୍ଥା ସ୍ବଭାବିକ କରାଯିବ। ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ସମୟରେ ଦୁଇ ପ୍ଲାଟୁନ୍ ଫୋର୍ସ ବନ୍ଦବସ୍ତ କରାଯାଇଥିଲା ବେଳେ କିଟ୍ ଓ କିସ୍ ସୁରକ୍ଷାର୍କମୀମାନେମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ସହଯୋଗ କରିବେ। ସେହିଭଳି ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର ରଥ ପାଖାପାଖି ଏକ କିଲୋମିଟର ମଙ୍ଗଳା ମନ୍ଦିର ଛକ ପର୍ଯ୍ୟନ୍ତ ଟଣାଯିବ। ଏହି ସମୟରେ ଏକ ପ୍ଲାଟୁନ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାରେ ନି‌ୟୋଜିତ ହେବେ । ତାରି‌ଣୀ ମନ୍ଦିର ଠାରୁ ଇନ୍‌ଫୋସିଟି ରାସ୍ତାର ଗୋଟିଏ ପାଖକୁ ବ୍ଲକ୍ କରିଦିଆଯିବ। ଆରସିଏମ୍ ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ରଥ ନାଲକୋ ଛକଦେଇ ପ୍ରେସ୍ କଲୋନି କାଳି ମନ୍ଦିର ପରିସରକୁ ଆସିବ। ପାଖାପାଖି ଦେଢ଼ କିଲୋମିଟର ଦୂରତା ହୋଇଥିବାରୁ ରଥ ଟଣାବେଳେ ଜାଭିୟର୍ ଛକରୁ ନାଲକୋ ଏବଂ ନାଲକୋ ଛକରୁ ପ୍ରେସ୍ କଲୋନି ପର୍ଯ୍ୟନ୍ତ ରାସ୍ତାକୁ ୱାନ୍ ୱେ କରିଦିଆଯିବ। ଏଠାରେ ଟ୍ରାଫିକ୍ ବ୍ୟବସ୍ଥାନେଇ ତିନିରୁ ଅଧିକ ପ୍ଲାଟୁନ୍ ପୋଲିସ୍ ନିୟୋଜିତ ହେବେ। ଆଜି ଏହି ସବୁ ସ୍ଥାନର ରାସ୍ତା କଡ଼ ଗଛ ଡ଼ାକୁ ବିଦ୍ୟୁତ ବିଭାଗ ପକ୍ଷରୁ କାଟିଦିଆଯାଇଛି। ଫଳରେ ରଥଟଣାରେ କୌଣସି ଅସୁବିଧା ହେବନାହିଁ।