ଲାଞ୍ଜିଗଡ ସ୍ଥାନୀୟ ବାସିନ୍ଦାଙ୍କୁ ଅପ ବ୍ୟବହାର କରୁଛି ବେଦାନ୍ତ,କଞ୍ଚାମାଲ (ବକ୍ସIଇଡ଼) ପାଇଁ : Ommtv

ଲାଞ୍ଜିଗଡ ସ୍ଥାନୀୟ ବାସିନ୍ଦାଙ୍କୁ ଅପ ବ୍ୟବହାର କରୁଛି ବେଦାନ୍ତ,କଞ୍ଚାମାଲ (ବକ୍ସIଇଡ଼) ପାଇଁ : Ommtv

ଲାଞ୍ଜିଗଡ ସ୍ଥାନୀୟ ବାସିନ୍ଦାଙ୍କୁ ଅପ ବ୍ୟବହାର କରୁଛି ବେଦାନ୍ତ,କଞ୍ଚାମାଲ (ବକ୍ସIଇଡ଼) ପାଇଁ : Ommtv

 ସ୍ଥାନୀୟ ବାସିନ୍ଦାଙ୍କୁ ଅପ ବ୍ୟବହାର କରୁଛି ବେଦାନ୍ତ,କଞ୍ଚାମାଲ (ବକ୍ସIଇଡ଼) ପାଇଁ : Ommtv 

ରିପୋର୍ଟ : ମହେଶ୍ୱର ପତି /- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ (ଲାଞ୍ଜିଗଡ) ସ୍ଥିତ ବେଦାନ୍ତ ହୋଇ ଆଜିକୁ କୋଡିଏ ବର୍ଷ ବିତିଗଲାଣି ପଛେ ସ୍ତIନୀୟ ସ୍ଥାଇ ବାସିନ୍ଦା ପିଲାଙ୍କୁ ଚାକିରୀ ଖଣ୍ଡେ ଦେବାକୁ ବେଦାନ୍ତ ନାରାଜ,ଓଲଟI ପିଏପି କାର୍ଡ ଧାରୀଙ୍କୁ ହୋଉ ବା ବିସ୍ଥାପିତ ପରିବାର ସଦସ୍ୟ ଯଦି ଚାକିରୀ ଖଣ୍ଡେ ମାଗିବା ପାଇଁ ବେଦାନ୍ତ ଗେଟକୁ ଆସିବେ ସେତେବେଳେ ବେଦାନ୍ତ ଖଣ୍ଡେ ଚାକିରୀ ଦେବା ଦୂର କଥା ଓଲଟିକରି ସେମାନଙ୍କ ନାମରେ ବେଦାନ୍ତ କମ୍ପାନୀ ମିଥ୍ୟା କେଶ ଦେଇଦେଇ ଥାଏ I ବେଦାନ୍ତରେ ଯେଉଁ କମ ପରିମାଣରେ ସ୍ତାନିୟ ପିଲାମାନେ କାମ କରନ୍ତୁ ସେମାନେ ବେଦାନ୍ତ କଥା ଯେତେବେଳେ ନ ମାନନ୍ତି ତେବେହେଲେ ତାଙ୍କୁ ବେଦାନ୍ତ ମିଥ୍ୟା କଥାରେ ଜୋର ଜବରଦସ୍ତ ବହିସ୍କୃତ କରାଏ କିମ୍ବା ବାହାରକୁ ବଦଳି କରିଦିଏ I ନାଇଁତ ଆଉ କେତେବେଳେ ପିଡବ୍ଲୁଏଲ ଭାଙ୍ଗି ଲୋକଙ୍କ ବିଲ ବାଡ଼ିରେ ଘରେ କଷ୍ଟିକ ପାଣି ମଧ୍ୟ ଛାଡି ଦେଇଥାଏ ତ ଆଉ କେତେବେଳେ ଲୋକଙ୍କ ଉପରେ ଗାଡି ଚଢ଼ାଇ ମାରିଦେଇଥାଏ I ଯେତେବେଳେ ପିଏପି କାର୍ଡ ଧାରୀ ଓ ବିସ୍ଥାପିତ ପରିବାର ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା ଦେଇଥାନ୍ତି ସେତେବେଳେ ଧାରଣା ସ୍ଥଳକୁ ସାମ୍ବାଦିକ ମାନେ ଖବର ପ୍ରସାର ପାଇଁ ଯାଇଥାନ୍ତି ସେହି ସମୟରେ ବେଦାନ୍ତ ସୁରକ୍ଷା କର୍ମଚାରୀ ସାମ୍ବାଦିକ ବନ୍ଧୁ ମାନଙ୍କୁ ନାଲି ଆଖି ଦେଖାଇଥାଏ ଓ ତତ ସଙ୍ଗେ ସଙ୍ଗେ ଆଇ କାର୍ଡ ଓ ବୁମ ଛାଡେଇ ନେବାର ଜ୍ୱଳନ୍ତ ପ୍ରମାଣ ଅଛି I ବେଦାନ୍ତ ଛ ଗୋଟି ପଞ୍ଚାୟତରେ ପଦୁଷଣ ଯେଉଁ ପ୍ରକାର କରୁଛି ତାହା ନ ଦେଖିଲେ କିଏ ହେଲେ ବିଶ୍ୱାସ କରିବ ନାହିଁ I ଏହି କଷ୍ଟିକ ପାଉଁଶ ଗୁଣ୍ଡ ପଦୁଷଣ ଫଳରେ ବହୁ ଲୋକଙ୍କୁ ଟିଭି,ଲଙ୍ଗସ ବେମାରରେ ପଡି ଲୋକେ ମରୁଛନ୍ତି ଓ ଗାଇ ଗୋରୁ ମଧ୍ୟ କଷ୍ଟିକ ପାଣି ପିଇ ମରି ଯାଉଛନ୍ତି I ଯେତେବେଳେ ବେଦାନ୍ତ ୨୦୦୩ ମସିହାରେ ଲାଞ୍ଜିଗଡ ଆସିଥିଲା ସେତେବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକକୁ ଭାରତର ସେକେଣ୍ଡ ମୁମ୍ବାଇ କରିଦେବି ବୋଲି ବେଦାନ୍ତର ଉଚ୍ଚ କତୃପକ୍ଷ ମାନେ ପ୍ରତିଶୃତି ଦେଇଥିଲେ I ଆଜି ଲାଞ୍ଜିଗଡକୁ ବେଦାନ୍ତ ଆସି କୋଡିଏ ବର୍ଷ ଭିତରେ କୋଡିଏଟା ଆଖିଦୃଷ୍ଟିଆ କାମ ହେଲେ କରିନାହିଁ I ବେଦାନ୍ତ ଗୋଟେ ଏଇ ପ୍ରକାର କମ୍ପାନୀ ଯେ ତାର ଯଦି କାମ ଆପଣଙ୍କ ପାଖରେ ଥିବ ତେବେହେଲେ ସ୍ଥାନୀୟ ବାସିନ୍ଦାଙ୍କ ଗୋଡ ଧରି ଦେବ କିନ୍ତୁ ବେଦାନ୍ତର କାମ ହାସଲ ହେଲାପରେ ଆପଣଙ୍କୁ ପଛ ଆଡୁ ଗୋଇଠା ମାରିବା ନୀତି I ଏବେ ଯେତେବେଳେ ବେଦାନ୍ତର କଞ୍ଚାମାଲ ବକ୍ସIଇଡ଼ ସରିଗଲା କେଉଁ ଆଡୁ ନ ମିଳିଲା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କୁ ବେଦାନ୍ତ ଏବେ ମନେ ପକେଇଲା ଏବେ କିନ୍ତୁ ଲାଞ୍ଜିଗଡ ବ୍ଲକର କୌଣସି ଜନ ସାଧାରଣ ବେଦାନ୍ତର ଭୁବନେଶ୍ୱର ରାଲି ପାଇଁ ଯିବା ପାଇଁ ଅମଙ୍ଗ ତେଣୁ ବେଦାନ୍ତର ସାଇଡ ବା ମେଣ୍ଟେନେସ କମ୍ପାନୀର ଲାଞ୍ଜିଗଡ ଠାରୁ ତିରିଶ କିଲୋମିଟର ଦୂରର ଲୋକଙ୍କୁ ଟଙ୍କା ଦେଇ ଭଡାକରି ଆଉ ବାହାରୁ ଆସୁଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଚାପ ପକାଇ ଏବେ ବର୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବା ମୁଣ୍ଡ ପିଛା ୨୦୦୦ ଟଙ୍କା ଲେଖାଏଁ ଦେବ ଖାଇବା ପିଇବାକୁ ଦେବ ଓ ତା ସହିତ ପୁରୀ, ନନ୍ଦନକାନନ ବୁଲେଇ ଆଣିବ ବୋଲି କହି ବସ ଓ ଜାନ ବାହାନର ବ୍ୟବସ୍ତା କରିଅଛି I ଭୁବନେଶ୍ୱରରେ ଗୋଟେ ବଡ଼ ରାଲି କରି ୦୫ ତାରିଖ ରେ ବାହାରିଲେ ପୁରୀ ବଡ଼ ଠାକୁରଙ୍କ ଦର୍ଶନ ଓ ନନ୍ଦନକାନନ ବୁଲିବେ I ତାପର ଦିନ ବା ଶୁକ୍ରବାର ଦିନ ୦୭ ତାରିଖ ଦିନ ସକାଳେ ଭୁବନେଶ୍ୱର ଗାନ୍ଧୀ ମାର୍ଗ ଲୋୟର ପିଏମଜୀ ଛକ ଠାରେ ଶକ୍ତି ପ୍ରଦର୍ଶନ କରିବକୁ ଆଜି ଯାଉଅଛି I ବେଦାନ୍ତକୁ କଞ୍ଚାମାଲ ବକ୍ସIଇଡ଼ ଦିଆଯାଉ ବୋଲି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ଜାହିର ବେଦାନ୍ତ କରିବଯେ ମୋରିପାଇଁ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ଲୋକଙ୍କ ସମର୍ଥନ ଅଛି ବୋଲି ପ୍ରମାଣ କରିବାକୁ ଯାଉଛି I ଏଜେଉଁ ଲୋକ ଯାଇଛନ୍ତି ତାହା ଭିତରେ କୋଡିଏ ଭାଗ ଲୋକ ସ୍ଥାଇ ବାସିନ୍ଦା ଅଟନ୍ତି I ଲାଞ୍ଜିଗଡର ମୂଳ ବାସିନ୍ଦା କହିବା କଥାଯେ ଯଦି ବେଦାନ୍ତକୁ ଲାଞ୍ଜିଗଡ ସ୍ଥିତ ନିୟମଗିରି ବକ୍ସIଇଡ଼ ଖଣିକୁ ଦିଆଯାଏ ତେବେହେଲେ ଲାଞ୍ଜିଗଡ ଆଉ ମୁନିଗୁଡା ଲୋକଙ୍କ ଉପରେ ବେଦନ୍ତର ଅତ୍ୟାଚାର ବହୁ ମାତ୍ରାରେ ବଢ଼ିଯିବ I ତେଣୁ ଲାଞ୍ଜିଗଡ ବାସୀଙ୍କ କହିବା କଥା ବେଦାନ୍ତ କମ୍ପାନୀକୁ ନିୟମଗିରି ବକ୍ସIଇଡ଼ ଖଣି ନ ଦିଆଯାଉ ବୋଲି ଜନ ସାଧାରଣଙ୍କ ଠାରେ ଦାବି ଉଠିଛି I ଲାଞ୍ଜିଗଡ ସ୍ଥାନୀୟ ବାସିନ୍ଦା ବହୁତ ନିରୀହ ବେଦାନ୍ତର ମିଥ୍ୟା କଥାରେ ପ୍ରଲୋଭନ ହୋଇ ସବୁ କଥା ମାନି ଯାଇଥାନ୍ତି I ଏବେ ବର୍ତମାନ ଲାଞ୍ଜିଗଡ ବ୍ଲକ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମୁଖରେ ଗୋଟିଏ କଥା ଆମେ ମରି ଯିବୁ ପଛେ ବେଦାନ୍ତ ଭଳି ଚୋର କମ୍ପାନୀକୁ ନିୟମଗିରି ବକ୍ସIଇଡ଼ ଖଣି ଦେବୁନାହିଁ କି ଗ୍ରାମ ସଭା ମଧ୍ୟ କରେଇ ଦେବୁନାହିଁ ବୋଲି ଆଦିବାସୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦୃଢ଼ ପ୍ରତିଜ୍ଞା ବଦ୍ଧ I