ରୁମୁଁଟା ଶ୍ରମିକ ଛଟ ପଟ ହୋଇ ମରିଗଲେ :Ommtv
ରୁମୁଁଟା ଶ୍ରମିକ ଛଟ ପଟ ହୋଇ ମରିଗଲେ :Ommtv
ରୁମୁଁଟା ଶ୍ରମିକ ଛଟ ପଟ ହୋଇ ମରିଗଲେ :Ommtv

Ommtv Kalinga Vikash ଢେଙ୍କାନାଳ ରତିକାନ୍ତ ଗଡନାୟକ। ହିନ୍ଦୋଳ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ରୁମୁଁଟା କମ୍ପାନୀ ମଧ୍ୟରେ ଅଘଟଣ ଘଟି ଅପରାହ୍ନରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ପଡିରହିଥିବା ର ବହୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଦିଆଯାଇଛି। ଆଦୌ ଶ୍ରମିକ ମାନଙ୍କ ସୁରକ୍ଷା ନଥିବାରୁ ଏଠାରେ ବାରମ୍ବାର ଶ୍ରମିକ ମାନଙ୍କ ମୃତ୍ୟୁ ହୋଇ ଆସୁଛି। ପ୍ରାୟ ପ୍ରତି ମାସରେ ଏମିତି ଅଘଟଣ ଘଟୁଥିବାରୁ ଶ୍ରମିକ ମାନେ ଭୟଭୀତ ହୋଇ ରହିଛନ୍ତି। ଏହି କମ୍ପାନୀ ରେ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବାରୁ ଉପରୁ ଲୁହା ପ୍ଲେଟ୍ ପଡି ଅନେକ ଶ୍ରମିକ ଓ କର୍ମଚାରୀ ମାନଙ୍କର ପ୍ରାଣହାନି ହେଉଥିବାର ଦେଖା ଯାଉଛି। ସୁରକ୍ଷା ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ଵ ନହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଶ୍ରମିକ ମାରଣ ଦିଗରେ ଉକ୍ତ କମ୍ପାନୀ ରାଜ୍ୟରେ ପ୍ରଥମ। ଆଜି ପ୍ରାଣ ହରାଇଥିବା ମୃତକ ମାନଙ୍କ ପରିବାର ଙ୍କ ସମେତ ଜନସାଧାରଣ ଫାଟକ ସାମନାରେ କ୍ଷତିପୂରଣ ଦାବୀରେ ବସି ରହିଛନ୍ତି। କମ୍ପାନୀ କୁ ସୁରକ୍ଷା ଦେବାକୁ ହିନ୍ଦୋଳ ପ୍ରଶାସନ ପୋଲିସ ଛାଉଣୀ ସହ ଜଗି ରହିଛନ୍ତି।
