ପୂଜା କରିବୁ ଚାନ୍ଦା ଦିଅ ବୋଲି ଧମକାଇ ଅର୍ଥ ମାଗୁଛନ୍ତି ନକଲି ସାମ୍ବାଦିକ ଓ ଅସାମାଜିକ ଯୁବକ : ଓମଟିଭି

ଆମେ ସାମ୍ବାଦିକ ଅଟୋ ସଂଘରେ ବିଶ୍ବକର୍ମା ପୂଜା କରିବୁ ଆମକୁ ଚାନ୍ଦା ଦିଅ। ନ‌େହେଲେ ତମ ବିଷୟରେ ଏଣୁ ତେଣୁ ବହେ ଲେଖିବୁ । ଏପରି ଧମକାଇ ଚାନ୍ଦା ଆଦାୟ କରୁଛନ୍ତି କିଛି ନକଲି ସାମ୍ବାଦିକ। ନା ଅଛି ସେମାନଙ୍କର ସାମ୍ବାଦିକତା ଶିକ୍ଷାଗତ ଯୋଗ୍ୟତା ନାହିଁ ଅଛି କୌଣସି ସାମ୍ବାଦିକତାର ଜ୍ଞାନ। ଧାଡ଼ିଏ ନ ଲେଖିପାରୁ ଥିବା ମୃଖ ଏବେ ମାସିକିଆ, ସପ୍ତାହକିଆ, ୱେବ ଓ ପୋଟାଲ ସଂସ୍ଥାକୁ ମାସିକିଆ ବଟିଦେଇ ହା

ପୂଜା କରିବୁ ଚାନ୍ଦା ଦିଅ ବୋଲି ଧମକାଇ ଅର୍ଥ ମାଗୁଛନ୍ତି ନକଲି ସାମ୍ବାଦିକ ଓ ଅସାମାଜିକ ଯୁବକ : ଓମଟିଭି

ପୂଜା କରିବୁ ଚାନ୍ଦା ଦିଅ ବୋଲି ଧମକାଇ ଅର୍ଥ ମାଗୁଛନ୍ତି ନକଲି ସାମ୍ବାଦିକ ଓ ଅସାମାଜିକ ଯୁବକ : ଓମଟିଭି

ଭୁବନେଶ୍ବର (ରିପୋର୍ଟ : ଦୃଗା ମାଧବ ପଣ୍ଡା ): ଆମେ ସାମ୍ବାଦିକ ଅଟୋ ସଂଘରେ ବିଶ୍ବକର୍ମା ପୂଜା କରିବୁ ଆମକୁ ଚାନ୍ଦା ଦିଅ। ନ‌େହେଲେ ତମ ବିଷୟରେ ଏଣୁ ତେଣୁ ବହେ ଲେଖିବୁ । ଏପରି ଧମକାଇ ଚାନ୍ଦା ଆଦାୟ କରୁଛନ୍ତି କିଛି ନକଲି ସାମ୍ବାଦିକ। ନା ଅଛି ସେମାନଙ୍କର ସାମ୍ବାଦିକତା ଶିକ୍ଷାଗତ ଯୋଗ୍ୟତା ନାହିଁ ଅଛି କୌଣସି ସାମ୍ବାଦିକତାର ଜ୍ଞାନ। ଧାଡ଼ିଏ ନ ଲେଖିପାରୁ ଥିବା ମୃଖ ଏବେ ମାସିକିଆ, ସପ୍ତାହକିଆ, ୱେବ ଓ ପୋଟାଲ ସଂସ୍ଥାକୁ ମାସିକିଆ ବଟିଦେଇ ହାତେଇ ନେଉଛନ୍ତି ପ୍ରେସ୍ କାଡ଼। ମୃଖ ସଂପାଦକ କୁହାଳିଆ କପିଳା ମଧ୍ୟ ଟଙ୍କା କେଇଟା ପାଇ ‌ପ୍ରେସ୍ କାଡ଼ରେ ବାବୁଙ୍କୁ ରିପୋର୍ଟର ଲେଖି ଦେଇଦେଇଛନ୍ତି କାର୍ଡ଼। ଯାହନେଇ ମାମଲା କଲେ ସଂପାଦକ ବନ୍ଧାହେବା ନିଶ୍ଚିତ। କାର୍ଡ଼କୁ ଦେଖାଇ ଅଟୋ ଚଲାଉଥିବା ଯୁବକ, ଚୋରି କରୁଥିବା ଆସାମି, ଠିକାଦାର କାମ କରୁଥିବା ଅସାମାଜିକ ଓ ବିଲଡ଼ର ପାଖରେ ବୋଲକରା କାମ କରୁଥିବା ଭଡ଼ାଟିଆ ଗୁଣ୍ଡା ଏବେ ସାମ୍ବାଦିକ ସାଜୁଛନ୍ତି। ଯେଉଁମାନେ ପୂଜା ବଜାରକୁ ଆଖିଆଗରେ ରଖି ବେସ୍ ଭଲ ଅର୍ଥ ଆଦାୟ କରିବାରେ ଲାଗିପଡ଼ିଛନ୍ତି। ରାଧେ ରାଧେ ତମର ଅଧେକୁ ଆମର ଅଧେ ନିତି ଆପଣାଇ ଯାହା ପାଇଲେ ସଂସ୍ଥା ମାଲିକ ଓ ନିଜ ମଧ୍ୟରେ ବାଣ୍ଟିଦେଉଛନ୍ତି। ନିକଟରେ ଜଣେ ରଳବାଇ ଠିକାଦାର ନିଜ ନାମ ଛଦ୍ମ ରଖି ସୂଚନାଦେଇଛନ୍ତି ତାଙ୍କୁ ମଞ୍ଚେଶ୍ବର ଅଞ୍ଚଳର ଦୁଇ ଭଡ଼ାଟିଆ ଟୋକା ନିଜକୁ ସାମ୍ବାଦିକ ବୋଲି ପରିଚୟଦେଇ ୨୫ହଜାର ଟଙ୍କା ପୂଜା ଚାନ୍ଦା ନେଇଛନ୍ତି। ନଦେଲେ କାମ କରାଇଦେବେ ନାହିଁ ଓ ଏଣୁ ତେଣୁ ସୋସିଆଲ ମିଡ଼ିଆରେ ଲେଖିବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ସ୍ଥାନୀୟ ଜଣେ ଅସାମାଜିକ ଜେଲ ଫେରନ୍ତା ଟୋକାର ନାମନେଇ ଠିକାଦରକୁ ଧମକାଇଛନ୍ତି। ସେମାନଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେବୋଲି ଠିକାଦାର କହିଛନ୍ତି। ସେହିଭଳି ଚନ୍ଦ୍ରଶେଖରପୁର ଡ଼ିଷ୍ଟିକସେଣ୍ଟର ଅଞ୍ଚଳରେ ଥିବା ଏକ କର୍ପୋରେସନ୍ କମ୍ପାନୀରୁ ଦୁଇ ଜଣ ଯୁବକ ଦଶହରା ବକସିସ୍ ବାବଦକୁ ୧୦ ହଜାର ଟଙ୍କା ନେଇ ଛୁ ମାରିଛନ୍ତି। ସେମାନେ ପ୍ରତିଷ୍ଠିତ ଏକ ଖବର କାଗଜର ସାମ୍ବାଦିକ ବୋଲି ପରିଚୟଦେଇ ଶୁଭେଛା ବାର୍ତା ବାବଦକୁ ଟଙ୍କାନେଇ ନିଜର ଫୁଲ ମୋବାଇଲ ନମ୍ବରଦେଇ ସଂସ୍ଥା ଅଧିକାରୀଙ୍କୁ ଲୁଟିଥିବା ଜଣାପଡ଼ିଛି। ପୁଲିସ୍ କହୁଛି ଚାନ୍ଦା ମାଗିଲେ ବନ୍ଧାହେବ ଅପରାଧୀ। କିନ୍ତୁ ପ୍ରଶ୍ନ ଉଠେ କିଏ କହିବ କାହା ନାଁ। ଅସାମାଜିକ ଯୁବକଙ୍କ ହାତରେ ପ୍ରେସ୍ କାର୍ଡ଼ ଏବେ ଘଣ୍ଟଭଳି କାର୍ଯ୍ୟକରୁଥିବାରୁ ଏକ ସଂସ୍ଥା ଭୁବନେଶ୍ବରରେ ବୁଲୁଥିବା ବହେ ଅମାନିଆଁ ଅପରାଧି ଅଣ ସାମ୍ବାଦିକଙ୍କୁ ଚିହ୍ନଟକରି ସେମାନଙ୍କ ନାମରେ ଓ ସେମାନେ ହାତେଇଥିବା ପ୍ରେସକାର୍ଡ଼ ସଂସ୍ଥାର ସଂପାଦକଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁ କରୁଛନ୍ତି। ‌ଏମିତେ ହେଲେ କଥାକୁହାଳିଆ କପିଳା ଅଯୋଗ୍ୟ, ଅସାମାଜିକ ଅପରାଧୀ ସାମ୍ବାଦିକ ଜେଲରେ ପସିବେ। ଏହି ମାନଙ୍କ ପାଇଁ ସାମ୍ବାଦିକତା ବୃତିରେ ଥିବା ସଚୋଟ ସାମ୍ବାଦିକ ଆକ୍ରୋଷର ଶିକାର ହେଉଛନ୍ତି ଓ ନିନ୍ଦୁକଙ୍କ ନିନ୍ଦା ଶୁଣୁଛନ୍ତି ବୋଲି କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରକାଶକରିଛି। ତେଣୁ ଏମାନଙ୍କୁ ବାନ୍ଧିବା ନିହାତି ଦରକାର ବ‌ୋଲି ମତପ୍ରକାଶ ପାଇଛି।