ନାରୀ ନିର୍ଯ୍ୟାତନା ସୌମ୍ୟାଶ୍ରୀ ବିଶିଙ୍କ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସର ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସଫଳ ହେଇଛି :OmmTV Kalinga Vikas

କଳାହାଣ୍ଡି ଜିଲ୍ଲା,୧୭/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡ ଠାରେ ନାରୀ ନିର୍ଯାତନା ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡିଶା ପ୍ରଦଶ କଂଗ୍ରେସକୁ ୦୭ଟି ଦଳ ସମର୍ଥନ ଜଣାଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଧେଶ କ୍ରମେ ଆଜି ସକାଳ ୦୬ ଘଣ୍ଟା ଠାରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛନ୍ତି I ତାହା ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକରେ ଓଡିଶା ବନ୍ଦ ଡାକରାର ପ୍ରଭାବ ଜୋରସୋର ପଡିଛି I ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ବଲଭଦ୍ର ମାଝୀ ଓ ଲାଞ୍ଜିଗଡ ବ୍ଲକ ସଭାପତି ବିଜୟ ନାଏକଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକରେ ୧୨ଘାଣ୍ଟିଆ ଓଡିଶା ବନ୍ଦ ଡାକରା ବୋହୁ ମାତ୍ରାରେ ପ୍ରଭାବ ପଡିଛି I ଆଜି ସକାଳୁ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଭିତରକୁ ଯିବାପାଇଁ ବେଦାନ୍ତ କର୍ମଚାରୀଙ୍କୁ କଂଗ୍ରେସ କର୍ମୀ ପିକେଟିଙ୍ଗ କରି ପ୍ଲାଣ୍ଟ ଭିତରକୁ ଛାଡ଼ିନଥିଲେ ଯଦିଓ କମ ଶ୍ରମିକ ଯାଇଥିଲେ ସମସ୍ତେ ଚାଲିଚାଲି ଯାଇଥିଲେ ତତ ସଙ୍ଗେ ସଙ୍ଗେ ବେଦାନ୍ତ ସିଓଙ୍କୁ ପ୍ଲାଣ୍ଟ ଭିତରକୁ ଚାଲିକି ଯିବାକୁ ପଡିଥିଲା I ଲାଞ୍ଜିଗଡ ବ୍ଲକର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ,ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ,ବ୍ୟାଙ୍କ,ବେସରକାରୀ ଅନୁଷ୍ଠାନ,ଗାଡି ଚଳାଚଳ,ଦୋକାନ ବଜାର,ପେଟ୍ରୁଲ ପମ୍ପ ବନ୍ଦ ହେବାର ଦେଖିବାକୁ ମିଳିଥିଲା କୌଣସି ବ୍ୟବସାୟ ପ୍ରତିଷ୍ଠାନ ସମର୍ଥନ ଦେଇ ଖୋଲି ନଥିଲା I

ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ, ବିଶ୍ୱନାଥପୁର, ଲାଞ୍ଜିଗଡ ରୋଡ଼, ପୋଖରୀବନ୍ଧ ଛକ ଠାରେ ୦୬ ନମ୍ବର ରାଜ୍ୟ ରାଜପଥ ଠାରେ ରାସ୍ତାକୁ ରାସ୍ତା ଅବରୋଧ କରି ପିକେଟିଙ୍ଗ କରିଥିଲେ, କିନ୍ତୁ ଆମ୍ବୁଲାନ୍ସ ଚାଲିଥିଲା ଡାକ୍ତରଖାନା ଖୋଲାଥିଲା I ଏହି ବନ୍ଦ ଆନ୍ଦୋଳନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ଯଥା ଜଗନ୍ନାଥ ପୁର ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ ମାଝୀ,ଜିଲ୍ଲା ସମ୍ପାଦକ ଶିଶିର ପୂଜାରୀ,ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ସଭାପତି ମନୋଜ ରାଉତ,ମହିଳା ସଭାନେତ୍ରୀ ଶାନ୍ତି ନାଏକ,ମାଧୁରୀ ଦୁର୍ଗା,ସଦାନନ୍ଦ ନାଏକ, ଜଗତ ନାଏକ,ବିପିନ ନାଏକ,ଗୋବିନ୍ଦ ପ୍ରଧାନୀ,କ୍ଷିତ ନାଏକ, ମୁଲୁ ମାଝୀ, ସନ୍ତୋଷ ତୁଲ,ଗୋପାଳ ମହାନନ୍ଦ, ଅନ୍ୟ ସଦସ୍ୟମାନେ ଏକାଠି ରୁଣ୍ଡ ହୋଇ ଚକଅଖ ବନ୍ଦ କରିଥିଲେ I ଯାହାଫଳରେ ଜାନ ବାହନ କୌଣସି ଭାରି ଜାନ ଗାଡି ଦୁଇ ଚକିଆ ଗାଡି ମଧ୍ୟ ଚଳାଚଳ ହୋଇନଥିଲା ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହିତ ସଫଳ ହୋଇଥିଲା I