ବ୍ଲଗ୍ ଭାଙ୍ଗିଦେଲା ମୋ ଝିଅର ସୁନା ସଂସାର : Ommtv News12 

ବ୍ଲଗ୍ ଭାଙ୍ଗିଦେଲା ମୋ ଝିଅର ସୁନା ସଂସାର : Ommtv News12 

ବ୍ଲଗ୍ ଭାଙ୍ଗିଦେଲା ମୋ ଝିଅର ସୁନା ସଂସାର : Ommtv News12 

ବ୍ଲଗ୍ ଭାଙ୍ଗ‌ିଦେଲା ମୋ ଝିଅର ସୁନା ସଂସାର : Ommtv News12 

: ଝିଅକୁ ବାରମ୍ବାର ବୁଝାଇଲି ହେଲେ ସେ ବୁଝିଲା ନାହିଁ। ବ୍ୟାଚିଲର ବେଳର ଅଭ୍ୟାସକୁ ଛାଡ଼ିପାରିଲା ନାହିଁ। ସବୁବେଳେ ଉଠିଲେ ବସିଲେ ଯୁଆଡ଼େଗଲେ ବ୍ଲଗ୍ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଏବଂ ଫେମସହେବା ନିଶା ଆଜି ତା’ ବୈବାହିକ ଜୀବନକୁ ଛାରଖାର କରିଦେ‌‌ଲା। ବ୍ଲଗ୍ ଆଜି ମୋ’ ଝିଅର ସୁନା ସଂସାରକୁ ଭାଙ୍ଗିଦେଲା। ଏମିତି କହି ଜଣେ ମା’ଆଜି ଇନ୍‌ଫୋସିଟି ଥାନା ଆଗରେ ଗୁମୁରୋଇ ଗୁ‌ମୁରେଇ କାନ୍ଧୁଥିଲେ। ପଚାରିବାରୁ ସେ ତାଙ୍କ ଝିଅ ସହ ଥାନାକୁ ଏଫଆଇଆର ଦେବାପାଇଁ ଆସିଛନ୍ତି ବୋଲି କହିଥିଲେ। ହେଲେ ଏଫଆଇଅରରେ ଅଭିଯୋଗର କାରଣ କ’ଣ ଲେଖିବେ ଜାଣିନପାରି ବାନ୍ଦୁଥାନ୍ତି। ସାଙ୍ଗରେ ଥାନ୍ତି ତାଙ୍କ ଝିଅ, ଯେ ଥାନା ପରିସରରେ ମଧ୍ୟ ବ୍ଲଗ୍ ତିଆରି କରିବାରେ ବ୍ୟସ୍ଥଥାନ୍ତି। ମା’ ଓ ଝିଅଙ୍କୁ ଦେଖିଲେ ଲାଗୁଥାଏ ସେମାନେ ନିଶ୍ଚୟ ସଂମ୍ଭ୍ରାନ୍ତ ଶ୍ରେଣୀ ପରିବାରର। ଇଛା ନଥିଲେ ମଧ୍ୟ ଥାନା ଦୁଆରକୁ ଆସି ବସିଛନ୍ତି। କଥାବୁଝିବାରୁ ମା’ଜଣଙ୍କ କହିଥିଲେ ସେ ଜଣେ ଶିକ୍ଷୟତ୍ରୀ। ବାରଙ୍ଗ ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଚାକିରି କରନ୍ତି। ତାଙ୍କ ସ୍ବାମୀ ମଧ୍ୟ ଜଣେ ସରକାରୀ ଚାକିରିଆ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅ ଯେ ଏବେ କଲେଜରେ ପଢ଼ୁଛି ଓ ଯେଉଁ ଝିଅ ପାଇଁ ସେ ପ୍ରଥମ ଥର ଥାନାକୁ ଆସିଛନ୍ତି ତାଙ୍କୁ ନିକଟରେ ଗତ କିଛି ମାସ ପୂର୍ବେ ଏକ ଭଲ ପରିବାର ଘରେ ବିବାହା ଦେଇଥିଲେ। ମାତ୍ର ଝିଅର ପ୍ରତି ଦିନ ବ୍ଲଗ୍ ଓ ରିଲ୍ସ ତିଆରି କରିବା ଅଭ୍ୟାସକୁ ଶାଶୁଘର ଲୋକ ବାରଣକରିବାରୁ ତାଙ୍କ ପରିବାରରେ ଝଡ଼ ସୃଷ୍ଟିହୋଇଛି। ଫଳରେ ଛୋଟିଆ କଥାରୁ ମାମଲା ସ୍ବାମୀ ସ୍ତ୍ରୀ ବିଛେଦ ଘଟଣା ଦିଗକୁ ମୁହାଁଇଛି। ଏବେ ଶିକ୍ଷୟତ୍ରୀ ମା’ ଝିଅକୁ ନେଇ ଥାନାରେ ଝିଅର ଶାଶୁଘର ଲୋକଙ୍କ ବିରୋଧରେ ମାମଲା ଦେବାକୁଆସିଛନ୍ତି। ହେଲେ କାରଣ କ’ଣଲେଖିବେ ଜାଣି ନପାରି କାନ୍ଦୁଛନ୍ତି। ଶାଶୁଘର ଲୋକ ନା’ଝିଅକୁ ମାଡ଼ ମାରିଛନ୍ତି। ନା’ମାନସିକ ଶାରିରିକ ନିର୍ଯ୍ୟାତନା ଦେଇଛନ୍ତି। ଖାଲି ତାଙ୍କ ଘର କଥା ପର ଆଗରେ ସୋସିଆଲ ମିଡ଼ିଆରେ ପ୍ରକାଶ ନକରିବାପାଇଁ ବାରଣ କରିଛନ୍ତି। ଏତିକିରେ ଝିଅ ଶାଶୂଘର ଲୋକଙ୍କ ସହ ଝଗଡ଼ାକରି ବାପଘରକୁ ଚାଲିଆସି ସେମାନଙ୍କ ବିରୋଧରେ ଥାନାରେ ମାମଲା ଦେବା ଜିଦକୁ ନାପସନ୍ଦ କରୁଥିଲେ ମଧ୍ୟ ସମାଧାନ ପାଇଁ ଥାନାର ଦ୍ବାରାସ୍ତ ହୋଇଛନ୍ତି ମା’ଜଣଙ୍କ। ନିଜ ଝିଅର ସୋସିଆଲ ମିଡ଼ିଆରେ ଫେମସହେବା ଅଭ୍ୟାସକୁ ଶାଶୁଘର ଲୋକ ପସନ୍ଦ ନକରୁଥିବାରୁ ଝିଅର ପରିବାରଲୋକ ବ୍ଲଗ ଓ ରିଲ୍ସ କରିବା ଅଭ୍ୟାସକୁ ଛାଡ଼ିବାପାଇଁ କହି ନିରାସହେବାପରେ ଏବେ ଥାନାର ମହିଳା ଅଧିକାରୀ ଝିଅକୁ କାଉଁସିଲିଂକରି ସବୁ ଘଟଣା ବିଷୟରେ ବୁଝାଉଛନ୍ତି। ମାତ୍ର ଯଦି ଝିଅ ନବୁଝିବ ତେବେ ତା’ର ସୁନା ସଂସାର ଛାରଖାର‌ହୋଇଯିବ ବୋଲି ଉଚ୍ଚଶିକ୍ଷିତ ମା’, ବାପା ଥାନାରେ ପୁଲିସ୍ ବାବୁଙ୍କ ଆଗରେ କାକୁତି ବିନତି ହେଉଛନ୍ତି।