ଶିଶୁ ରୋଗ ବିଶେଷଜ୍ଞଙ୍କ ୧୫ ତମ ବାର୍ଷିକ ସମ୍ମିଳନୀ ମାନବ ସେବାପାଇଁ ଡ଼ାକ୍ତରମାନେ ଭଗବାନଙ୍କ ଉପହାର : Ommtv News12

ଶିଶୁ ରୋଗ ବିଶେଷଜ୍ଞଙ୍କ ୧୫ ତମ ବାର୍ଷିକ ସମ୍ମିଳନୀ, ମାନବ ସେବାପାଇଁ ଡ଼ାକ୍ତରମାନେ ଭଗବାନଙ୍କ ଉପହାର : Ommtv News12

ଶିଶୁ ରୋଗ ବିଶେଷଜ୍ଞଙ୍କ ୧୫ ତମ ବାର୍ଷିକ ସମ୍ମିଳନୀ ମାନବ ସେବାପାଇଁ ଡ଼ାକ୍ତରମାନେ ଭଗବାନଙ୍କ ଉପହାର : Ommtv News12

ଶିଶୁ ରୋଗ ବିଶେଷଜ୍ଞଙ୍କ ୧୫ ତମ ବାର୍ଷିକ ସମ୍ମିଳନୀ, ମାନବ ସେବାପାଇଁ ଡ଼ାକ୍ତରମାନେ ଭଗବାନଙ୍କ ଉପହାର : Ommtv News12

BBSR: ଭାରତୀୟ ଶିଶୁ ରୋଗ ବିଶେଷଜ୍ଞ ସଂଘର ୧୫ ତମ ବାର୍ଷିକ ସମ୍ମଳନୀ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ଵ ବିଦ୍ୟାଳୟର କ୍ୟାମ୍ପସ -୬  ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ୩ ଦିନିଆ ସମ୍ମିଳନୀରେ ଆଜି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ଼ାକ୍ତରମାନଙ୍କୁ ଭଗବାନଙ୍କ ଉପହାର ବୋଲି ସମ୍ବୋଧନ କରି ମନବସେବାରେ ଡ଼ାକ୍ତରମାନଙ୍କ ସମର୍ପଣନିକଟରେ କୃତଜ୍ଞତା ଜଣାଇଛନ୍ତି। ଆଜିର ଆଲୋଚନାରେ ଜନ୍ମରୁ ୧ ମାସ ବୟସ ଶିଶୁ ଙ୍କ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ଓ ଯତ୍ନ କିପରି କରାଯିବ ସେ ବିଷୟରେ  ଶିଶୁ ରୋଗ ଚିକିତ୍ସକ ଏବଂ ନର୍ସିଂ ଅଫିସରମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଛନ୍ତି। ଏଥି ନିମନ୍ତେ କଟକ ଶିଶୁ ଭବନ ଏବଂ ଭୁବନେଶ୍ବର ସ୍ଥିତ ଏମ୍ସ, ସମ ହସ୍ପିଟାଲ, ହାଇ ଟେକ୍ ମେଡିକାଲ କଲେଜ, କିମ୍ସ ହସ୍ପିଟାଲ, ଆପୋଲୋ ହସ୍ପିଟାଲ, ମନିପାଲ ହସ୍ପିଟାଲ, ଆଇଏମଏ ହାଉସରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷଣ ଶିବିରରେ ସାରା ଦେଶରୁ ୫ଶହରୁ ଉର୍ଦ୍ଧ ଶିଶୁ ରୋଗ ଚିକିତ୍ସକ ଭାଗନେଇଛନ୍ତି। ଏମାନଙ୍କୁ ପ୍ରଶିକ୍ଷଣ ଦେବାକୁ ୧୨ ଜଣ ଆନ୍ତର୍ଜାତୀୟ ଓ ୬୦ଜଣ ଜାତୀୟ ସ୍ତରର ଶିଶୁ ରୋଗ ବିଶେଷଜ୍ଞ ଆସିଛନ୍ତି। ସମ୍ମିଳନୀର ଉଦଘାଟନି ଉତ୍ସବକୁ ଶ୍ରୀସାମନ୍ତ ଆନୁଷ୍ଠାନିକଭାବେ ଉଦ୍‌ଘାନଟ କରିବାପରେ ଶିଶୁ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ବର୍ଗରେ କୃତିତ୍ବ ହାସଲ କରିଥିବା ଡ଼ାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହିଅବସରରେ ଜୀବନବ୍ୟାପି ସମ୍ମାନ ଡ଼.ଗିରିସ ଗୁପ୍ତା ଓ ଏସଏନ ପରିଡ଼ାଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଡ଼.ବିଶ୍ବଜିତ ମିଶ୍ର, ଡ଼.ନବୀନ ବାଜାଜ, ଡ଼.ବିକେ ଭୁଇଆଁ, ଡ଼.ରାଜେସ କୁମାର, ଡ଼.ସମରେନ୍ଦ୍ର ମହାପାତ୍ର, ଡ଼.ଯୋଗେସ ଏନ ପରିଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସଂଘର ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ଡାକ୍ତର ଅର୍ଜିତ ମହାପାତ୍ର ପରିଚାଳନାକରିଥିଲେ।