ବାଲେଶ୍ୱର ରେଳ ଦୁର୍ଘଟଣା, ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍ : Ommtv‍

Baleswar news

ବାଲେଶ୍ୱର ରେଳ ଦୁର୍ଘଟଣା, ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍ : Ommtv‍
ବାଲେଶ୍ୱର ରେଳ ଦୁର୍ଘଟଣା, ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍ : Ommtv
(ଓମ): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍ ବୁଧବାର ଘୋଷଣା । ଆଜି ଏ ସମ୍ପର୍କରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ ଆମେ ଲାଘବ କରି ନ ପାରିଲେ ମଧ୍ୟ ସେମାନଙ୍କୁ କିଛି ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେକରିବୁ । ପୂର୍ବରୁ ବିଭିନ୍ନ ଦୁର୍ବିପାକ ସମୟରେ କିଟ୍ ଓ କିସ୍ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି । କୋଭିଡ୍ ସମୟରେ ମଧ୍ୟ କିଟ୍ ଶତାଧିକ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ସହ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରିପାରିଥିଲା ।
ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୋଟ ୨୮୮ଜଣଙ୍କ ମଧ୍ୟରୁ ଓଡ଼ିଶାରୁ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିତ୍ତିରେ କିଟ୍ ଓ କିସ୍ରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ କିଟ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ରେଳ ଦୁର୍ଘଟଣାରେ ପିତା ମାତା ହରାଇଥିବା ବ୍ୟକ୍ତିଙ୍କ ପିଲାମାନେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ କିଟ୍ ଓ କିସ୍ରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେ କୌଣସି ଶ୍ରେଣୀରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା କିଟ୍ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ।
ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଭାରତର ଚଳିତ ଦଶକର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ଏହି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ତୁରନ୍ତ ସହଯୋଗ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଅକୁଣ୍ଠ ସହଯୋଗକୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ମିଳିତ ସହଯୋଗ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଯାଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଏହା ସହ ଶ୍ରୀ ସାମନ୍ତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । #Baleswartrainaccident #BhubaneswarNews #OmmTv #OmTV #OdishaNews #AchyutaSamanta #OdishaGovernment #Kiituniversity #Kissuniversity #Kalingacinearts #NBPC