ରାକ୍ଷୀ ପାଇଁ ଦୋକାନ ରେ ଭିଡ  :  ଓମଟିଭି

ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ ।

ରାକ୍ଷୀ ପାଇଁ ଦୋକାନ ରେ ଭିଡ  :  ଓମଟିଭି

ରାକ୍ଷୀ ପାଇଁ ଦୋକାନ ରେ ଭିଡ  :  ଓମଟିଭି 

ଅନୁଗୋଳ(ରିପୋର୍ଟ : ଜିତେନ୍ ସାହୁ), (ଓମ ): : ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ ଭଉଣୀ । ଏହି ଦିନଟିକୁ ପ୍ରତ୍ୟକ ଭଉଣୀ ଚାହିଁ ବସିଥାଏ। ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସୁଥିବାରୁ ପ୍ରତ୍ୟକ ରାକ୍ଷୀ ଦୋକାନରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଭାଇ-ଭଉଣୀଙ୍କ ସ୍ନେହର ବନ୍ଧନ ରକ୍ଷା ବନ୍ଧନ କିମ୍ବା ରାକ୍ଷୀ ପୂର୍ଣ୍ଣିମା ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଚଳିତ ବର୍ଷ ରକ୍ଷା ବନ୍ଧନର ପର୍ବ ୧୧ ଅଗଷ୍ଟ ୨୦୨୨ରେ ପାଳନ କରାଯିବ। ଏହି ଦିନ ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ କାମନା କରିବା ହାତରେ ସ୍ନେହରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଥାଆନ୍ତି। ଭାଇ ମଧ୍ୟ ଭଉଣୀର ରକ୍ଷା କରିବାକୁ ବଚନ ଦେବା ସହ ଉପହାର ଦେଇଥାଆନ୍ତି । କରୋନା କଟକଣା ଯୋଗୁ ଦୁଇ ବର୍ଷ ହେଲା ଦୋକାନ ଖୋଲି ନଥିଲା । କଟକଣା କୋହଳ ହେବା ପରେ ଅଙ୍ଗାରବନ୍ଧ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଖୋଲିଛି ରାକ୍ଷୀ ଦୋକାନ । ୧୧ ତାରିଖ ସକାଳ ପାଇଲେ ରାକ୍ଷୀ ପୂର୍ଣିମା ଥିବାରୁ ଏବେ ଦୋକାନ ଗୁଡିକରେ ଗହଳି ଦେଖିବାକୁ ମିଳୁଛି । ଏ ବର୍ଷ କରୋନା କଟକଣା କୋହଳ ହେବାରୁ ବେପାର ଜମିବ ବୋଲି ଆଶା ରଖିଛନ୍ତି ବ୍ୟବସାୟ୍ୟମାନେ । ଡିଜିଟାଲ ଯୋଗରେ ଲୁକେ ଘରେ ବସି ଅନ୍ ଲାଇନ୍ ରେ ରାକ୍ଷୀ ମଗାଉଛନ୍ତି । ତେଣୁ ବେପାର ଆଗଭଳି ଆଉ ନାହିଁ । ୧୦ ତାରିଖ ପରେ ବେପାର ଜୋର୍ ଧରିବ ବୋଲି ଆଶା ରଖିଛନ୍ତି ଦୋକାନୀ ମାନେ ।
ରାକ୍ଷୀ ର ଡିଯାଇନ ଓ ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ ଅନୁସାରେ ୫ ଟଙ୍କାରୁ ୧୦୦ ଟଙ୍କା ପର୍ୟ୍ୟନ୍ତ ଭଳି କି ଭଳି ରାକ୍ଷୀ ରହିଛି। ବିଶେଷକରି ଷ୍ଟୋନ ଖଞ୍ଜା ହୁଇଥିବା  ରାକ୍ଷୀ ଦର ଅଧିକା ରହିଛି । ପିଲାଙ୍କ ପାଇଁ ମୋଟୁ ପତଲୁ ଜଗନ୍ନାଥ  ଆକୃତୀ ଥିବା ରାକ୍ଷୀ ବିକ୍ରି ହେଉଛି । ବଡ ଲୋକଙ୍କ ପାଇଁ ବ୍ରେସେଲେଟ ସମେତ ଷ୍ଟୋନ୍ ରାକ୍ଷୀ ର ଚାହିଦା ରହିଛି।