ଡିସେମ୍ବରରେ ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ : Ommtv

ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ରାଞ୍ଚି  ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବ । ସମ୍ମିଳନୀ ଅବ୍ୟବହିତ ପୂ

ଡିସେମ୍ବରରେ ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ : Ommtv

ଡିସେମ୍ବରରେ ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ : Ommtv

: ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ ଆସନ୍ତା ଡିସେମ୍ବର ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ରାଞ୍ଚି  ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହେବ । ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱରଠାରେ ଭାରତୀୟ ଅର୍ଥନୀତି ସଂଘର ସଭାପତି ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସମ୍ମିଳନୀର ସୂଚନା ପତ୍ର ଉନ୍ମୋଚିତ ହୋଇଯାଇଛି । ଭାରତୀୟ ଅର୍ଥନୀତି ସଂଘର ମୁଖ୍ୟ ଆବାହକ ଡ. ଅନିଲ୍‍ କୁମାର ଠାକୁରଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତ ଏହି ସୂଚନା ପତ୍ର ଉନ୍ମୋଚନ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସଂଘର ୧୦୫ତମ ବାର୍ଷିକ ସମ୍ମିଳନୀ ଆସନ୍ତା ଡିସେମ୍ବରରେ ଆୟୋଜନ ହେଉଥିବା ସୂଚନା ଦେଇଥିଲେ । ଭାରତୀୟ ଅର୍ଥନୀତି ସଂଘର ୧୦୫ତମ ସମ୍ମିଳନୀର ନିଷ୍କର୍ସ ଓ ନୀତି ପରାମର୍ଶ ସାଧାରଣ ଲୋକଙ୍କ ସମସ୍ୟା ଓ ବିକାଶରେ ସମସ୍ତଙ୍କର ଅନ୍ତର୍ଭୁକ୍ତିକରଣ ଦିଗରେ ଏକ ସ୍ଥାୟୀ ନୀତି ପ୍ରସ୍ତୁତ କରିବାରେ ଅର୍ଥନୀତିଜ୍ଞମାନଙ୍କୁ ସାହାଯ୍ୟ କରିବ ବୋଲି ଶ୍ରୀ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ଅର୍ଥନୀତି ଓ ବିକାଶ ସମ୍ପର୍କିତ ବିଭିନ୍ନ ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ହଜାରରୁ ଊର୍ଦ୍ଧ୍ୱ ସନ୍ଦର୍ଭ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । କ୍ଷୀପ୍ର ବିକାଶ ଯୋଜନା ପାଇଁ ଅତୀତରୁ ଶିକ୍ଷା, ସାମଗ୍ରିକ ବିକାଶ ନିମନ୍ତେ ଆର୍ôଥକ ସମାନତା, ସମ୍ବଳର ଦକ୍ଷ ବିନିଯୋଗ ଓ ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିକାଶ ନିମନ୍ତେ ସବୁଜ ଏବଂ ସାମଗ୍ରିକ ବିକାଶ ଆଦି ୫ଟି ବିଷୟବସ୍ତୁ ଉପରେ ଏହି ସମ୍ମିଳନୀ ଆୟୋଜନର ଯୋଜନା ରହିଛି । ଏହି ସମ୍ମିଳନୀରେ ଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ,ଅର୍ଥନୀତି ବିଶାରଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।