ଅନାଥ ପିଲାଙ୍କ ମେଳରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳିଲେ ବିଧାୟକ : Ommtv

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ଉତ୍ତର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉତ୍ତର ବିଧାୟକ ସୁଶାନ୍ତ କୁମା

ଅନାଥ ପିଲାଙ୍କ ମେଳରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳିଲେ ବିଧାୟକ : Ommtv

ଉତ୍ତର ଭୁବନେଶ୍ୱରରେ ବିଶାଳ ପଦଯାତ୍ରା

ଅନାଥ ପିଲାଙ୍କ ମେଳରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳିଲେ ବିଧାୟକ : Ommtv

ଭୁବନେଶ୍ୱର,୧୬ା୧୦- (ରିପୋର୍ଟ: ଶୁକାନ୍ତ ରାଉତ)ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ
ଦିନ ଉପଲକ୍ଷେ ଉତ୍ତର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା
ଅନୁଷ୍ଠିତ ହୋଇଯାଇଛି । ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ
ଆଜି ଡମଣା ଦୁର୍ଗାପୁଜା ପଡିଆ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ
ଡମଣା ଗ୍ରାମ ପରିକ୍ରମା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ରାଜ୍ୟ
ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିପରି ସାଧାରଣ କୋକଙ୍କ ପାଖରେ
ପହଞ୍ଚା ଯାଇ ପାରିବ ଏବଂ ପ୍ରତ୍ୟେକ ପରିବାରର ସୁରକ୍ଷା ଓ ସାମାଜିକ ଦାୟିତ୍ୱକୁ
କେମିତି ସୂଚାର ରୂପେ ତୁଲାଯାଇ ପାରିବ ସେ ସମ୍ବଦ୍ଧରେ ବିଧାୟକ କର୍ମୀ ମାନଙ୍କୁ
ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି
ମେୟର ମଞ୍ଜୁଲତା କହଁର, ବରିଷ୍ଠ ନେତା ସୁବାଷ ଚନ୍ଦ୍ର ପାତ୍ରଙ୍କ ସହିତ ସମସ୍ତ
କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା, ଜିଲ୍ଲା ପରିଷଦ, ସାଂଗଠନିକ
ପଦାଧିକାରୀ, ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇଥିଲେ ।
ଏଥି ସହିତ ଡମଣା ଗ୍ରାମରେ ଥିବା ଶ୍ରୀ ଶ୍ରୀ ମା ଆନନ୍ଦ ଆଶ୍ରମ ତଥା ଶିଶୁ
ଯତ୍ନକାରୀ ଅନୁଷ୍ଠାନ ପରିସରରେ ବିଧାୟକ ଅନାଥ ପିଲାଙ୍କ ମେଳରେ ଧୁମଧାମରେ
କେକ୍ କାଟି, ନାଚଗୀତ କରି ମୁଖ୍ୟମନ୍ତ୍ରୀଙ୍କ ୭୭ ତମ ଜନ୍ମ ଦିବସ ପାଳନ କରିବା
ସହିତ ଦୀର୍ଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ମନୋଜ
ସାହୁ ସହଯୋଗ କରିଥିଲା ବେଳେ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ ।