ମମତା ପକ୍ଷରୁ ସୁଧାଂଶୁ ମିଶ୍ର ସ୍ମାରକୀ ବକ୍ତୃତା : Ommtv Round The Clock
ମମତା ପକ୍ଷରୁ ସୁଧାଂଶୁ ମିଶ୍ର ସ୍ମାରକୀ ବକ୍ତୃତା : Ommtv Round The Clock
ମମତା ପକ୍ଷରୁ ସୁଧାଂଶୁ ମିଶ୍ର ସ୍ମାରକୀ ବକ୍ତୃତା : Ommtv Round The Clock
ଚନ୍ଦ୍ରଶେଖରପୁର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି ରାଜ୍ୟର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଓ ପ୍ରଶାସନିକ ଅଧିକାରୀ ସୁଧାଂଶୁ ଭୂଷଣ ମିଶ୍ରଙ୍କ ୮୩ ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଆୟୋଜିତ ହୋଇଯାଇଛି ଏକ ସ୍ମାରକୀ ବକ୍ତୃତା । ସାମାଜିକ ସଂଗଠନ ମମତା ପକ୍ଷରୁ ଆୟୋଜିତ ଏହି ସ୍ମାରକୀ ବକ୍ତୃତାରେ ମୁଖ୍ୟ ଆଲୋଚକ ଭାବେ ପ୍ରାକ୍ତନ ଉନ୍ନୟନ କମିଶନର ତଥା ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ରବିନାରାୟଣ ସେନାପତି ଓ ଦାର୍ଶନିକ ତଥା ଆଧ୍ୟାତ୍ମିକ ସାଧକ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଗୁରୁଜୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଆଶ୍ରିବଚନ ସାଙ୍ଗକୁ ପ୍ରେରଣା ପ୍ରଦାନ କରିଥିଲେ । ସ୍ତମ୍ବକାର କବି ଗାଳ୍ପିକ ଅନୁବାଦକ ତଥା ଆଇଏଏସ ରବି ନାରାୟଣ ସେନାପତି ନିଜ ଅନୁଭବରୁ ଭାରତୀୟ ଗଣତନ୍ତ୍ରର ସୁଦୀର୍ଘ ଯାତ୍ରା ଓ ଅମଲାତନ୍ତ୍ରର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ସେନାପତି ଦେଶର ପ୍ରଥମ ବାଲାଟ ପେପର ନିର୍ବାଚନ ଠାରୁ ବର୍ତ୍ତମାନର ଇଭିଏମ ଓ ଭିଭି ପାଟ ଯାଏଁ ଅନେକ ପ୍ରକ୍ରିୟାରେ ଉନ୍ନତି ସାଧିତ ହୋଇଥିବା ଦର୍ଶାଇଥିଲେ । ସେ ସୁଚାଇଥିଲେ ଯେ ଦେଶରେ ମତଦାନ ହାର ବଢିଛି ଓ ଅନେକ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଛି ବୋଲି କହିଥିଲେ। ଏହି ସ୍ମାରକୀ ବକ୍ତୃତାରେ ସମ୍ମାନିତ ଅତିଥି ଭାବେ ପ୍ରଶାସକ ସରୋଜ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସାମାଜିକ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ପ୍ରଶାସନିକ ଅଧିକାରୀ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ସାମାଜିକ ସଂଗଠନ ମମତାର ସଭାପତି ବିଜୟା ମିଶ୍ର ଓ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ସଭାପତି ଶିଳ୍ପୀ ସାହୁ ପ୍ରମୁଖ ଯୋଗାଦଇ ହୋଇଥିଲେ ।