କଙ୍କଡାଣି ଠାରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ଲାଗି ପୂଜାର୍ଚ୍ଚନା : ଓମଟିଭି

ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ପାଇଁ ଅଲ ଇଣ୍ଡିଆ ସାରନା ଧର୍ମ ଚେମେଦ୍ ଆଶ୍ରା ଶାଖା କାର୍ଯ୍ୟାଳୟ  ଯଶିପୁର ବ୍ଲକ ଅନ୍ତର୍ଗତ କଙ୍କଡାଣିଠାରେ ଅଲ୍ ଇଣ୍ଡିଆ ଆଦିବାସୀ

କଙ୍କଡାଣି ଠାରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ଲାଗି ପୂଜାର୍ଚ୍ଚନା : ଓମଟିଭି

କଙ୍କଡାଣି ଠାରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ଲାଗି ପୂଜାର୍ଚ୍ଚନା : ଓମଟିଭି

ଯଶିପୁର, ୧୫.୭.୨୨(ଓମ): ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ ପାଇଁ ଅଲ ଇଣ୍ଡିଆ ସାରନା ଧର୍ମ ଚେମେଦ୍ ଆଶ୍ରା ଶାଖା କାର୍ଯ୍ୟାଳୟ  ଯଶିପୁର ବ୍ଲକ ଅନ୍ତର୍ଗତ କଙ୍କଡାଣିଠାରେ ଅଲ୍ ଇଣ୍ଡିଆ ଆଦିବାସୀ ସଂଗଠନର ଜେନେରାଲ ସେକ୍ରେଟାରୀ ଚକ୍ରଧର ହେମ୍ବ୍ରମଙ୍କ ନେତୃତ୍ବରେ ଚେମେଦ୍ ଆଶ୍ଳାର ସଭାପତି ବାସ୍ତା ସୋରେନଙ୍କ ତତ୍ତ୍ୱାବଧାନରେ କଙ୍କଡାଣି ଜାହିରାଠାରେ ଜାହେରଆୟ,ଲିଟା,ମଣେକ ତୁରୁୟକ ତଥା ମାରାଙ୍ଗବୁରୁ ପାଖରେ ପୂଜା ଅର୍ଚ୍ଚନା କରାଯାଇ ଜିତାଇ ଆଣିବା ପାଇଁ  ଦେହୁରୀ କୀର୍ତୁ ହାଁସଦା, ମାଝୀ ବାବା ସୁନାରାମ ହାଁସଦା, ଯୋଗେଶ୍ୱର ସୋରେନ, ଜିଲ୍ଲା ପରିଷଦ ସଭ୍ୟା ମିନତି ନାଏକ, ଜିଲ୍ଲା ପରିଷଦ ସଭ୍ୟା ଲଳିତା ମୁନ୍ଦୁୟା, ବାଙ୍ଗିରିପୋଷି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ, ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ସହନ ରାମ ଏବଂ ଆଦିବାସୀ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଆଦିବାସୀ ସମ୍ପ୍ରଦାୟ ର ଜନସାଧାରଣ ଉପସ୍ଥିତ ରହି ଜାହିରାଠାରେ ଆଦିବାସୀ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇ ଦ୍ରୌପଦୀ ମୁର୍ମୁ ଙ୍କର ମହାବିଜୟ  ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ।ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। 

ଯଶିପୁରରୁ ନିହାର ରଂଜନ ମହାନ୍ତଙ୍କର ରିପୋର୍ଟ ଓମ୍‌ ଟିଭି