ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ ପାଳନ : Ommtv Rount the Clock

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ ପାଳନ : Ommtv Rount the Clock

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ ପାଳନ : Ommtv Rount the Clock

ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ସ୍ଥାପନା ଦିବସ ପାଳନ : Ommtv Rount the Clock

 ଭୁବନେଶ୍ୱର, ତା- ୧୭।୩- ଭାରତ ବିକାଶ ପରିଷଦ, ଚନ୍ଦ୍ରଶେଖରପୁର ଶାଖାର ବିଂଶ ତମ ସ୍ଥାପନା ଦିବସ ସମାରୋହ ସହକାରେ ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି।
     ଶାଖାର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ପୌରୋହିତ୍ୟରେ ସଂପନ୍ନ ହୋଇଥିବା ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍, ସମାଜ ସେବୀ ତଥା ନିଳାଦ୍ରୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପରିଚାଳନା ସମିତି ର ସଂପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ପୂର୍ବ ପ୍ରାନ୍ତର ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା ଯୋଗ ଦେଇ ଥିଲେ।  ଅଧ୍ୟକ୍ଷଙ୍କ ସ୍ଵାଗତ ଭାଷଣ ପରେ ଶାଖା ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମହାରଣା ପରିବେଶର ସୁରକ୍ଷାରେ ସମାଜର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଆମେ ସମସ୍ତେ ଏ ଦିଗରେ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ଭାରତ ଓ ଭାରତୀୟତା ସଂପର୍କରେ ଆଲୋଚନା କରି ପାଶ୍ଚାତ୍ୟ ସଭ୍ୟତା ଓ ଭାରତୀୟ ସଭ୍ୟତାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପିତ କରିଥିଲେ। ଆଇ ଆଇ ଟି ର ଜଣେ ବ୍ୟକ୍ତିତ୍ୱଙ୍କ ଠାରୁ ଭାରତୀୟ ସଂସ୍କୃତିର ନିଖୁଣ ଚିତ୍ର ଶୁଣି ଉପସ୍ଥିତ ବିଜ୍ଞ ଶ୍ରୋତୃ ମଣ୍ଡଳି ଅଭିଭୂତ ହୋଇ ଯାଇଥିଲେ। ପରେ ପରେ ବର୍ଷ ମଧ୍ୟରେ ଶାଖାର ସଦସ୍ୟା ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା।  ଶାଖା ସଦସ୍ୟାମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଆଦୃତା ଶିଶୁ ସଦନ ଓ ପଠାଣି ସାମନ୍ତ ଶିକ୍ଷା କେନ୍ଦ୍ରର ଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ନୃତ୍ୟ ଏବଂ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା।   ସମାରୋହରେ ଦୁଇଜଣ ନୂତନ ସଦସ୍ୟ ଶାଖାର ସଦସ୍ୟତା ଗ୍ରହଣ ପୂର୍ବକ ଶପଥ ପାଠ କରିଥିଲେ।ଏହି ଉତ୍ସବ ରେ ପ୍ରଫେସର ଧନୂଷ୍ ଧାରୀ ମିଶ୍ର,ଡ. ବିଶ୍ଵେଶ୍ଵର ଦାଶ, ଶ୍ରୀ ଦେବେନ୍ଦ୍ର ନାଥ ଦାସ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ମଧୁସ୍ମିତା ମହାନ୍ତି ଓ ଶ୍ରୀମତୀ ନିନାଦିନୀ ମହାନ୍ତି। ପରେ ପରେ ଶାଖାର ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀମତୀ ବନ୍ଦନା ମହାନ୍ତି ଙ୍କ ଦ୍ଵାରା ସଂପନ୍ନ ହୋଇଥିଲା।ଚଳିତ ବର୍ଷ ପାଇଁ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶ୍ରୀ ମୂରଲୀଧର ଦାସ ଯଥାକ୍ରମେ ଶାଖାର ଅଧ୍ୟକ୍ଷ, ସଚିବ ତଥା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ସଦସ୍ୟ ଶ୍ରୀ ମୂରଲୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସଭା ପ୍ରାରମ୍ଭରେ ବନ୍ଦେ ମାତରଂ ଓ ଶେଷରେ ଜାତୀୟ ସଙ୍ଗୀତ ଗାନ କରା ଯାଇ ସଭା ସାଙ୍ଗ ହୋଇ ଥିଲା।
 ଶେଷରେ ସମସ୍ତଙ୍କୁ ସ୍ଵାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇ ଥିଲା