କୃତଗ୍ନ ହୋଇଗଲେ କଳାକାର, ସମସ୍ତଙ୍କୁ ସାହାର୍ଯ୍ୟକରୁଥିବା ମୁନା ଆଜି ସମସ୍ତଙ୍କ ପାଇଁ ଅ‌ଲୋଡ଼ା : Ommtv

କୃତଗ୍ନ ହୋଇଗଲେ କଳାକାର, ସମସ୍ତଙ୍କୁ ସାହାର୍ଯ୍ୟକରୁଥିବା ମୁନା ଆଜି ସମସ୍ତଙ୍କ ପାଇଁ ଅ‌ଲୋଡ଼ା : Ommtv

କୃତଗ୍ନ ହୋଇଗଲେ କଳାକାର, ସମସ୍ତଙ୍କୁ ସାହାର୍ଯ୍ୟକରୁଥିବା ମୁନା ଆଜି ସମସ୍ତଙ୍କ ପାଇଁ ଅ‌ଲୋଡ଼ା : Ommtv

କୃତଗ୍ନ ହୋଇଗଲେ କଳାକାର, ସମସ୍ତଙ୍କୁ ସାହାର୍ଯ୍ୟକରୁଥିବା ମୁନା ଆଜି ସମସ୍ତଙ୍କ ପାଇଁ ଅ‌ଲୋଡ଼ା : Ommtv

ଭୁବନେଶ୍ବର(କବି): ସ୍କୁଲରୁ ଫେରୁଥିବା ଦୁଇଜଣ ନାବାଳିକାଙ୍କୁ ସଡ଼କ ଦୁର୍ଘଟଣାରୁ ବଞ୍ଚାଇବାକୁଯାଇ ନିଜେ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଗୁରୁତର ହୋଇଯାଇଥିବା ଓଲିଉଡ଼ ଇଣ୍ଡ‌ଷ୍ଟ୍ରି ମୋଷ୍ଟ ପପୁଲାର୍ ସ୍ପଟ୍‌ବୟ ସୁସିଲ ଭୋଇ ଓରଫ ମୁନା କେନିଆଁ ଆଜି ପୁରା ଇଣ୍ଡଷ୍ଟ୍ରିପାଇଁ ‌ଅଲୋଡ଼ା ହୋଇଯାଇଛନ୍ତି। ଗତ ୬ମାସ ହେବ ମୁନା ବ୍ରେନ୍ ହାମରେଜ୍‌ରେ ପିଡ଼ିତ ହୋଇ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାପରେ ବର୍ତମାନ ଚେତାକୁ ଫେରିଛନ୍ତି ଏବଂ ସାମାନ୍ୟ ଚଳପ୍ରଚଳ କରୁଛନ୍ତି। ମୁନା ଜଣେ ଗରିବ ପିଲା ହୋଇଥିବାରୁ ତାଙ୍କର ଏଭଳି ଅସୁବିଧା ସମୟରେ ‌ପରିବାରଲୋକ ଏବଂ କିଛି ସାଙ୍ଗସାଥି ଏକାଠିହୋଇ ଆର୍ଥିକ ଓ ଚିକିତ୍ସାଗତ ସହଯୋଗର ହାତ ବଢ଼ାଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ମୁନା ଓଲିଉଡ଼ ଇଣ୍ଡଷ୍ଟ୍ରିର ଏଭଳି ଏକ ପରିଚିତ ଚେହେରା ଥିଲେ ଯାହାଙ୍କୁ କଳାକାର, ଟେକନିସିଆନ୍ ଓ ନିଦେର୍ଶକ ଜଗତର ସମସ୍ତେ ଚିହ୍ନନ୍ତି ଜାଣନ୍ତି ଓ ଭଲପାଆନ୍ତି ସେମାନଙ୍କର ଦେଖାମିଳିନଥିଲା। ସହାୟତା ଦୁରରକଥା ମୁନା ବଞ୍ଚିଛନ୍ତି କି ନାହିଁ ତାହାନେଇ ମଧ୍ୟ କେହି କେବେ ଖୋଜଖବର ରଖିନଥିଲେ। ଆଜି ମୁନା ମୃତ୍ୟୁ ମୁଖରୁ ବର୍ତିଯାଇ ଭଲରେ କଥା ହୋଇ ପାରୁ ନାହାଁନ୍ତି, ଠିକରେ ଚଲାବୁଲା କରିପାରୁ ନାହାଁନ୍ତି ମାତ୍ର ବାରମ୍ବାର ୨୫ବର୍ଷ ବିତେଇଦେଇଥିବା ଓଲିଉଡ଼୍ ଜଗତର କଳାକାରମାନଙ୍କୁ ଝୁରୁଛନ୍ତି। ସୁଟିଂ ସମୟହେଉ କିମ୍ବା ବ୍ୟକ୍ତିଗତଭାବେ  ଯେଉଁ କଳାକାର କୌଣସି ଅସୁବିଧା ହୁଏ ମୁନା ଭୁବନେଶ୍ବର ଜଣେ ଲୋକାଲ ପିଲା ହୋଇଥିବାରୁ ସଙ୍ଗେସଙ୍ଗେ ପହଞ୍ଚିଯାଆନ୍ତି ଓ ସହାୟତାର ହାତ ବଢ଼ାନ୍ତି। ଆଜି ମୁନା ନିଜ ଗ୍ରାମ ଭୁବନେଶ୍ବର ଉପକଣ୍ଠ କଳାଝରୀ ଓସ୍ତପଡ଼ାରେ ଘରେ ଗୋଟିଏ ଚଉକିରେ ବସି ଭାବୁଛନ୍ତି ସେ ଯେଉଁ ଇଣ୍ଡଷ୍ଟ୍ରିପାଇଁ ଜୀବନ ଦେଉଥିଲେ ସେହି ଉଣ୍ଡଷ୍ଟ୍ରିଲୋକମାନେ ତାକୁ କେମିତି ଭୁଲିଗଲେ। ଥରେ ଦେଖିବାପାଇଁ ମଧ୍ୟ କେହି ଆସିଲେ ନାହିଁ। ବର୍ତମାନ ଅଭାବ ଅନାଟନରେ ସମୟ ବିତାଉଥିବା ମୁନାକୁ ଆର୍ଥିକ ସହାୟତାର ଆବଶ୍ୟକ ପଡ଼ୁଛି। କାରଣ ସାଙ୍ଗସାଥି ହସ୍ପିଟାଲରୁ ସିନା ତା’ର ଜୀବନ ବଞ୍ଚାଇଦେଲେ ମାତ୍ର ବର୍ତମାନ ବେରୋଜଗାର ଓ ଅର୍ଥ ଅଭାବ ତା’ର ଜୀବନ ନେବାକୁ ବସିଛି। ଓଲିଉଡ଼ର ବଡ଼ ବଡ଼ କଳାକାର ମୁନାକୁ ଲୋକାଲ ପିଲା ହୋଇଥିବାରୁ ନିଜ ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ବହେ ବ୍ୟବହାର କରିଛନ୍ତି । ଯେଉଁମାନଙ୍କର ଏବେ ଦେଖାନହିଁ। ଥରିରୁ ସ୍ପଷ୍ଟ ଜଣାପଡ଼େ ଏକାଳାକାର ନିଜ ଇଣ୍ଡଷ୍ଟିର ଛୋଟ ବଡ଼ ପଦବି ଲୋକଙ୍କୁ କେତ‌େ ଭଲ ପାଆନ୍ତି। କେହି କେବ‌େ ଚାଲିଗାଲେ ମିଡ଼ିଆ ମାଇଲେଜ୍ ନେବାପାଇଁ ହସ୍ପିଟାଲ ଆଗରେ ଓ ଘରେ ପହଞ୍ଚି କୁମ୍ବିର କାନ୍ଦଣା କାନ୍ଦି ବହେ ଗପ ସୁଣାନ୍ତି। ସତକଥାହେଲା ଏଠି କେହି ନୁହେଁ କାହାର। ମୁନାର ଏଭଳି ଅସମୟରେ ଉତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଓ କିଛି ହାତଗଣତି ସାଙ୍ଗସାଥି ତାର ଜୀବନକୁ ବଞ୍ଚାଇଦେଲେ। ହେଲେ ବଞ୍ଚିଯାଇଥିବା ମୁନା ଏବେ ଅକାମି ହୋଇ କଣ କରିବ ତାହା ବଡ଼ ପ୍ରଶ୍ନ।