ବୃତ୍ତି ହରାଇ ହନ୍ତସନ୍ତ ହେଉଛନ୍ତି, ଟେକନିସିଆନ୍ ଓ ସହଯୋଗୀ କଳାକାର : ଓମଟିଭି

ଓଲିଉଡ଼୍ ଟେଲି କଳାକାରମାନେ ବର୍ତମାନ ସୁଟିଂ ଫ୍ଲୋରକୁ ବାହୁଡ଼ିବା ଆରମ୍ଭ କରିଛନ୍ତି । ରାଜ୍ୟର ବଛାବଛା ମନୋରଂଜନ ଭିତିକ ଚ୍ୟାନେଲ୍ ପାଇଁ ପ୍ରସାରଣ ହେଉଥିବା ଧରାବାହିକ ଗୁଡ଼ିକର ଏବେ ସୁଟିଂ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ୬୫ ଦିନରୁ ଅଧିକ ବ୍ୟବଧାନ ପରେ କଳାକାରମାନେ ପୁଣି ନିଜ ଚରିତ୍ରକୁ ମନେପକାଇ ଅଭିନୟ କରିବା ଆରମ୍ଭ କରିଛନ୍ତି।

ବୃତ୍ତି ହରାଇ ହନ୍ତସନ୍ତ ହେଉଛନ୍ତି, ଟେକନିସିଆନ୍ ଓ ସହଯୋଗୀ କଳାକାର : ଓମଟିଭି

ବୃତ୍ତି ହରାଇ ହନ୍ତସନ୍ତ ହେଉଛନ୍ତି, ଟେକନିସିଆନ୍ ଓ ସହଯୋଗୀ କଳାକାର : ଓମଟିଭି ( ମଧୁର ବାଣୀ )

ଭୁବନେଶ୍ବର,(ଓମ): ଓଲିଉଡ଼୍ ଟେଲି କଳାକାରମାନେ ବର୍ତମାନ ସୁଟିଂ ଫ୍ଲୋରକୁ ବାହୁଡ଼ିବା ଆରମ୍ଭ କରିଛନ୍ତି । ରାଜ୍ୟର ବଛାବଛା ମନୋରଂଜନ ଭିତିକ ଚ୍ୟାନେଲ୍ ପାଇଁ ପ୍ରସାରଣ ହେଉଥିବା ଧରାବାହିକ ଗୁଡ଼ିକର ଏବେ ସୁଟିଂ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ୬୫ ଦିନରୁ ଅଧିକ ବ୍ୟବଧାନ ପରେ କଳାକାରମାନେ ପୁଣି ନିଜ ଚରିତ୍ରକୁ ମନେପକାଇ ଅଭିନୟ କରିବା ଆରମ୍ଭ କରିଛନ୍ତି। ଫଳରେ ଗତ କିଛି ଦିନ ହେବ ଧରାବାହିକ କଳାକାରମାନେ ନିଜ ଫ୍ଲୋରକୁ ଯାଇ ମୋଣ୍ଟାନ୍ ଓ ପୂର୍ବ କାହାଣୀ ସହ ନିଜ ଚରିତ୍ରକୁ ମନେପକାଇ କିଛି ନୂଆ ସଂଳାପ ସହ ଅଭିନୟ କରିବା ଆରମ୍ଭ କରୁଛନ୍ତି। ମାତ୍ର ଏହି ସୁଟିଂ କାର୍ଯ୍ୟ ବର୍ତମାନ କେବଳ ଇନ୍‌ଣ୍ଡୋର୍ ଗୁଡ଼ିକରେ ସିମିତ ହୋଇରହିଛି। ଆଉଟ୍‌ଡ଼ୋର୍ ସୁଟିଂ କାର୍ଯ୍ୟ କେବେ ହେବ ତାହା ନେଇ କ‌ୌଣସି ପ୍ରକାର ସଠିକ୍ ତଥ୍ୟ ମିଳିନାହିଁ। କରୋନାର ପ୍ରକୋପ ଏକ ପ୍ରକାର ନିୟନ୍ତ୍ରଣ ସ୍ଥିତିରେ ନପହଞ୍ଚିଲେ ଆଉଟ୍‌ଡ଼ୋର୍‌ରେ ସୁଟିଂ କଷ୍ଠକର ବୋଲି ବରିଷ୍ଠ କ୍ୟାମେରାମ୍ୟାନ୍ ନିରଞ୍ଜନ ସାହୁ (ବବି) ପ୍ରକାଶକରିଛନ୍ତି। ମାତ୍ର ତା’ପୂର୍ବରୁ ଶହ ଶହ ଟେକ୍‌ନିସିଆନ୍ ଓ ସହଯୋଗୀ କଳାକାରମାନେ ନିଜ ବୃତ୍ତି ହରାଇ ବେରୋଜଗାରୀର ଶିକାରହୋଇ ହନ୍ତସନ୍ତ ହେଉଛନ୍ତି। କିଛି ଧାରାବାହିକ ପ୍ରାଯୋଜକ କିମ୍ବା ଚ୍ୟାନେଲ୍ ମାଲିକମାନଙ୍କ ବ୍ୟକ୍ତିଗତ ଷ୍ଟୁଡ଼ିଓ ଥିବାରୁ ବର୍ତମାନ ଧାରାବାହିକ ଗୁଡ଼ିକ ଷ୍ଟୁଡ଼ିଓ ଭିତରେ ସୁଟିଂ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ଆଉଟ୍‌ ଲୋକେସନ୍‌ରେ କାର୍ଯ୍ୟକରୁଥିବା ଟେକ୍‌ନିସିଆନ୍‌ ଓ ସହଯୋଗୀ କଳାକାରମାନଙ୍କୁ କାମ ମିଳିବାନେଇ କୌଣସି ପ୍ରକାର ସୁଯୋଗ ଦେଖାଯାଉନାହିଁ।

ଏପରି ପରିସ୍ଥିତି ଲାଗିରହିଲେ ଶହ ଶହ ଟେକ୍‌ନିସିଆନ୍ ଓ ସହଯୋଗୀ କଳାକାର ଆର୍ଥିକ ଅନାଟନରେ ଗତିକରିବେ ତାହାନେଇ କଳ୍ପାନା କରିବା ଭୟଙ୍କର ବୋଲିପ୍ରକାଶ କରିଛନ୍ତି କୋରିଓଗ୍ରାଫର୍ ଆଣ୍ଡ ଡ଼୍ୟାନସର୍ ଆସୋସିଏସନ୍ ସଭାପତି ନୃତ୍ୟ ନିର୍ଦେଶକ କୃଷ୍ଣଚନ୍ଦ୍ର ‌ମହାରଣା। ଧାରାବାହିକରେ ନୃତ୍ୟ କାର୍ଯ୍ୟକ୍ରମଠାରୁ ଧରି ପ୍ରାସ୍ବ ଅଭିନୟ କରୁଥିବା ଏହି କାଳକାରମାନେ ବହୁ ସଂଖ୍ୟାରେ କାର୍ଯ୍ୟକରୁଥିଲେ ମଧ୍ୟ ଏମାନଙ୍କ ସମସ୍ୟାନେଇ ପ୍ରଶାସନ କୌଣସି ଅନୁକମ୍ପା ରାଶି ପ୍ରଦାନ କଲେନାହିଁ। ଯହାନେଇ ଅନେକ କଳାକାର ବର୍ତମାନ ସମୟରେ ନିଜର ବୃତିକୁ ବଦଳାଇ ସବୁଦିନପାଇଁ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାନେଇ ମନସ୍ତ କରିଛନ୍ତି। ବାର୍ ଡ଼୍ୟାନସ୍ ଚୁନି ମହାନ୍ତି ଓ ତାଙ୍କ ସ୍ବାମୀ ରାଜୁ ମହାନ୍ତିଙ୍କ କହିବା ଅନୁଯାୟୀ ବାରରେ ସଂଗୀତ ଓ ନୃତ୍ୟ ପର୍ଦଶନକରିବା ସହ ମଞ୍ଚ ଏବଂ ସୁଟିଂରେ କାମକରିବାନେଇ ସେମାନଙ୍କ ପରିବାର ଚାଳୁଥିଲା। ବର୍ତମାନ ପରିସ୍ଥିତିରେ ସେମାନେ କିଛି ହେବ ଅଭାବ ଅନଟନରେ ଗତିକରୁଛନ୍ତି। ଏପରି ପରିସ୍ଥିତିରେ ସେମାନେ ନିଜ ବୃତିକୁ ବଦଳାଇ ଖିଲିପାନ ଦୋକାନ ଓ ପରିବା ବ୍ୟବସାୟ କରିବାରେ ମନବଳାଇଛନ୍ତି। ସେହିଭଳି ହାସ୍ୟ ଅଭିନେତା ରବି କୁମାର ମଧ୍ୟ ପରିବା , ଛତୁ ଓ ଅଣ୍ଡା ବିକ୍ରିକରିବା ପାଇଁ ବାଧ୍ୟ ହୋଇଛନ୍ତି। ସତରେ କି‌ କୋରୋନା ଆ‌ସିଲା ପ୍ରଥମ ଦ୍ବିତୀୟ ଓ ତୃତୀୟ ଲହର ଓଡ଼ିଆର ସମସ୍ତ ପ୍ରକାର କଳାକାରଙ୍କ ଅଣ୍ଟା ଭାଙ୍ଗିଦେଇଛି। ଏମ‌ାନେ ନିଜର ପୂର୍ବସ୍ଥିତିରେ ପହଞ୍ଚିବା ବହୁ କଷ୍ଠକର।

ଓଡ଼ିଶା ଭଳି ରାଜ୍ୟରେ ମ‌ନୋରଂଜନ କଳାକୁ ନେଇ ପେଟପୋସିବା କଷ୍ଠକର ହୋଇଥିବାରୁ ମହାମାରୀ ସମୟରେ ସରକାର ଏହି କଳାକାରମାନଙ୍କୁ ଅଣଦେଖା କରିଛନ୍ତି। ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସୁଟିଂରେ କାର୍ଯ୍ୟକରୁଥିବା କୋରିଓଗ୍ରାଫର ଓ ଡ଼୍ୟାନସର୍ ଆସୋସିଏସନ୍, ସଂଗୀତ (ମେଲୋଡ଼ି/ ଭଜନ) କଳାକାର ‌ଆସୋସିଏସନ୍, ପାଲା, ଦାସକାଠିଆ, ଘାଡ଼ାନାଚ ଓ ଅନ୍ୟାନ ଲୋକକଳା ସଂଘ, ଯାତ୍ରା କଳାକାର ସଂଘ, ଟେକ୍‌ନିସିଆନ୍ ଓ ଟେଲି କଳାକାର ଆସୋସିଏସନ୍। ଏମାନେ ବ୍ୟକ୍ତିଗତଭାବେ ମଧ୍ୟ ପ୍ରଭାବଶାଳୀ କଳାକାରମାନଙ୍କ ଠାରୁ କିଛି ସହାୟତା ପାଇ ନାହାଁନ୍ତି। ବାହାର ରାଜ୍ୟରେ ପ୍ରଭାବଶଳୀ କଳାକାରମାନେ ନିଜ ସହଯୋଗୀ କଳାକାରମାନଙ୍କୁ ସହଯୋଗର ହାତ ବଢ଼ାଇଥିଲା ବେଳେ ଓଲିଉଡ଼୍‌ରେ ଏପରି ନମୁନା ଦେଖିବାକୁ ମଳିଲା ନାହିଁ। ଯାହା ଅତ୍ୟନ୍ତ ଦୃଭାଗ୍ୟ ଜନକ ବୋଲି ମତପ୍ରକାଶ କରିଛନ୍ତି ସିନେ ସମିକ୍ଷକ ବିଦ୍ୟାଧର ବାରିକି। ଅନ୍ୟ ପକ୍ଷରେ ସରକାର ମଧ୍ୟ ସେମାନଙ୍କ କଥା ବୁଝିଲେ ନାହିଁ। ଯାହାନେଇ ବର୍ତମାନ ଏହି‌ ଗୋଷ୍ଠୀର କଳାକାରମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ହୃଦୟରୁ କାନ୍ଦିବା ଆରମ୍ଭ କରିଛନ୍ତି। ଯାହାନେଇ ବରିଷ୍ଠ ସଂଗୀତ ନିର୍ଦେଶକ ତଥା ଗାୟକ କହିଛନ୍ତି ଯୋଗେନ୍ଦ୍ରା ନାଥ କୁହନ୍ତି ‘କିଏ କେବେ ଦେଖିଛକି, କଳାକାର କାନ୍ଦିବାର’। ମାତ୍ର କରୋନା ସ୍ଥିତିରେ କଳାକାର କାନ୍ଦିବା ଆରମ୍ଭ କରିଛନ୍ତି। ଏପରି ସମୟରେ ସରକାର ସଳାକାରମାନଙ୍କୁ ଭଲ ଭର୍ତା ପ୍ରଦାନ କରିବା ନିହାତି ଆବଶ୍ୟକ। ବିଧାୟକ ଏଠି ଲକ୍ଷେଟଙ୍କା ପାଇ ଚଳିପାରୁ ନାହାଁନ୍ତି ବୋଲି ଚିତ୍କାର କରୁଛନ୍ତି। ଏସମୟରେ ଜଣେ କଳାକାର ୫ଶହ ଟଙ୍କାରେ ମାସସାରା କେମିତି ଚଳିବ ସରକାର ବିଚାର କରନ୍ତୁ। (ମଧୁର ବାଣୀ ମୋଟିଭେସନାଲସ୍ପିକର : ବିଦ୍ୟାଧର ବାରିକ, ମଧୁ)