ପାଣ୍ଡିଆନଙ୍କୁ ବିରୋଧ କଣ ପାଇଁ ? ( ମଧୁର ବାଣୀ ) : Ommtv

ପାଣ୍ଡିଆନଙ୍କୁ ବିରୋଧ କଣ ପାଇଁ ? ( ମଧୁର ବାଣୀ )

ପାଣ୍ଡିଆନଙ୍କୁ ବିରୋଧ କଣ ପାଇଁ ? ( ମଧୁର ବାଣୀ ) : Ommtv

ପାଣ୍ଡିଆନଙ୍କୁ ବିରୋଧ କଣ ପାଇଁ ? ( ମଧୁର ବାଣୀ )

ଆଜି ଓଡ଼ିଶାରେ ପାଣ୍ଡିଆନ୍ କହିଲେ ପିଲାଠାରୁ ବୁଢ଼ାଯାଏ ସମସ୍ତେ ପ୍ରାୟ ଏହି ନାମକୁ ବେସ୍ ଭଲ ଭାବରେ ଜାଣିଛନ୍ତି। କିଏ ପାଣ୍ଡିଆନ୍ କହେ ତପୁଣି କିଏ ପାଣ୍ଡୁ ଆଉକିଏ ପାଣ୍ଡେ ବୋଲି ଉଚାରଣ କରିଥାନ୍ତି। ହେଲେ ମହାଶୟ ପୂର୍ବରୁ ଆଇଏଏସ୍ ଥିଲାବେଳେ କର୍ପୋରେଟରଠାରୁ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସ‌‌‌ମସ୍ତେ ବାବୁଙ୍କୁ ସାର୍ ବୋଲି କହିଆସୁଥିଲେ। ହେଲେ ବାବୁ ଯେଉଁଦିନଠାରୁ ଚାକିରୀ ଛାଡ଼ି ଓଡ଼ିଶା ରାଜନୀତିରେ ମୁଣ୍ଡପୁରାଇଛନ୍ତି ସେହିଦିନଠାରୁ ଏବେ ସମସ୍ତେ ପାଣ୍ଡୁ ଭାଇ ବୋଲି କହିଆସୁଛନ୍ତି। ଏହି ଭିକେ ପାଣ୍ଡିଆନଙ୍କୁ ବର୍ତମାନ ରାଜ୍ୟରେ ଘୋର ବିରୋଧ ହେଉଛି। ହେଲେ ଏହା ପଛରେ ବିରୋଧ କରୁଥିବା ଲୋକ କେବଳ ଗେରୁଆ ଦଳ ବୋଲି କୁହାଯାଉଛି। ପ୍ରକୃତରେ ଏହାହେଉଛି କେବଳ ଗେରୁଆଙ୍କର କାମ ନୁହେଁ। ଏହି କାମ ହେଉଛି ପାଣ୍ଡିଆନଙ୍କୁ ବିରୋଧ କରୁଥିବା ଓଡ଼ିଆଙ୍କ କାରନାମା। ବାବୁ କୁଆଡ଼େ ତାମିଲନାଡ଼ୁର ସପ୍ତମ ଧନୀ ଲୋକ ତେଣୁ ତାଙ୍କ ଧନକୁ ଓଡ଼ିଆଲୋକ ଦେଖିସହି ପାରୁ ନାହାଁନ୍ତି। ସେ ଯେତେ ନବୀନଙ୍କ ପାଖ ଲୋକ ହେଉଛନ୍ତି ନେତା ମନ୍ତ୍ରୀ ପାଚିକି ଲାଲ ହୋଇଯାଉଛନ୍ତି। ହେଲେ ଓଡ଼ିଶା ପାଇଁ ରୁପାନ୍ତରଣ ନାମରେ ଯେତେ ଭଲ କାମ କରୁଛନ୍ତି ଲୋକମାନେ ସବୁ କାମରେ ଠକେଇର ସୂତା ଖିଅ ବାହାର କରୁଛନ୍ତି। ଏମିତି ଦେଖିବାକୁ ହେଲେ ପୂର୍ବରୁ କାମ ନାମରେ ସବୁ ହରିଲୁଟ୍ ହେଉଥିଲା ବାବୁ ଯଦି ରାଧେ ରାଧେ ତମର ଅଧେକୁ ଆମର ‌ଅଧେ କରୁଛନ୍ତି ତେବେ ଖରାପ କୋଉଠି ରହିଲା ଜାଣିହେଉନାହିଁ। ଏତେ ସମାଲୋଚନା କଣପାଇଁ ବୁଝିହେଉନାହିଁ। ତାଙ୍କ ସ୍ତ୍ରୀ ଓଡ଼ିଆ ଝିଅ ତେଣୁ ସେ ଓଡ଼ିଶାର ଜ୍ବାଇଁ ପୁଅ। ପିଲା ବୋଲି କ‌ହିଲେ ଗୋଟିଏ ଝିଅ ଓ ଗୋଟିଏ ପୁଅ। ଚାରି ପ୍ରାଣୀ ପରିବାରପାଇଁ ହଜାର ହଜାର କୋଟି ଠୁଳକରି ସେ କୁଆଡ଼େ ଓଡ଼ିଶାରୁ ହରିଲୁଟ କରୁଛନ୍ତି। ଆଉ ଏପରି ଅଭିଯୋଗ ଆଣୁଛନ୍ତି ବିଜେପି ବାଲା। ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନେ କେବଳ ଗାଦି ମାଡ଼ିବସିବାପାଇଁ ଜନତାଙ୍କ ଆଗରେ ଅଭିନୟ କରୁଛନ୍ତି। ପ୍ରକୃତରେ ସେମାନେ ଜାଣିପାରୁ ନାହାଁନ୍ତି ସେମାନେ ଯେଉଁ ନାଟକ କରୁଛନ୍ତି ସେସବୁ ଦିଲ୍ଲିବାଲା ରାଜ୍ୟବାଲାଙ୍କୁ ଛତା ଧରାଇ ରାଜନୀତି କରୁଛନ୍ତି। ମାନେ କେନ୍ଦ୍ର ଇସାରାରେ ରାଜ୍ୟ ଚାଲିଛି। ତେଣୁ ଅଭିନୟ ନକରି ଯାହା ଚାଲିଛି ଠିକ୍ ଚାଲିଛି ଯାହା ଚାଲିବ ଠିକ୍ ଚାଲିବ ଏବଂ ଯାହା ଚାଲିଥିଲା ତା ମଧ୍ୟ ଠିକ୍ ଚାଲିଥିଲା ବ‌ୋଲି ମାନିନେବା ଉଚିତ ପଦକ୍ଷେପ ହେବ। ଏଠି କେହି କିଛି ଓପାଡ଼ିଲା ବାଲା ନୁହଁନ୍ତି। ନବୀନ ଥିଲା ଯାଏ ଓଡ଼ିଶାରେ ଶଙ୍ଖ ବାଜିବ ତାପରେ ଏଠାରେ ଯଦି ପଦ୍ମ ଫୁଟିବାର ଆଶା ଦେଖାଯାଏ ତେବେ ମଧ୍ୟ ଓଡ଼ିଶାର କୌଣସି ଉନ୍ନତି ହେବ ନାହିଁ। କାରଣ ଗେଣ୍ଡାଳିଆଙ୍କ ପରେ ଗେରୁଆ ବାଲା ଭୋକିଲା ହୋଇ ରହିଛନ୍ତି। ଗଦି ପାଇବାମାତ୍ରେ ଖାଇକି ସବୁ ସଫାକରିଦେବେ। ତେଣୁ ଜନତା ଉଚିତ ପଦ‌କ୍ଷେପ ଉଚିତ ସମୟରେ ଭାବି ଚିନ୍ତି ନେବା ଠିକ୍ ହେବ। ବିରୋଧ ଓ ସୋସିଆଲ ମିଡ଼ିଆର ପ୍ରଚାରକୁ କାନ ନଦେଇ ନିଜ ମନକୁ ପଚାରି ଠିକ୍ ସ୍ଥାନରେ ବଟମ ଚିପିଲେ ଠିକହେବ। ଦେହକୁ ନେବନି ଟାଲି ପଢ଼ୁଥାଅ ମଧୁର ବାଣୀ ( ମଧୁ )