ହୋଟେଲ ସ୍ବସ୍ତି ପ୍ରିମିୟମରେ ନବରଙ୍ଗ ରାସଲୀଳା : Ommtv Kalinga Vikas

ହୋଟେଲ ସ୍ବସ୍ତି ପ୍ରିମିୟମରେ ନବରଙ୍ଗ ରାସଲୀଳା : Ommtv Kalinga Vikas

ହୋଟେଲ ସ୍ବସ୍ତି ପ୍ରିମିୟମରେ ନବରଙ୍ଗ ରାସଲୀଳା : Ommtv Kalinga Vikas

ହୋଟେଲ ସ୍ବସ୍ତି ପ୍ରିମିୟମରେ ନବରଙ୍ଗ ରାସଲୀଳା : Ommtv Kalinga Vikas

BBSR (KV): ସେଲିବ୍ରେଟିଙ୍କ ସହ ଦଣ୍ଡିଆ ନାଇଟ । ଏଥର ନବରାତ୍ରିରେ ବଲିଉଡ ଷ୍ଟାର,ବଲିଉଡ ସିଙ୍ଗର ଏବଂ ଓଲିଉଡ ସେଲିବ୍ରେଟି କରିବେ ମାହୋଲ ଗରମ । ହୋଟେଲ ସ୍ବସ୍ତି ଓ ବ୍ଲୁଅର୍କ ର ସହଭାଗିତାରେ ଆସନ୍ତା ୨୮ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ବସ୍ତି ହୋଟେଲରେ ଅନୁଷ୍ଠିତ ହେବ ନବରାତ୍ରି ମହୋତ୍ସବ ନବରଙ୍ଗ ରାସଲୀଳା। ଏହି ଦାଣ୍ଡିଆ ନାଇଟ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣରେ ସେଲିବ୍ରିଟି ଗାୟକ, ଲୋକପ୍ରିୟ ଡିଜେ, ଲାଇଭ ବ୍ୟାଣ୍ଡ ଓ ପାରମ୍ପରିକ ପଞ୍ଜାବୀ ଢ଼ୋଲ ଭଳି ଷ୍ଟାର ପ୍ରଦର୍ଶନ ସାମିଲ ରହିବ । ପେସାଦାର କଳାକାରଙ୍କ ସହିତ ଉତ୍ସାହପୂର୍ଣ ଦାଣ୍ଡିଆ ନୃତ୍ୟ, ଓପନ-ଫ୍ଲୋର ସାମିଲ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନଲିମିଟେଡ଼ ଖାଦ୍ୟ ଓ ବୁଫେ, ଗିଫ୍ଟ ହାମ୍ପର, ଫେଷ୍ଟିଭ କ୍ଲିକ ପାର୍ଟି ରହିଛି । ଏସବୁ ଆନ୍ଦନ ଉଠାଇବା ପାଇଁ ଟିକେଟ ମୂଲ୍ୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ୧୪୦୦ ଟଙ୍କା ଏବଂ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ୭୯୯ ଟଙ୍କା ଓ ଶିଶୁଙ୍କୁ ଦେୟ ମୁକ୍ତ ‌ହୋଇଛି । ଏହାର ଟିକେଟ ଗୁଡିକୁ ସ୍ବାସ୍ତି ହୋଟେଲ ସମ୍ମୁଖରୁ ଏକ କାଉଣ୍ଟର ଓ ହଲ ମାର୍କ ଜୁଏଲାରୀ ଜନପଥରୁ ବୁକ୍ କରି‌ପାରିବେ ଗ୍ରାହକ । ଏନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ବସ୍ତି ସଭାପତି ଶୁଭ ବିଶ୍ବାସ, କାର୍ଯ୍ୟକ୍ଷମ ପରିଚାଳକ ସୌଭାଗ୍ୟ ମଞ୍ଜରି ପଣ୍ଡା , ଏକଜିକ୍ୟୁଟିଭ୍ ଚିଫ୍ ରମେଶ ମିଶ୍ର, ସୌଭାଗ୍ୟ ରାଉତରାୟ, ସରୋଜ ସାହୁ ଏବଂ ଜଗନ ଜେନା ଉପସ୍ଥିତରହି ସୂଚନା ଦେଇଛନ୍ତି।