‘କାଦମ୍ବିନୀ’ ପକ୍ଷରୁ ‘ଦମନ୍‍’ ଟିମ୍‍କୁ ସମ୍ବର୍ଦ୍ଧନା : Ommtv

‘କାଦମ୍ବିନୀ’ ପକ୍ଷରୁ ‘ଦମନ୍‍’ ଟିମ୍‍କୁ ସମ୍ବର୍ଦ୍ଧନା : Ommtv

‘କାଦମ୍ବିନୀ’ ପକ୍ଷରୁ ‘ଦମନ୍‍’ ଟିମ୍‍କୁ ସମ୍ବର୍ଦ୍ଧନା : Ommtv
‘କାଦମ୍ବିନୀ’ ପକ୍ଷରୁ ‘ଦମନ୍‍’ ଟିମ୍‍କୁ ସମ୍ବର୍ଦ୍ଧନା : Ommtv
ସଫଳତାର ସହ ପଚାଶ ଦିନ ପୂରଣ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ୍‍’ର ଟିମ୍‍କୁ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ‘କାଦମ୍ବିନୀ’ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ‘ଦମନ୍‍’ ଟିମର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ବିଶାଲ ମୌର୍ଯ୍ୟ, ପ୍ରଯୋଜକ ଦୀପେନ୍ଦ୍ର ସାମଲ ପ୍ରମୁଖଙ୍କୁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ସମେତ ‘କାଦମ୍ବିନୀ ପରିବାର’ର ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ । ‘ଦମନ୍‍’ର ପଚାଶ ଦିନ ପୂର୍ତ୍ତି ଅବସରରେ ଦମନ୍‍ ଟିମ୍‍କୁ ଶୁଭେଚ୍ଛା ଜଣାଇଥିଲେ ଡ. ସାମନ୍ତ । ‘ଦମନ୍‍’ ଟିମ୍‍ ସଦସ୍ୟମାନେ ମଧ୍ୟ ଏହି ଚଳଚ୍ଚିତ୍ର ନିର୍ମାଣ ପଛର କିଛି କଥା ପ୍ରକାଶ କରିଥିଲେ ।