ଆଦିମାତା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ; Ommtv

ଆଦିମାତା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ; Ommtv

ଆଦିମାତା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ; Ommtv

ଆଦିମାତା କଲୋନୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ; Ommtv

ମଞ୍ଚେଶ୍ବର ଆଦିମାତା କଲୋନୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଧୂମଧାମରେ ପାଳିତ ହୋଇଯାଇଛି। ୧ହଜାରରୁ ଅଧିକ ଅଭିଭାବକ ପିଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ମଞ୍ଚେଶ୍ବର ରେଳୱେ ଅଡ଼ିଟୋରିୟମ ଏକାଠି ହୋଇଥିଲେ। ପ୍ରଥମେ କୁନି ପିଲାମାନଙ୍କର ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଧ୍ୟଭା‌ଗରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ, ଷ୍ଟେଟ ବ୍ୟାଙ୍କ ପ୍ରବନ୍ଧକ ପୋନାମ ବଲାମ୍ ଏମ, ଅଜୟକୁମାର ମହାନ୍ତି, ଦୀପକ ରାମ, ପ୍ରଣୟ ସ୍ବାଇଁ, ଗୋପାଳ ପ୍ରସାଦ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରସନ୍ନ କୁମାର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ନାୟକ ଯୋଗଦେଇ ଚଳିତବର୍ଷର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ପରେ ମଧ୍ୟମ ଏବଂ ବରିଷ୍ଠ ଛାତ୍ରଛାତ୍ରୀମାନ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ନାଟକ ଅନୁଷ୍ଠିତ ହୋଇଥିଲା।