ନିଆରା ଢ଼ଙ୍ଗରେ ପାଳିଲେ ରଜ ; Ommtv

ନିଆରା ଢ଼ଙ୍ଗରେ ପାଳିଲେ ରଜ

ନିଆରା ଢ଼ଙ୍ଗରେ ପାଳିଲେ ରଜ ; Ommtv

ନିଆରା ଢ଼ଙ୍ଗରେ ପାଳିଲେ ରଜ ; Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ନିଆରା ଢ଼ଙ୍ଗରେ ପାଳିଲେ ରଜ ମହୋତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜନ ମଙ୍ଗଳ ରାସୋଳ ସ୍ଵେଚ୍ଛାସେବୀ ସଂଗଠନ ଆନୁକୁଲ୍ୟରେ ଦଣ୍ଡିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ଅଧ୍ୟୁଷିତ ବାଗୁଲି ଜନଜାତି ଗ୍ରାମରେ। ସଂଗଠନ ପକ୍ଷରୁ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ଙ୍କ ତତ୍ତ୍ଵାବଧାନରେ ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂଗଠନ ଉପଦେଷ୍ଠା ସତ୍ୟଭାମା ମିଶ୍ର, ଡଃ ଦୟାନିଧି ପୃଷ୍ଟି, ସମସ୍ତ ସେବକ ସେବିକା ମାନଙ୍କ ଦ୍ଵାରା ପ୍ରଥମେ ବାହାନଗା ରେଲ ଦୁର୍ଘଟଣାରେ ମୃତ ବ୍ୟକ୍ତି ମାନଙ୍କ ପାଇଁ ଦୀପ ଦାନ ପରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳ କୁଦ, ନାଚ ଗୀତ, ବିଭିନ୍ନ ପ୍ରତିଯୋଗୀତା, ଗ୍ରାମର ଛୋଟ ପିଲାଙ୍କ ଦ୍ଵାରା ପୁଚି ଖେଳ ଆଦି ଅନେକ କାର୍ଯ୍ୟକ୍ରମ ସକାଳ ୮ ରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ। ଦୋଳି ଖେଳ ସହ ରଜ ଗୀତରେ କମ୍ପୁଥିଲା ଗ୍ରାମ ପରିବେଶ। ରଜ ପାନ, ପୋଡ଼ ପିଠା, ଗୁପ୍ ଚୁପ୍, ଦହି ପାଣି ଆଦି ସମସ୍ତଙ୍କ ପାଇଁ ଆୟୋଜନ ହୋଇଥିଲା। ଗ୍ରାମର ସମସ୍ତ ଝିଅ ପିଲା ମହିଳା ମାନଙ୍କୁ ସଂଗଠନ ପକ୍ଷରୁ ପ୍ରସାଧାନ ସାମଗ୍ରୀ ବଣ୍ଟନ ସହ ବସ୍ତ୍ର ଦାନ କରାଯାଇଥିଲା। Art of Giving କାର୍ଯ୍ୟକ୍ରମ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଆଜୀବନ ସଦସ୍ୟା ନମିତା ନାୟକ, ଝୁନୁ ପଣ୍ଡା, ତୁଷାରକାନ୍ତ ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ନିବେଦିତା ନାୟକ, ମମତା ବେହେରା,ପ୍ରଭାସିନୀ ଖୁଣ୍ଟିଆ, ଦୂତୀ ସେଠୀ ଆଦି ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଅନଗୁଳ ର ଯୁବ ସମାଜସେବୀକା ବବିତା ନାୟକ ଯୋଗ ଦେଇ ସଂଗଠନ ର ଏପରି କାର୍ଯ୍ୟକ୍ରମ ପାଇଁ ଅଭିଭୂତ ହେବା ସହ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିଥିଲେ। ଦଣ୍ଡରି ସରପଞ୍ଚ ବୈଦେହୀ ସାହୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସର୍ବଶେଷରେ ସମ୍ପାଦକ ପ୍ରଦୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। #Ommtv #Omtv #Kalingacinearts #NBPC #Aog #Artofgiving