ଗାୟତ୍ରୀ ପରିବାର କଳିଙ୍ଗ ସିନେ ଆର୍ଟସ ଓମ୍ ଟିଭି ପକ୍ଷରୁ ଆର୍ଟ ଅଫ୍ ଗୀଭିଂ : Ommtv

Art of Giving

ଗାୟତ୍ରୀ ପରିବାର କଳିଙ୍ଗ ସିନେ ଆର୍ଟସ ଓମ୍ ଟିଭି ପକ୍ଷରୁ ଆର୍ଟ ଅଫ୍ ଗୀଭିଂ : Ommtv

ଗାୟତ୍ରୀ ପରିବାର କଳିଙ୍ଗ ସିନେ ଆର୍ଟସ ଓମ୍ ଟିଭି ପକ୍ଷରୁ ଆର୍ଟ ଅଫ୍ ଗୀଭିଂ : Ommtv

OMM TV ( ଢେଙ୍କାନାଳ ଶଶିକାନ୍ତ ଗଡନାୟକ) କଳିଙ୍ଗ ସିନେ ଆର୍ଟସ ଓମ୍ ଟିଭି ପକ୍ଷରୁ ଆଜି ଢେଙ୍କାନାଳ ଓମ୍ ଟିଭି ଆନୁକୁଲ୍ଯରେ ହିନ୍ଦୋଳ ବ୍ଲକ୍ ହାତୁରା ଗ୍ରାମ ପଂଚାୟତ ପଡା ଗ୍ରାମ ସ୍ଥିତ ଗାୟତ୍ରୀ ପରିବାର ଆଶ୍ରମ ଚାଟଶାଳୀ ପରିସରରେ କିଟ୍ କିସ୍ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଟ ଅଫ୍ ଗୀଭିଂ ସଂଗଠନ ର ସଚେତନ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସଫଳ ହୋଇ ପାରିଛି। ଗାୟତ୍ରୀ ପରିବାର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜନ ମଙ୍ଗଳ ରାସୋଳ ସ୍ଵେଚ୍ଛାସେବୀ ସଂଗଠନ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସମ୍ମାନିତ ଅତିଥି ଭାବେ ସଭାପତି ନିରୁପମା ମିଶ୍ର, ଆଜୀବନ ସଦସ୍ୟା ନିବେଦିତା ନାଏକ, ସେବକ ଚନ୍ଦନ କୁମାର ସାହୁ, ଅକ୍ଷୟ ବେହେରା ପ୍ରମୁଖ ଯୋଗ ଦେଇ ଆର୍ଟ ଅଫ୍ ଗୀଭିଂ ସଂଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଓମ୍ ଟିଭି ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ, ଚକୋଲେଟ୍, ପେନ୍ ବଣ୍ଟନ ହୋଇଥିଲା । ଓମ୍ ଟିଭି ବରିଷ୍ଠ ସ୍ୱତନ୍ତ୍ର ପ୍ରତିନିଧି ରତିକାନ୍ତ ଗଡନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଶ୍ରମ ଶିକ୍ଷୟତ୍ରୀ ସୁଶ୍ରୀ ସ୍ଵର୍ଣ୍ଣମୟୀ ପ୍ରଧାନ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମେ 17 ପର୍ଯ୍ୟନ୍ତ ସାରା ଜିଲ୍ଲାରେ ପାଳନ ହେବ ବୋଲି ସଂଗଠକ ରତିକାନ୍ତ ଗଡନାୟକ ଘୋଷଣା କରିଥିଲେ। ସଭାରେ ପଡା କୋଠଘର ପ୍ରାଙ୍ଗଣରେ ଜନ ମଙ୍ଗଳ ରାସୋଳ ଦ୍ୱାରା ବିଶ୍ଵ ଦାନ କଳା ଦିବସ ଓ ଅଂଶୁଘାତ ଜନିତ ସଚେତନ ବାର୍ତ୍ତା ପ୍ରଦାନ ସହ ସମସ୍ତ ଗ୍ରାମବାସୀ ଙ୍କୁ ପ୍ରଚାର ପତ୍ର ବଣ୍ଟନ କରଯାଇଥିଲା। ଆଜିର କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ଉପରେ ପ୍ରଭାବ ପକାଇ ପାରିଛି। ଏନେଇ ଓମଟିଭି ସମ୍ପାଦକ ବିଦ୍ୟାଧର ବାରିକ ସମସ୍ତଙ୍କୁ ନିଜର ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ | #Aog #Artofgiving #AchyutaSamanta #Kiituniversity #Kissuniversity #Dhenkanal #Hindol #Ommtv #Omtv #Kalingacinearts #NBPC #gayatriparibar