Dhenkanal Art of Giving Programme : Ommtv

Art of Giving

Dhenkanal Art of Giving Programme : Ommtv

Dhenkanal Art of Giving Programme : Ommtv

(ଢେଙ୍କାନାଳ ଶଶିକାନ୍ତ ଗଡନାୟକ): ଓମ୍ ଟିଭି ଆନୁକୁଲ୍ୟରେ ଆଜି ହିନ୍ଦୋଳ ବ୍ଲକ୍ ଚିତଲପୁର ଗ୍ରାମ ପଞ୍ଚାୟତ ପଞ୍ଚପଡା ଗ୍ରାମରେ ରହୁଥିବା ଅନୁସୂଚିତ ଓ ଜନଜାତି ବସତି ରେ ବିଶ୍ଵ ଦାନ କଳା ଦିବସ (ଆର୍ଟ ଅଫ ଗିଭିଂ )ସମାରୋହରେ ପାଳିତ ହୋଇଛି। ଓମ୍ ଟିଭି ବରିଷ୍ଠ ପ୍ରତିନିଧି ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ଜନ ମଙ୍ଗଳ ରାସୋଳ ସଭାପତି ନିରୁପମା ମିଶ୍ର ଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଶିଷ୍ଟ ସମାଜସେବୀ ଡଃ ଚୈତନ ସାହୁ, ମୁଖ୍ୟ ବକ୍ତାଭାବେ ଗଣେଶ୍ଵର କ୍ଲବ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର, ସମ୍ମାନିତ ଅତିଥି ଭାବେ ରାସୋଳ ହସ୍ପିଟାଲ ମେଡିକାଲ ଅଫିସର ଡଃ ଦୟାନିଧି ପୃଷ୍ଟି, ଜନ ମଙ୍ଗଳ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ, ସମାଜସେବୀକା ଶୁଭଶ୍ରୀ ସାହୁ ପ୍ରମୂଖ ଯୋଗ ଦେଇ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗୀଭିଙ୍ଗ ଦିବସ ,ବିଶ୍ଵ ରକ୍ତ ଚାପ ଦିବସ, ଅଂଶୁଘାତ ଜନିତ ସତର୍କତା, ସ୍ଵଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଅଚ୍ୟୁତ ସାମନ୍ତ ଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଆର୍ଟ ଅଫ୍ ଗୀଭିଂ ସଂଗଠନ ଆଜି ବିଶ୍ଵର ବିଭିନ୍ନ ଦେଶ କୁ ପହଂଚି ଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ। ଓମ୍ ଟିଭି ସମ୍ପାଦକ ବିଦ୍ୟାଧର ବାରିକ ଙ୍କ ଆହ୍ଵାନ କ୍ରମେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଏପ୍ରିଲ ୧୭ ରୁ ଆରମ୍ଭ ହୋଇ ମାସ ସାରା କାର୍ଯ୍ୟକ୍ରମ ଅନୁସ୍ଠିତ ହୋଇ ଆଜି ଶେଷ ହୋଇଛି। 

ଏହି ମାସ ମଧ୍ୟରେ ଓମ୍ ଟିଭି, ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ, ରାସୋଳ ମେଡିକାଲ ର ମିଳିତ ଆନୁକୂଲ୍ୟରେ ଅନ୍ନ ଦାନ, ବସ୍ତ୍ର ଦାନ ସହ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଖାତା ବହି ପେନ୍ ସହ କଟା ତରଭୁଜ, ଚକୋଲେଟ୍, ବିସ୍କୁଟ ଆଦି ଖାଦ୍ୟ ସମାଗ୍ରୀ ବଣ୍ଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜନ ମଙ୍ଗଳ ସେବକ ସେବିକା ମାନେ ସମସ୍ତ ସେବା ପ୍ରଦାନ କରିଥିଲେ। ସ୍ଵେଚ୍ଛାସେବୀ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନିରୁଦ୍ଧ ବେହେରା ସହଯୋଗ କରିଥିଲେ। #Ommtv #Omtv #Dhenkanal #Kalingacinearts #artofgiving #AOG #AchyutaSamanta #Hindol #janamangala