ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ଆର୍ଟ ଅଫ ଗିଭିଙ୍ଗ Ommtv

Art of Giving News

ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ଆର୍ଟ ଅଫ ଗିଭିଙ୍ଗ  Ommtv

ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ଆର୍ଟ ଅଫ ଗିଭିଙ୍ଗ: Ommtv

OMM TV ଏପ୍ରିଲ 17 ତାରିଖରୁ ଆରମ୍ଭ ହୋଇ ମେ 17ତାରିଖ ପର୍ଯ୍ୟନ୍ତ ପାଳିତ ବିଶ୍ବ ଦାନ କଳା ଦିବସ (ଆର୍ଟ ଅଫ ଗିଭିଙ୍ଗ) ଅଭିଯାନ ରେ ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ସଂଗଠନ ନିଜକୁ ସାମିଲ୍ କରି ଅଦ୍ଯ ତା 22/04/2023 ରିଖ ଶନିବାର ଅପରାହ୍ନ 1ଘଟିକା:30ମିନିଟ ସମୟ ଠାରୁ ଅପରାହ୍ନ 5ଘଟିକା ମଧ୍ୟରେ ଆଦିବାସୀ ଅଧ୍ଯୁଷିତ ଦଣ୍ଡରୀ ପଞ୍ଚାୟତ ର ରଜାଙ୍ଗ,କନକା ଆଦି ଗ୍ରାମ ରେ ଅଂଶୁଘାତ ଜନିତ ସଚେତନତା ସୃଷ୍ଟି କରିବା ସହିତ ଆବାଳବୃଦ୍ଧବନିତା ଙ୍କର ମୁହଁ ରେ ହସ ଫୁଟାଇବାର ଏକ ଛୋଟିଆ ପ୍ରୟାସ ପୂର୍ବକ ତରଭୁଜ,ଅଙ୍ଗୁର,ବିସ୍କୁଟ ଆଦି ବଣ୍ଟନ କରାଯାଇଛି,ଏବଂ ସେମାନଙ୍କ ସହିତ ନାଚ ଗୀତ ରେ ସାମିଲ୍ ହୋଇ ସେମାନଙ୍କର ମୁହଁ ରେ ହସ ଫୁଟାଇ ବାର ଚେଷ୍ଟା କରାଯାଇଛି । ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ମାଲେରିଆ ନିରାକରଣ ସମ୍ବନ୍ଧରେ ସଚେତନ ବାର୍ତ୍ତା ମଧ୍ୟ ପ୍ରଦାନ କରାଯିବା ସହିତ ସଂଗଠନ ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଟି ମାଲେରିଆ ନିରାକରଣ ନିମିତ୍ତ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ।
ପ୍ରତିଷ୍ଠାତା ତଥା ମୁଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ,ସଭାନେତ୍ରୀ ନିରୁପମା ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନ ର ଆଜୀବନ ସେବିକା ବିଜୟଲକ୍ଷ୍ମୀ ଦାସ୍,ମମତା ବେହେରା,ସେବିକା ପ୍ରତିମା ବୈଦ୍ୟ,ରୁନୁବାଳା ଚିନରା,ସହ ସଂଯୋଜକ ଚନ୍ଦନ ସାହୁ,ସେବକ ନିରାକାର ବୈଦ୍ୟ ଆଦି ଉପସ୍ଥିତ ରହି ସର୍ବ ସାଧାରଣ ଙ୍କୁ ସଚେତନ କରିବା ସହ ଫଳ,ବିସ୍କୁଟ,ପାଠ୍ୟ ଉପକରଣ ଆଦି ବଣ୍ଟନ ରେ ସହଯୋଗ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଛନ୍ତି । ଏକ ମାସ ଧରି ଏହି କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳ ରେ ସଚେତନତା ସୃଷ୍ଟି କରିବା ସହ ସଂଗଠନ ର ସାମର୍ଥ୍ୟ ଅନୁଯାୟୀ ସେବା ପ୍ରଦାନ କରାଯିବ। ଯଦି କୌଣସି ସହୃଦୟ ବ୍ଯକ୍ତି ବିଶେଷ ଫଳ ଦାନ ଅବା ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ମୁଖ୍ୟ ସଂଗଠକ ତଥା ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କ ସହିତ ଯୋଗାଯୋଗ କରି ପାରିବେ। ଆସନ୍ତୁ ସମସ୍ତେ ସାମିଲ୍ ହେବା ଶୁଖିଲା ମୁହଁ ରେ ଟିକେ ହସ ଫୁଟାଇ ବାର ଚେଷ୍ଟା କରିବା। KIIT, KISS University ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ ଙ୍କର ଆହ୍ୱାନ ତଥା କାର୍ଯ୍ୟଗ୍ରାହୀ ଜନ ମଙ୍ଗଳ (ରାସୋଳ) ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ ମହୋଦୟ ଏବଂ ଓମ ଟିଭି ଚ୍ୟାନେଲ ପ୍ରଯୋଜିତ ଢେଙ୍କାନାଳ ଜିଲ୍ଲା ରେ ଏକ ମାସ ଧରି ଦାନ କଳା ର ପ୍ରଚାର ଏବଂ ପ୍ରସାର କରାଯିବ।ସର୍ବ ସାଧାରଣ ଙ୍କର ମନରେ ନିଜେ ବଞ୍ଚି ଅନ୍ଯ କୁ ବଞ୍ଚେଇବାର ମନସ୍ତତ୍ବ କୁ ଜାଗ୍ରତ କରିବା ଏକ ମାତ୍ର ଲକ୍ଷ। ଏପରି ସେବା କାର୍ଯ୍ୟକ୍ରମ ଆର୍ଟ ଅଫ ଗିଭିଙ୍ଗକୁ ଓମଟିଭି ସଂପାଦକ ବିଦ୍ୟାଧର ବାରିକ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ମୁଖ୍ୟ ସଂଗଠକ ତଥା ସଭାପତି ବିଭୁପ୍ରସାଦ ଶତପଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି | #aog #Artofgiving #Kiituniversity #Kissuniversity #AchyutaSamanta #BidyadharBarik #Ommtv #Omtv #Kalingacinearts #NBPC #Dhenkanal