Art of Giving is organized by Kalinga Cine Arts : Ommtv

Art of Giving

Art of Giving is organized by Kalinga Cine Arts : Ommtv
OMM TV କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟ ଅଫ୍ ଗିଭିଂ ଅନୁଷ୍ଠିତ
: ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆଜି ଭତରପୁର ଅଭୟାରଣ୍ୟ ନିକଟ ଇନ୍‌ଫୋସିଟି ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭଲିଣ୍ଟିୟରମାନେ ସକାଳେ ବସ୍ତିରେ ପହଞ୍ଚି ଦରିଦ୍ର ସିମାରେଖାତଳେ ରହୁଥିବା ‌ଆଦିବାସୀ ପରିବାରଲୋକଙ୍କୁ ନୂଆ ପୋଷାକ ଓ ଖାଦ୍ୟ ପୁଡ଼ିଆ ବଣ୍ଟନକରିଥିଲେ। ଏହି ସେବା କାର୍ଯ୍ୟରେ ଅନୁଷ୍ଠାନର ସଂପାଦକ ବିଦ୍ୟାଧର ବାରିକ, ସଭାପତି ସୁଶାନ୍ତ ଦାସ, ସହଯୋଗୀ ସ୍ମରଜିତ ଆର୍ଯ୍ୟ, ପ୍ରମୋଦ କୁମାର ଦାସ, ଗୁଲସନ୍ ଦାଶ, ରାକେଶ ସାମଲ, ସ୍ମୃତିରଞ୍ଜନ ଦାସ ଓ ପିନୁ ନାୟକ ଯୋଗଦେଇଥିଲେ। ଆଗାମି ମେ ମାସ ୧୭ ତାରିଖରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହେଉଥିବାରୁ ଏହା ପୂର୍ବରୁ ଚଳିତ ବର୍ଷର ଥିମ୍ ‘ସାହାଯ୍ୟକାରିଙ୍କୁ ସାହାଯ୍ୟ’ ଆହ୍ବାନକୁ ପୁରଣକରିବା ନିମନ୍ତେ ଭଲିଣ୍ଟିୟରମାନେ ବିଭିନ୍ନ ଅଞ୍ଚଳର କିଛି ବଛାବଛା ସାହାଯ୍ୟକାରୀମାନଙ୍କୁ ଚିହ୍ନଟକରିଛନ୍ତି। ସେମାନଙ୍କ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଗରିବଲୋକଙ୍କ ନିକଟରେ ସହାୟତା ଯୋଗାଇବା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆହ୍ବାନକ୍ରମ‌େ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଏହି ସେବା କାର୍ଯ୍ୟ ରାଜ୍ୟର ୬ଟି ଜିଲ୍ଲାରେ ଥିବା ୩୬ଟି ସଙ୍ଗଠନ ସହ ମିଶି ଆରମ୍ଭ କରିଛି। ଯେଉଁଥି‌ରୁ ଢ଼େଙ୍କାନାଳ ହିନ୍ଦୋଳ ବ୍ଲକରେ ସର୍ବାଧିକ କାର୍ଯ୍ୟକ୍ରମ ରତିକାନ୍ତ ଗଡ଼ନାୟକ ଆୟୋଜନ କରିଛନ୍ତି।

Art of Giving is organized by Kalinga Cine Arts : Ommtv
: The Art of Giving program was organized by social organization Kalinga Cine Arts today at Infocity Mundasahi Basti near Bhatarpur Sanctuary. In this program, the volunteers of the institute reached the settlement in the morning and distributed new clothes and food parcels to the tribal families living in poor rural areas. Editor of the institute Bidyadhar Barik, President Sushant Das, Associate Smearjit Arya, Pramod Kumar Das, Gulsan Das, Rakesh Samal, Smritranjan Das and Pinu Nayak participated in this service. As the Art of Giving Day is observed on May 17th, volunteers have already identified a select group of donors from across the region to fulfill this year's theme of 'Helping the Helper'. With their help, the work of providing assistance to the local poor has started today. On the call of Achyut Samantha, the founder of Art of Giving, Kalinga Cine Arts Foundation has started this service along with 36 associations in 6 districts of the state. Out of which Ratikant Gardanaik has organized the most programs in Dhenkanal Hindod block. #AOG #Artofgiving #BidyadharBarik #Kalingacinearts #Ommtv #Omtv #Bhubaneswar