ବିଜେଡିରୁ ବିଜେପି ମୁହାଁ ବିଏମସି କର୍ପୋରେଟର୍‌, ଧାଡ଼ିରେ ଅନେକ : Ommtv Round The Clock

ବିଜେଡିରୁ ବିଜେପି ମୁହାଁ ବିଏମସି କର୍ପୋରେଟର୍‌, ଧାଡ଼ିରେ ଅନେକ : Ommtv Round The Clock

ବିଜେଡିରୁ ବିଜେପି ମୁହାଁ ବିଏମସି କର୍ପୋରେଟର୍‌, ଧାଡ଼ିରେ ଅନେକ : Ommtv Round The Clock

ବିଜେଡିରୁ ବିଜେପି ମୁହାଁ ବିଏମସି କର୍ପୋରେଟର୍‌, ଧାଡ଼ିରେ ଅନେକ : Ommtv Round The Clock

ଭୁବନେଶ୍ୱର:(ଓମ) ଭୁବନେଶ୍ବରର ବିଜେଡି ସଂଗଠନକୁ ଝଟ୍‌କା ଲାଗିଛି। ଯାହାନେଇ ବବି ଦାସ ‌ଅଚତେ। ସ୍ବାଧୀନ ଭାବେ ଲଢ଼ି କର୍ପୋରେଟର ହେବା ପରେ ବିଜେଡିରେ ମିଶିଥିବା ୩୭ ନମ୍ବର କର୍ପୋ‌ରେଟର ବନ୍ଦିତା ପାଲ୍‌ ଆଜି ବି‌ଜେପିରେ ମିଶିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତାଙ୍କ ସହିତ ତାଙ୍କ ସ୍ବାମୀ ଅର୍ଜୁନ ବେହେରା ମଧ୍ୟ ବିଜେଡିର ଭୁବନେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି। ଏ ବାବଦରେ ସେ ବିଜେଡି ରାଜ୍ୟ ସଭାପତିଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ଏମିତି ଖବର ଶୁଣିବାପରେ ବିଜେଡ଼ି ଶିବିରରେ ହଟଚମଟ ଦେଖାଯାଇଛି। ଆଗକୁ କର୍ପୋରେଟର ଭୋଟ ଆସୁଥିବା ବେଳେ ସେମାନେ ବିଜେପି ମୁହାଁ ହେଉଥିବା ନେଇ ବିଜେଡ଼ି ଛାନିଆଁ। ଏହି ମଉକାରେ ପାଲ ମାଡ଼ାମ ପରେ ଆଉ କିଛି କର୍ପୋଟେର ମଧ୍ୟ ଅଣ୍ଟା ଭିଡ଼ିଲେଣି ବିଜେପିକୁ ଯିବାପାଇଁ। ଯେଉଁମାନେ ପୂର୍ବରୁ ଅନ୍ୟଦଳରେ ଥିଲେ ଏବେ ବିଜେଡ଼ିରେ ଅଛନ୍ତି ସେମାନେ ଆଗ ଡ଼େଇଁବାକୁ ଆଗଭର।  ଉଭୟ ସ୍ବାମୀ-ସ୍ତ୍ରୀ ବିଜେଡି ଛାଡ଼ିବା ପରେ ଭୁବନେଶ୍ବରରେ ବିଜେଡି ଛିଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଛାତ୍ର ବିଜେଡି ଉପସଭାପତି ପ୍ରଭୁଦତ୍ତ ସାମଲ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଭୁବନେଶ୍ବରରେ ଏହା ପ୍ରଥମ ଘଟଣା। ପୂର୍ବରୁ ବିଜେଡି କର୍ପୋରଟେର ଓ ପୂର୍ବତନ କର୍ପୋରେଟର ବିଜେପି ସାଂସଦଙ୍କୁ ଭେଟିବା ଏବଂ ବିଜେଡି ନେତାଙ୍କୁ ବିରୋଧ କରିଥିଲେ ମଧ୍ୟ କେହି ଦଳ ଛାଡ଼ିନଥିଲେ। ଅମରେଶ ଜେନା(ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର ବିଧାୟକ ଟିକେଟ୍‌ ଆଶାୟୀ ଥିଲେ ବି ନବୀନ ନିବାସରେ ବୁଝାମଣା ‌ହେବା ପରେ ଉଭୟ ଟିକେଟ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ଓ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନଥିଲେ। କିନ୍ତୁ ଆଜି ବିଜେଡି ଛାଡ଼ିଥିବା ଦମ୍ପତ୍ତିଙ୍କୁ ବିଜେପି ବିଧାୟକଙ୍କ ପାଇଁ ‌ଖୋଲାଖୋଲି ପ୍ରଚାର କରୁଥିଲେ। ବିଜେଡିର ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ତାଙ୍କର ପଡ଼ୁ ନଥିଲା। ୩୭ ନମ୍ବର ୱାର୍ଡ କର୍ପୋରେଟର ପଦ ପାଇଁ ଉଭୟ ଅର୍ଜୁନ ବେହେରା ଓ ପୂର୍ବତନ କର୍ପୋରେଟର ନବ ବେହେରା ନିଜ ନିଜ ପତ୍ନୀଙ୍କ ପାଇଁ ଟିକେଟ୍‌ ଲବି କରିଥିଲେ। କିନ୍ତୁ ଦଳ ନବଙ୍କ ପତ୍ନୀଙ୍କୁ ଟିକେଟ୍‌ ଦେଇଥିଲା। ଏଥିରେ ବିଧାୟକ ଶ୍ରୀ ଜେନାଙ୍କ ହାତ ରହିଥିଲା। ଦଳର ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଅର୍ଜୁନ ନିଜ ପତ୍ନୀଙ୍କୁ ସ୍ବାଧୀନ ଭାବେ ଛିଡ଼ା କରିଥିଲେ ଓ ଶେଷରେ ବନ୍ଦିତା ବହୁ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଥିଲେ। ଏ ନେଇ ଉଭୟ ପତି-ପତ୍ନୀ କହିଛନ୍ତି, ବିଧାୟକଙ୍କ ପାଇଁ ଆମେ ବିଜେଡି ଛାଡ଼ୁଛୁ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ପ୍ରକଳ୍ପରେ ବିଧାୟକ ସହଯୋଗ କଲେ ନାହିଁ। ଆମେ ପୂର୍ବରୁ ଅନେକ ଥର ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଓ ବବି ଦାସଙ୍କୁ ଲିଖିତ ଭାବେ ଜଣାଇଥିଲୁ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଆଜି ବିଦ୍ରୋହୀ ବିଜେଡି କର୍ପୋରେଟର ବାଇଁଆ କହିଛନ୍ତି ଯେ ଭୁବନେଶ୍ବର ବିଜେଡି ‘ବୁନୁ ଜନତା ଦଳ’ ହୋଇଯାଇଛି। ଅନେକ କର୍ପୋରେଟର ଖପ୍ପା ଥିବା ସେ କହିଛନ୍ତି। ଏମିତି ହେଲେ ଆଗାମି ଦିନରେ ବିଜେଡ଼ି ସ୍ତିତି ସୋଚନିୟ ହେବ ।  ଏବଂ ଦଳ ଭାଙ୍ଗିବା ସମ୍ଭାବନା ବଢ଼ିଯିବ। ‌ମୁଖିଆ ପଦ ଚ୍ୟୁତ ହେବାପରେ ଘର ପଛରେ ରହି ଗୋଟି ଚଳାଉଥିବା ପାଣ୍ଡିଆନ ବାବୁଙ୍କ କାଦ କାମକରିପାରିବ ନାହିଁ ବୋଲି ଏକ ପ୍ରକାର ସୂଚନା ମିଳିଛି।