ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା  : Ommtv

ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା  : Ommtv

ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା  : Ommtv
ବିଜେପି ଉତ୍ତର ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ସଭା  : Ommtv

: ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ଦିନରେ ଦଳ ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବାବୁ ସିଂ ଏବଂ ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ନେତୃବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନବନିର୍ବାଚିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଦ୍ୟ ନିର୍ବାଚିତ ସମସ୍ତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଜୟଦେବ ମଣ୍ଡଳର ସଭାପତି ପ୍ରଦୀପ୍ତ ଜେନା ଓ ପ୍ରତିନିଧି ଅନୁସୟା ସାହୁ, ଶ୍ରୀକୃଷ୍ଣ ମଣ୍ଡଳର ସଭାପତି ସ୍ମୃତି ରଞ୍ଜନ ଦାସ ଓ ପ୍ରତିନିଧି ପ୍ରଦୁମ୍ନ କୁମାର ସେନାପତି , ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ କୁମାର ବିଶୋଇ ଓ ପ୍ରତିନିଧି ଦେବେନ୍ଦ୍ର କୁମାର ଚୌଧୁରୀ, ମଞ୍ଚନାଥ ମଣ୍ଡଳ ସଭାପତି ଲିପା ଦାସ ଓ ପ୍ରତିନିଧି ପ୍ରୀତିରଞ୍ଜନ ମିଶ୍ର ,ଗୋପୀନାଥ ମଣ୍ଡଳ ସଭାପତି ଜଳନ୍ଧର ସୁବୁଦ୍ଧି ଓ ପ୍ରତିନିଧି ସ୍ଵାକ୍ଷର କୁମାର ମହାନ୍ତି, ସୋମନାଥ ମଣ୍ଡଳ ସଭାପତି ସଞ୍ଜୟ କୁମାର ପତି ଓ ପ୍ରତିନିଧି ଉମାକାନ୍ତ ହାତୀ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ନବନିର୍ବାଚିତ ସମସ୍ତ ମଣ୍ଡଳ ସଭାପତି ତଥା ମଣ୍ଡଳ ପ୍ରତିନିଧି ମାନଙ୍କୁ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଅଭିନନ୍ଦନ ଜଣାଇଥିଲେ। ଶେଷରେ ଜିଲ୍ଲା ଉପ ସଭାପତି ନିରଞ୍ଜନ ରାଉତରାୟ ଧନ୍ୟବାଦ ଜଣାଇଥିଲେ।