ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ: ଗୁଣାତ୍ମକ ଶିକ୍ଷା ନେଇ କଲେ ଆଲୋଚନା  : Ommtv

ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ: ଗୁଣାତ୍ମକ ଶିକ୍ଷା ନେଇ କଲେ ଆଲୋଚନା  : Ommtv

ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ: ଗୁଣାତ୍ମକ ଶିକ୍ଷା ନେଇ କଲେ ଆଲୋଚନା  : Ommtv

ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅଚ୍ୟୁତ ସାମନ୍ତ: ଗୁଣାତ୍ମକ ଶିକ୍ଷା ନେଇ କଲେ ଆଲୋଚନା  : Ommtv

(Ommtv.in ): ଓଡ଼ିଶାରେ ଶିକ୍ଷାର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଅଚ୍ୟୁତ ସାମନ୍ତ*
କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ଓଡ଼ିଶାରେ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷାର ଗୁଣବତ୍ତାରେ ଆହୁରି ଉନ୍ନତି ଆଣିବା ସହ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱରକୁ ଏକ ଶିକ୍ଷା ହବ୍ ଭାବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ। ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ଏ ଦିଗରେ ନିଜର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।
ଶିକ୍ଷାର ବିକାଶ ଦିଗରେ ବିଶେଷକରି କିଟ୍ ଓ କିସ୍ ଜରିଆରେ ଗବେଷଣାକୁ ଆହୁରି ଆଗେଇ ନେବା ପାଇଁ ସେ ଶ୍ରୀ ସାମନ୍ତଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିବା ପରେ ଓଡ଼ିଶାରେ ଶିକ୍ଷାର ବିକାଶ ଓ ଅଭିବୃଦ୍ଧି ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବ ବେଶ ପ୍ରେରଣାଦାୟୀ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।
କିସ୍ ଓ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏନେଇ ସୋସିଆଲ ମିଡିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ସେ କରି ସୂଚନା ଦେଇଛନ୍ତି।
ଏହି ପୋଷ୍ଟରେ ସେ ଲେଖିଛନ୍ତି, ” ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶିକ୍ଷାର ମାନ ବୃଦ୍ଧି କରିବା ଲାଗି ଆଲୋଚନା ହେଲା ଏବଂ ଏଠାକୁ କିପରି ଆହୁରି ଅଧିକ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହବ୍ ଭାବରେ ପରିଣତ କରାଯିବ ସେ ନେଇ ସୁସ୍ଥ ଆଲୋଚନା ହୋଇଥିଲା।
ଏଥିସହିତ ସେ ଲେଖିଛନ୍ତି ”ଶିକ୍ଷା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା, ବିଶେଷକରି ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଏବଂ KIIT & KISS ର ଅଗ୍ରଗତି ପ୍ରତି ତାଙ୍କର ଆଗ୍ରହ ପାଇଁ ମୁଁ ଗଭୀର କୃତଜ୍ଞ। ଆମ ରାଜ୍ୟର ଶିକ୍ଷା କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶ ପାଇଁ ତାଙ୍କର ଉତ୍ସର୍ଗୀକୃତତା ପ୍ରକୃତରେ ପ୍ରେରଣାଦାୟକ ଅଟେ।”