ବେଜେଡ଼ି ୧୫ – ବିଜେପି ୭ ଉତ୍ତର ଭୁବନେଶ୍ବର ଦୁର୍ଗାପୂଜା ଭଷାଣିରେ ରାଜନିତୀ : Ommtv

ବେଜେଡ଼ି ୧୫ – ବିଜେପି ୭ ଉତ୍ତର ଭୁବନେଶ୍ବର ଦୁର୍ଗାପୂଜା ଭଷାଣିରେ ରାଜନିତୀ : Ommtv

ବେଜେଡ଼ି ୧୫ – ବିଜେପି ୭ ଉତ୍ତର ଭୁବନେଶ୍ବର ଦୁର୍ଗାପୂଜା ଭଷାଣିରେ ରାଜନିତୀ : Ommtv

ବେଜେଡ଼ି ୧୫ – ବିଜେପି ୭ ଉତ୍ତର ଭୁବନେଶ୍ବର ଦୁର୍ଗାପୂଜା ଭଷାଣିରେ ରାଜନିତୀ : Ommtv

(ଓମ ବ୍ୟୁରୋ) : ଚଳିତବର୍ଷ ଦେଶରେ ବିଜେପି ସରକାର ରାଜ କରିଥିଲା ବେଳେ ରାଜ୍ୟରେ ମଧ୍ୟ ବିଜେପି ସରକାର ରାଜ କରିବା ଆରମ୍ଭ କରିଛି। ରାଜନିତୀର ମାହୋଲ ଏମିତି ହୋଇଯାଇଛି ଯେ ଏହା କେବଳ ସାଧାରଣ ମହଲରେ ସିମିତ ନରହି ପାର୍ବଣର ପୂଜାରେ ମଧ୍ୟ ଝଲକ ଦେଖିବାକୁ ମିଳିଛି। ରାଜଧାନୀର ଉତ୍ତର ଭୁବନେଶ୍ବର ଦୁର୍ଗାପୂଜାରେ ରାଜନିତୀର ଝଲକ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଛି। ଏଠାରେ ସରକାର ବିଜେପିର ଥିଲା ବେଳେ ବିଧାୟକ ବିଜେଡ଼ି ବିଜୟ ଲାଭ କରିଛି। ତେଣୁ ଉତ୍ତର ଭୁବନେଶ୍ବର ଚଳିତବର୍ଷ ଦୁର୍ଗା ପୂଜା ଭଷାଣି ପରିଚାଳନା ଦଳ ଦୁଇ ଫାଳ ହୋଇ କମିଟି ଓ ସମିତିରେ ପରିଣତ ହୋଇଛି। ବର୍ଷ ବର୍ଷ ଧରି ଯେଉଁଠାରେ ବ‌ିଜେଡ଼ି ଲୋକମାନେ ଭଷାଣି କରିଆସୁଥିଲେ ସେହି ସ୍ଥାନକୁ ବିଜେପି କର୍ମିହାତେଇ ଆଉ ଏକ ଭଷାଣୀ ସମିତି ତିଆରି କରିଛନ୍ତି। ଫଳରେ ଗୋଟିଏ ଉତ୍ତର ଭୁବନେଶ୍ବର ଭସାଣି କମିଟି ଥିଲା ବେଳେ ଆଉଏକ ନୂଆକରି ଭୁବନେଶ୍ବର ଉତ୍ତର ପୂଜା ଭାଷାଣି ସମିତି ତିଆରି ହୋଇଛି।  ପୁରୁଣା କମିଟିରେ ବିଜେଡ଼ି ଲୋକମାନେ ପରିଚାଳନା କରୁଥିବାରୁ ସେଠାରେ ୧୫ଗୋଟି ମେଢ଼ ଯୋଗଦେଇଥିଲେ। ସେହିଭଳି ନୂଆକରି ବିଜେପିର ସମିତିରେ ୭ ମେଢ଼ ଯୋଗଦେଲେ। ସ୍ଥାନ ପାଖାପାଖି ହୋଇଥିବାରୁ ଅର୍ଥାତ ଚନ୍ଦ୍ରଶେଖରପୁର ପଛକାଖ ଆରଟିଓ ପଡ଼ିଆରେ ବିଜେପି ଭଷାଣି ଚାଲୁଥିଲା ବେଳେ ମାତ୍ର ୧୦୦ ମିଟର ଦୁରରେ ବିଜେଡ଼ି ଭଷାଣି ଡ଼ମଣା ଛକରେ ଦୁର୍ଗା ପୂଜା ପଡ଼ିଆରେ ଆନୁଷ୍ଠିତ ହୋଇଛି। ସବୁଠାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଏବଂ ବାଜାବାଣରେ ଦୁଲୁକୁଥିଲା। ପୂଜା ପାଣ୍ଡାଲରେ ମାଡ଼ମାଳ ନେତା ନେତ୍ରୀ ଓ କର୍ମୀମାନେ ଦେଖିବାକୁ ମିଳିଥିଲେ। ମାତ୍ର ବିଜେପି ପୂଜା ପାଣ୍ଡାଲରେ କୌଣସି ରାଜନୌତିକ କଥା କିମ୍ବା ଭାଷଣବାଜି କୁହାଯାଉନଥିଲା ବେଳେ ବିରୋଧିଦଳ ଭଳି ବିଜେଡ଼ି ପାଣ୍ଡାଲରେ ଅରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କ ମୁ‌ହଁରେ ରାଜନିତୀ କଥା ଥିଲା। ଦୁର୍ଗା ମା’ଙ୍କ ଜୟ ଧ୍ବନୀ ଠାରୁ ଅଧିକ ନେତ‌ାମାନଙ୍କ ଜୟ ଗାଣ ସୁଣିବାକୁ ମିଳିଥିଲା। ଏସବୁର ମୂଳ କାରଣହେଲା। ଉତ୍ତର ଭୁବନେଶ୍ବର ଦୁଇ ଦିଗଜ ବିଜେଡ଼ିର ବିଧାୟ ସୁଶାନ୍ତ କୁମାର ରାଉତ ଏବଂ ବିଜେପିର ପୂର୍ବତନ ବିଧାୟକ ପ୍ରୀୟଦର୍ଶି ମିଶ୍ରଙ୍କୁ ନେଇ ଏବେ ସବୁକିଛି ଫାଳ ହୋଇଯାଇଛି। ତେଣୁ ଉତ୍ତର ରାଜନିତୀ ସରଗରମ ହୋଇଛି। ଏବଂ ଆଗାମି ଦିନରେ ଆହୁରି ସରଗରମ ହେବ।  

ଉତ୍ତର ଭୁବନେଶ୍ବର ଭସାଣି କମିଟି ମୁଖ୍ୟ ବର୍ତମାନର ବିଜେଡ଼ି ବିଧାୟକ ସୁଶାନ୍ତ କୁମାର ରାଉ ଓ ସେମାନଙ୍କ ସହ ସଭାପତି କିଶୋର ଜେନା ସଂପାଦକ ସନ୍ତୋଷ ମହାନ୍ତି ମେୟର ସୁ‌ଲୋଚନା ଦାସ ଯୁବନେତା ତଥା କର୍ପୋରେଟର ମିହିର କୁମାର ରାଉତ, ସୁବାଷ ପାତ୍ର ଥିଲା ବେଳେ ଆଉଏକ ନୂଆକରି ଭୁବନେଶ୍ବର ଉତ୍ତର ପୂଜା ଭାଷାଣି ସମିତି ତିଆରିର ମୁଖ୍ୟ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରୀୟଦର୍ଶୀ ମିଶ୍ରଙ୍କ ସହ ଥିଲେ ସଭାପତି ରଶ୍ମିରେଖା ଜନା ଏବଂ ସଂପାଦକ ସରୋଜକାନ୍ତ ମଲ୍ଲିକଥିଲେ ଏଠାକୁ ବାଚସ୍ପତି ସୁରମା ପାଢ଼ି ଆସି ଅତିଥିଭାବେ ଯୋଗଦେଇଥିଲେ।