ବରସାହି ଗ୍ରାମର ୨୮ ତମ ଦଶହରା ମହୋତ୍ସବ : Ommtv

ବରସାହି ଗ୍ରାମର ୨୮ ତମ ଦଶହରା ମହୋତ୍ସବ : Ommtv

ବରସାହି ଗ୍ରାମର ୨୮ ତମ ଦଶହରା ମହୋତ୍ସବ : Ommtv

ବରସାହି ଗ୍ରାମର ୨୮ ତମ ଦଶହରା ମହୋତ୍ସବ : Ommtv

ହିନ୍ଦୋଳ ର ପୂରାତନ ଗଡ଼ ଦୁଦୁରକୋଟ ଅନ୍ତର୍ଗତ ବରସାହି ଗ୍ରାମର ୨୮ ତମ ଦଶହରା ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ହିନ୍ଦୋଳ ରାଜା ସାହେବ ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ଯୋଗ ଦେଇ ରାମଚଣ୍ଡୀ ପାଇକ କ୍ରୀଡ଼ା ସଂଘ ଦ୍ଵାରା ଆୟୋଜିତ ପାଇକ ଆଖଡା କୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ମୀନକେତନ ଅମାନ୍ତ,ସ୍ଵତନ୍ତ୍ର ଅତିଥି ଭାବେ ଓଡିଆ ଚଳଚ୍ଚିତ୍ର ଦମନ ର ପ୍ରଯୋଜକ ହିନ୍ଦୋଳ ଠୋକର ମାଟିର ସନ୍ତାନ ଶ୍ରୀ ଡିପେନ୍ଦ୍ର ସାମଲ, ଅନଗୁଳ ପାଇକ ମହାସଂଘ ସଭାପତି ଶ୍ରୀ ସୁବୋଧ କୁମାର ସିଂହ, ସମ୍ପାଦକ ପାଇକ ଗୁରୁ ରଞ୍ଜନ କୁମାର ବିଶୋଇ, ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ସେଠ,ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣୀ, ସ୍ତାନୀୟ ସରପଞ୍ଚ ମନୋଜ ବେହେରା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ସମର କଳା ପ୍ରଦର୍ଶନ କୁ ଉପଭୋଗ କରି କରି ରାମଚଣ୍ଡୀ ପାଇକ କ୍ରୀଡ଼ା ସଂଘ କ୍ରୀଡାବିତ୍ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସର୍ବ ଶେଷରେ ଗ୍ରାମର ଆଦର୍ଶ ବ୍ୟକ୍ତି ତଥ ଅନଗୁଳ ଅତିରିକ୍ତ ଏସ୍ ପି ଯଶୋବନ୍ତ ସାମଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ସଂଘର ସଭାପତି ଶ୍ରୀ ପ୍ରଭୁ ସାମଲ ସମ୍ପାଦକ ଟୁକୁନା ସାମଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବରିଷ୍ଟ ନାଗରିକ ରତିକାନ୍ତ ଗଡନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।