କିଟ୍ ଛକରେ ଅତ୍ୟାଧୁନିକ ଟ୍ରାଫିକ୍ ସିଷ୍ଟମ୍ : ଓମଟିଭି

କିଟ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୬ ଛକରେ ଲାଗିଛି ଅତ୍ୟାଧୁନିକ ଟ୍ରାଫିକ୍ ସିଷ୍ଟମ୍ ବ୍ୟବସ୍ଥା। ଏଲଇଡ଼ି ଟ୍ରାଫିକ୍ ସିଗନାଲ୍ ସହିତ ଛକରେ ଲାଗିଛି ନମ୍ବର ପ୍ଲେଟ୍ ସ୍କାନର୍ ମେସିନ୍ ଓ ଡ଼ାକବାଯି ଯନ୍ତ୍ର। ପ୍ରତି ଏକ ଘଣ୍ଟାରେ ଥରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଡ଼ାଗବାଯି ଆପେ ଅନ୍ ହୋଇ  ଟ୍ରାଫିକ୍ ନିୟମାବଳି ବିଷୟରେ ବିଭିନ୍ନ ସଚେତନାତ୍ମକ ବାର୍ତା ଶୁଣାଇବ।

କିଟ୍ ଛକରେ ଅତ୍ୟାଧୁନିକ ଟ୍ରାଫିକ୍ ସିଷ୍ଟମ୍ : ଓମଟିଭି

କିଟ୍ ଛକରେ ଅତ୍ୟାଧୁନିକ ଟ୍ରାଫିକ୍ ସିଷ୍ଟମ୍ ବ୍ୟବସ୍ଥା

ଭୁବନେଶ୍ବର, ୨୫.୬.୨୨(ଓମ): କିଟ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୬ ଛକରେ ଲାଗିଛି ଅତ୍ୟାଧୁନିକ ଟ୍ରାଫିକ୍ ସିଷ୍ଟମ୍ ବ୍ୟବସ୍ଥା। ଏଲଇଡ଼ି ଟ୍ରାଫିକ୍ ସିଗନାଲ୍ ସହିତ ଛକରେ ଲାଗିଛି ନମ୍ବର ପ୍ଲେଟ୍ ସ୍କାନର୍ ମେସିନ୍ ଓ ଡ଼ାକବାଯି ଯନ୍ତ୍ର। ପ୍ରତି ଏକ ଘଣ୍ଟାରେ ଥରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଡ଼ାଗବାଯି ଆପେ ଅନ୍ ହୋଇ  ଟ୍ରାଫିକ୍ ନିୟମାବଳି ବିଷୟରେ ବିଭିନ୍ନ ସଚେତନାତ୍ମକ ବାର୍ତା ଶୁଣାଇବ। ଅଟୋମେଟିକ୍ ସିଗନାଲ୍ ସେନ‌୍‌ସର୍ର ବ୍ୟବସ୍ଥା ସହିତ ୪ଦିଗର ଗହଳି ବ୍ୟବସ୍ଥାକୁ ଆଖିଆଗରେ ରଖି କ୍ୟାମେରା ଯରିଆରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବା ନେଇ ଅତ୍ୟାଧୁନିକ ବ୍ୟବସ୍ଥା। ମାତ୍ର ଏହି ସିଗନାଲ୍ ଏଯାବତ୍ କାର୍ଯ୍ୟକାରି ହୋଇନାହିଁ। ଆଜି ମଧ୍ୟାହ୍ନରେ ପରୀକ୍ଷା ମୂଳକଭାବେ କିଛି ଟେକ୍‌ନିସିଆନ୍ ଏହାର ଡ଼େମୋ ପରୀକ୍ଷଣ କରାଉଥିବା ବେଳେ ଜଣାପଡ଼ିଥିଲା ଏହି ସିଗ୍‌ନାଲ୍ ବ୍ୟବସ୍ଥା ଫଳରେ କୌଣସି ଅମାନିଆ ବ୍ୟକ୍ତି ଟ୍ରାଫିକ୍ ନିୟମକୁ ବାରଣକରି କିମ୍ବା ଠକି ପାରିବ ନାହିଁ। ନିୟମ ଉଲଘ୍ନନ କରିବା ମାନେ ସ୍କାନର୍ କ୍ୟାମେରାରେ ଗାଡ଼ିର ଗତିବିଧି ସୁଟିଂ ହେବାସହ୍ ଡ଼ାକମାଜି ଯନ୍ତ୍ର ସହଯୋଗରେ ଗାଡ଼ି ପଛକୁ ନେବାପାଇଁ ସଚେତନ କରାଯିବ। ରାତି ଦଶଟା ପରେ ମଧ୍ୟ ଅଟୋ ସ୍କାନ କ୍ୟାମେରା ଯରିଆରେ ଦୃତଗାମି ଗାଡ଼ିକୁ ସହଜରେ କ୍ୟାପଚର୍ର କରିହେବ। ଅନ୍ୟ ପକ୍ଷରେ ଏହି ନିୟମ ନମାଲିଲେ ଗାଡ଼ି ନମ୍ବର ଠିକଣାରେ ଇ-ଚାଲଣ ପଠାଯିବ। ମାତ୍ର କିଟ୍ ମ୍ୟାଗନେଟ୍ ଛକରୁ ପ୍ରଶାନ୍ତିବିହାର ଓ ଶିଖରଚଣ୍ଡିରୁ କିଟ୍ ବିଶ୍ବବିଦ୍ୟାଳୟ ରାସ୍ତା ଅଣଓସାରିଆ ହୋଇଥିବାରୁ ବର୍ତମାନ ଏହି ଟ୍ରାଫିକ୍ ବ୍ୟବସ୍ଥା କାର୍ଯ୍ୟକାରି ହୋଇପାରିନାହିଁ। ଆଗାମି ଦିନରେ ରାସ୍ତା କଡ଼ ଜବରଦଖଲ ଉଚ୍ଛେଦକରାଯାଇ ରାସ୍ତା ମଝିରେ ଡ଼ିଭାଇଡ଼ର୍ ବ୍ୟବସ୍ଥା କରାଯିବା ପରେ ଏହି ଅତ୍ୟାଧୁନିକ ଟ୍ରାଫିକ୍ ସିଗ୍‌ନାଲ୍ ବ୍ୟବସ୍ଥା ଆରମ୍ଭ କରାଯିବ ସ୍ଥାନୀୟ ଟ୍ରାଫିକ୍ ଅପୋରେସନ୍ ମୁଖ୍ୟ ସୂଚନା ଦେଇଛନ୍ତି।