ଖଳନାୟକ ଶୂନ୍ୟ ଓଲିଉଡ଼ ଦୁନିଆଁ: ଓମଟିଭି

ଆଉ ସୁଭିବ ନାହିଁ ‘ଏଇ ଅନା ନି...’। ୧୯୯୫ର ରଣଭୂମି ଚଳଚ୍ଚିତ୍ରର ଖଳନାୟକ ଅଭିନୟର ଏହି ସଂଳାପ ଓଡ଼ିଆ ଦର୍ଶକଙ୍କ ମନରେ କୋକୁଆ ଭୟ ସୃଷ୍ଟିକରିଦେଇଥିଲା

ଖଳନାୟକ ଶୂନ୍ୟ ଓଲିଉଡ଼ ଦୁନିଆଁ: ଓମଟିଭି

 

ଖଳନାୟକ ଶୂନ୍ୟ ଓଲିଉଡ଼ ଦୁନିଆଁ

ଭୁବନେଶ୍ବର, ୨୫।୬ (ଓମ ): ଆଉ ସୁଭିବ ନାହିଁ ‘ଏଇ ଅନା ନି...’। ୧୯୯୫ର ରଣଭୂମି ଚଳଚ୍ଚିତ୍ରର ଖଳନାୟକ ଅଭିନୟର ଏହି ସଂଳାପ ଓଡ଼ିଆ ଦର୍ଶକଙ୍କ ମନରେ କୋକୁଆ ଭୟ ସୃଷ୍ଟିକରିଦେଇଥିଲା। ଏମିତିକି ରାଇମୋହନ ପରିଡ଼ାଙ୍କ ନିଖୁଣ ଅଭିନୟ ଦେଖି ଦର୍ଶକ ପ୍ରଶଂସାରେ ପୋତିପକାଇଥିଲେ। ପ୍ରଥମଥର କରି ପ୍ରେକ୍ଷାଳୟରେ ଦର୍ଶକ ଖଳନାୟକଙ୍କ ସଂଳାପରେ ତାଳିମାରିବା ଦେଖାଯାଇଥିଲା। ଏପରି ଆଉ ଦମଦାର ସଂଳାପ ଓଲିଉଡ଼ରୁ ଆଶାକରିବା ଦେଖାଯାଉନାହିଁ। କେତେବେଳେ ଚିତ୍କାର ଭରା ମଞ୍ଚରରେ ସେ ମହାକାଳ, ମାନ୍ଧାତା ଜଗଦେବ, ରଂଜିତ ଚରିତ୍ରରେ ଅଭିନୟ କରୁଥିଲେ ତ’ପୁଣି କେବେ ଅଘୋରି ଓ କିନ୍ନର ଚରିତ୍ରରେ ମଞ୍ଚ ଦୁଲୁକେଇଛନ୍ତି। ତାଙ୍କ ଅଭାବ ଓଲିଉଡ଼ ଜଗତରେ ଏକ ଅପୁରଣିୟ କ୍ଷତି ବୋଲି ଶତାଧିକ କଳାକାର ଓ ସିନେ ସମିକ୍ଷକ ପକ୍ଷରୁ ମତପ୍ରକାଶ। ‌ରାଇମୋହନଙ୍କ ସଂଳାପକୁ ନକଲକରି ‌ଓଡ଼ିଶାରେ ଅନେକ ମିମିକ୍ରୀ କଳାକାର ପେଟ ପୋସିଥାନ୍ତି। ରାଇମୋହନଙ୍କ ୩୩ ବର୍ଷ ଅଭିନୟ ଜୀବନ ଓ ୧୧ ବର୍ଷ ଯାତ୍ରାକଳାକାର ଜୀବନ ମଧ୍ୟରେ ଖଳନାୟକ ଚରିତ୍ରଦେଖି ଦର୍ଶକ ଦେଉଥିବା ଗାଳି ଓ ତାଳି ତାଙ୍କ ପାଇଁ ଆଶ୍ରୀବାଦ ଥିଲାବୋଲି ଏକ ସାକ୍ଷାତକାରରେ କହିଥିଲେ ରାଇ। ଚଳଚ୍ଚିତ୍ରହେଉ କିମ୍ବା ମଞ୍ଚରେ ଆଉ ସେହିଭଳି ସଂଳାପ ରାଇମୋହନଙ୍କ ପାଇଁ ଲେଖାଯିବା ନାହିଁ। କାରଣ ଓଲିଉଡ଼୍ ବ୍ୟାଡ଼୍ ବୟ ଆଜି ଚିରନିଦ୍ରରେ ।

 

ଆଜି ଓଲିଉଡ଼ ଖଳନାୟକ ଶୂନ୍ୟ ହୋଇପଡ଼ିଛି। ପୂର୍ବରୁ ନବେଦଶକର ଲୋକପ୍ରିୟ ଖଳନାୟକ ଦୁଃଖିରାମ ସ୍ବାଇଁଙ୍କ ଡ଼ାଇଲଗ୍ ‘ଆସ୍ତେ ମାର କାଟିବ ଯେ  ...’ ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ୧୯୮୮ରେ ପୁଅମୋର କଳାଠାକୁର ଚଳଚ୍ଚିତ୍ରରେ ଖଳନାୟକ ହର ପଟ୍ଟନାୟକଙ୍କର ମଧ୍ୟ ଥିବା ହିଟ୍ ସଂଳାପ ‘ନାଇଁ ନାଇଁ ନାଇଁ ମ..’। ଦର୍ଶକ ଗୁଣୁଗୁଣୁ ହୋଇଥିଲେ। ‌ମିନକେତନ ଦାସଙ୍କର ହିଟ୍ ସଂଳାପ ‘ନାନି ଲୋ’ ଏବଂ ମିହିର ଦାସଙ୍କ ଖଳନାୟକ ଜୀବନରେ ହିଟ୍ ସଂଳାପ ‘କାକା..’ ବେସ ଲୋକପ୍ରିୟ ହୋଇପାରିଥିଲା। ଯାହାଫଳରେ ନାୟକଙ୍କ ଠାରୁ ଓଲିଉଡ଼ରେ ଖଳନାୟକଙ୍କର ଗୁରୁତ୍ବ ବଢ଼ିବାରେ ଲାଗିଲା। ମାତ୍ର ଏମାନଙ୍କ ପରେ ଆଉ ବର୍ତମାନ ଖଳନାୟକ ଅଭିନୟଠାରୁ ଦୂରେଇ ରହିଛନ୍ତି ବରିଷ୍ଠ କଳାକାର ଅଶିତ ପତି ଓ ଚକ୍ରଧର ଜେନା। ଆଜିର ଅତ୍ୟାଧୁନିକ ଯୁଗରେ ଓଡ଼ିଆ ଦର୍ଶକ ଭଲ ସଂଳାପ ଓ କାହାଣୀ ଖୋଜୁଥିଲା ବେଳେ କିଛି ଚଳଚ୍ଚିତ୍ର ନିର୍ମାତାଙ୍କ କପିପେଷ୍ଟ ମାନିଆଁ ଓଲିଉଡ଼କୁ ବୁଡ଼ାଇଦେବ ନିଶ୍ଚିନ୍ତ। ବର୍ତମାନର ଖଳନାୟକ ଅଭିନୟ କରୁଥିବା କେକେ, ଦେବ, ବବି ମିଶ୍ର, ସ‌ମରେଶ ଓ ମନୋଜ‌ ମିଶ୍ର ରିତିମତ କାର୍ଯ୍ୟକରୁଥିଲେ ମଧ୍ୟ ଦର୍ଶକଙ୍କ ଠାରୁ ସେହିଭଳି ପ୍ରଶଂସା ସାଂଉଣ୍ଟି ପାରି ନାହାଁନ୍ତି। ଫଳରେ ଦିଗଜ ଅଭିନେତାଙ୍କ ଅଭିନୟ ଆଉ ଓଲିଉଡ଼ ଦର୍ଶକ ଦେଖିବେ କି ନାହିଁ ତାହା ପ୍ରଶ୍ନବାଚୀ..? (ସିନେ ସମୀକ୍ଷକ :ବିଦ୍ୟାଧର ବାରିକ (ମଧୁ )