କିମ୍‍ସକୁ ପତ୍ନୀଙ୍କ ଶରୀର ଦାନ କଲେ ପତି :  Ommtv

କିମ୍‍ସକୁ ପତ୍ନୀଙ୍କ ଶରୀର ଦାନ କଲେ ପତି

କିମ୍‍ସକୁ ପତ୍ନୀଙ୍କ ଶରୀର ଦାନ କଲେ ପତି :  Ommtv
କିମ୍ସକୁ ପତ୍ନୀଙ୍କ ଶରୀର ଦାନ କଲେ ପତି :  Ommtv
ଭୁବନେଶ୍ୱର,: ହୃଦ୍ଘାତରେ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ପତି ପତ୍ନୀଙ୍କ ଶରୀରକୁ କିମ୍ସକୁ ଦାନ କରି ନିଜର ମହାନତା ପ୍ରଦର୍ଶନ କରିବା ସହ ଶରୀର ଦାନ ପାଇଁ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି । ଭୁବନେଶ୍ୱରର ଆଇଆରସି ଭିଲେଜ ଏନ୍୧-୫୪ରେ ରହୁଥିବା ସୁଦର୍ଶନ ଷଡ଼ଙ୍ଗୀଙ୍କ ପତ୍ନୀ ମନୋରମା ଷଡ଼ଙ୍ଗୀ ସୋମବାର ସକାଳେ ହୃଦ୍ଘାତରେ ମୃତ୍ୟୁବରଣ କରିଥିଲେ । ସେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନ ଥିଲେ । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଷଡ଼ଙ୍ଗୀଙ୍କ ପୂର୍ବ ଇଛା ଅନୁଯାୟୀ ତାଙ୍କ ସ୍ୱାମୀ ଶ୍ରୀ ଷଡଙ୍ଗୀ ପରିବାର ଲୋକଙ୍କ ଉପସ୍ଥିତିରେ ମଙ୍ଗଳବାର କିମ୍ସକୁ ପତ୍ନୀଙ୍କ ଶରୀର ଦାନ କରିଥିଲେ । କିମ୍ସକୁ ସ୍ୱର୍ଗତ ଷଡଙ୍ଗୀଙ୍କ ଶରୀର ଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ତିନି କନ୍ୟା ଡ. ସୁରମା, ସୁଚେତା ଓ ସୁଦୀପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏଥିପାଇଁ କିମ୍ସ କର୍ତ୍ତୃପକ୍ଷ ଶ୍ରୀ ଷଡ଼ଙ୍ଗୀ ଓ ତାଙ୍କ ପରବାରକୁ ସାଧୁବାଦ ଜଣାଇବା ସହ ଏହା ଅନ୍ୟମାନଙ୍କୁ ଶରୀର ଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଏହାକୁ କିମ୍ସ ଆନାଟୋମି ବିଭାଗର ଛାତ୍ରଛାତ୍ରୀଙ୍କ ତାଲିମ ଓ ଗବେଷଣା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି କିମ୍ସ ପକ୍ଷରୁ କୁହାଯାଇଛି । #Kims #Artofgiving #Aog #Ommtv #Omtv #Kalingacinearts #NBPC