ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ ସମ୍ମାନ ରଖିଲା ଓଡ଼ିଶା : OmmTv

Dr AchyutaSamanta

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ ସମ୍ମାନ ରଖିଲା ଓଡ଼ିଶା : OmmTv

ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍‍ଯାପିତ ସମ୍ମାନ ରଖିଲା ଓଡ଼ିଶା : OmmTv
ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ସାମଗ୍ରିକ ଚାମ୍ପିୟନ
କିସ୍‍ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ
ଭୁବନେଶ୍ୱର: ଜୁନ୍‍ ୯ତାରିଖରୁ ୪ଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ସଂଯୁକ୍ତା ମୁଦ୍‍ଗଲ ଏବଂ ରଗ୍‍ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମଗ୍ରିକ ଚାମ୍ପିୟନ ହୋଇଥିବା ଓଡ଼ିଶା ବାଳକ ଓ ବାଳିକ ଦଳକୁ ଟ୍ରଫି ପ୍ରଦାନ କରିବା ସହ ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସେ କହିଲେ, ଓଡ଼ିଶାର ଯେତେ ଖେଳାଳି ଅନ୍ତର୍ଜାତୀୟ ଓ ଜାତୀୟସ୍ତରରେ ଓଡ଼ିଶାକୁ ସୁନାମ ଆଣୁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଜନଜାତି ବର୍ଗର । ଜନଜାତି ସମ୍ପ୍ରଦାୟ ପିଲାଙ୍କ ମଧ୍ୟରେ ବହୁ ପ୍ରତିଭା ଅଛନ୍ତି । ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଆସୁଛନ୍ତି ବୋଲି ସେ କହିଥିଲେ ।
ଖେଳ ମହୋତ୍ସବରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ସାମଗ୍ରିକ ଚାମ୍ପିୟନ ହୋଇ ରାଜ୍ୟକୁ ଗୌରବ ଆଣି ଦେଇଛି । ବିଶେଷ କରି କିସ୍‍ ଖେଳାଳିଙ୍କ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ ପାଇଁ ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି । ସେହିପରି କର୍ଣ୍ଣାଟକର ଉଭୟ ବାଳକ ଓ ବାଳିକା ଦଳ ସାମଗ୍ରିକ ପ୍ରଥମ ରନର୍ସ ହୋଇଥିବା ବେଳେ ଝାଡ଼ଖଣ୍ଡର ଉଭୟ ବାଳକ ଓ ବାଳିକା ଦଳ ଦ୍ୱିତୀୟ ରନର୍ସ ଅପ୍‍ ହୋଇଛନ୍ତି ।
ରଗ୍‍ବୀ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଝାଡ଼ଖଣ୍ଡ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଓ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ରଗ୍‍ବୀ ବାଳିକା ବର୍ଗରେ ଓଡ଼ିଶା ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ହକି ପୁରୁଷ ବର୍ଗରେ ଓଡ଼ିଶା ଦଳ ଚାମ୍ପିୟନ୍‍ ହୋଇଥିବା ବେଳେ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଯଥାକ୍ରମେ ରନର୍ସ ଅପ୍‍ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବାଳିକା ହକିରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଥିବା ବେଳେ ଝାଡ଼ଖଣ୍ଡ ରନର୍ସ ଅପ୍‍ ଓ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛନ୍ତି । କବାଡ଼ି ପୁରୁଷ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାମିଲନାଡ଼ୁ ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ମହିଳା ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଖୋ ଖୋ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ କର୍ଣ୍ଣାଟକ ରନର୍ସ ଅପ୍‍ ଓ ଗୁଜୁରାଟ ଓ ମଧ୍ୟପ୍ରଦେଶ ଉଭୟ ତୃତୀୟ ସ୍ଥାନରେ ରହିଛନ୍ତି । ବାଳିକା ବର୍ଗରେ ଓଡ଼ିଶା ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଗୁଜୁରାଟ ରନର୍ସ ଅପ୍‍ ଏବଂ ଛତିଶଗଡ଼ ଓ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛନ୍ତି ।
ଫୁଟବଲ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିହାର ରନର୍ସ ଅପ୍‍ ଓ ଝାଡ଼ଖଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି । ବାଳିକା ବର୍ଗରେ ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିବା ବେଳେ ଝାଡ଼ଖଣ୍ଡ ରନର୍ସ ଅପ୍‍ ଓ ତ୍ରିପୁରା ତୃତୀୟ ସ୍ଥାନରେ ରହିଛନ୍ତି । ଭଲିବଲ୍‍ ବାଳକ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଥିବା ବେଳେ ଉତ୍ତରାଖଣ୍ଡ ଓ ଓଡ଼ିଶା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ବାଳିକା ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶା ଓ ଗୁଜୁରାଟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
ପ୍ରବଳ ଖରା ଓ ଗରମ ସତ୍ତ୍ୱେ ୫ହଜାର ଖେଳାଳି, କୋଚ ଓ ଅଫିସିଆଲ୍‍ କିଟ୍‍ ପରିସରରେ ରହି ଅତି ସୁନ୍ଦର ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିଲେ । ଏଥିରେ ଜନଜାତି ଖେଳାଳିଙ୍କ ମଧ୍ୟରେ ଉଦ୍ଦୀପନା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏତେ ସଫଳ ଭାବରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଆୟୋଜନ ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ଏହା ସହ ଶ୍ରୀ ସାମନ୍ତ କେନ୍ଦ୍ର ସରକାର, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ କିଟ୍‍ ମଧ୍ୟ ପ୍ରଥମ ଖେଲୋ ଇଣ୍ଡିଆ ସଫଳତାର ଆୟୋଜନ କରିଥିଲା । #Janjatikhelushav #Odisha #Kiituniversity #Ommtv #Omtv #Kissuniversity #Odishagovernment #Indiagovernment #AchyutaSamanta