Kalinga Cine Arts Foundation Art of Giving : Ommtv
Kalinga Cine Arts Foundation Art of Giving

କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆର୍ଟଅଫ୍ ଗିଭିଂ, ୫୨ ଜଣ ପିଲାଙ୍କୁ ସ୍କୁଲ୍ ବ୍ୟାଗ୍ ଓ ପାଠ୍ୟ ଉପକରଣ ବଣ୍ଟନ : Ommtv
BBSR : ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ଆଜି ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଣ୍ଟାବାଡ଼ ଜଙ୍ଗଲ ଭିତରେ ଥିବା ଆଦିବାସୀ ଗ୍ରାମର ୫୨ଜଣ କୁନି ପିଲାଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍କୁଲ୍ ବ୍ୟାଗ୍ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସ୍ବାସ୍ଥ୍ୟ ପରାମର୍ଶଦାତା ଡ଼ାକ୍ତର ଦେବବ୍ରତ ପ୍ରଧାନ ଅଭିଭାବକମାନଙ୍କୁ ଗ୍ରାମର ଗୋଟିଏ ସ୍ଥାନରେ ଏକାଠିକରି ପିଲାଙ୍କର ସ୍ବାସ୍ଥ୍ୟର ଯତ୍ନ ଏବଂ କିଛି ଘରୋଇ ଚିକିତ୍ସା ପ୍ରଣାଳି ବିଷୟରେ ଉପାୟମାନ କହିଥିଲେ। ଏହା ସହିତ ଅନୁଷ୍ଠାନର ସମ୍ପାଦକ ବିଦ୍ୟାଧର ବାରିକ ପିଲାଙ୍କୁ ଭଲ ମଣିଷ କରିବାପାଇଁ ଅଭିଭାବକମାନଙ୍କୁ ନିଶାଠାରୁ ଦୂରେଇ ରହିବାପାଇଁ ପରାମର୍ଶଦେଇଥିଲେ। ଅନୁଷ୍ଠାନର ଅନ୍ୟ ସଭ୍ୟମାନେ ପିଲାଙ୍କୁ ନଖ କାଟିବା, ହାତ ଧୋଇବା ଏବଂ ପରିସ୍କାର ରହିବା ନେଇ ପ୍ରଶିକ୍ଷଣ ଦେଇଥିଲେ। ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠାରୁ ପ୍ରେରଣାପାଇ କଳିଙ୍ଗ ସିନେ ଆର୍ଟସ୍ର ସଭ୍ୟମାନେ ଗତ ୧୦ ବର୍ଷ ହେବ ଏହିଭଳି ସେବା କାର୍ଯ୍ୟ ବର୍ଷ ତମାନ କରୁଥିଲା ବେଳେ ମେ’ମାସ ୧୭ ତାରିଖକୁ ଆର୍ଟଅଫ୍ ଗିଭିଂ ଦିବସ ଭାବରେ ପାଳନକରିଥାନ୍ତି ବୋଲି ସଭାପତି ସୁଶାନ୍ତ ଦାସ କହିଛନ୍ତି।