Global Business Carnival-2023 by Gupta Events Management Private Limited : Ommtv

Global Business Carnival-2023 by Gupta Events Management Private Limited

Global Business Carnival-2023 by Gupta Events Management Private Limited : Ommtv

ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗ୍ଲୋବାଲ୍ ବିଜିନେସ କାର୍ନିଭାଲ୍‌-୨୦୨୩ : Ommtv
ଭୁବନେଶ୍ୱର:- ସ୍ଥାନୀୟ ଜନତା ମଇଦାନଠାରେ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ “ଗ୍ଲୋବାଲ୍ ବିଜିନେସ
କାର୍ନିଭାଲ୍‌-୨୦୨୩”ର ଘୋଷଣା କରାଯାଇଛି । ଏହି ଅବସରରେ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର
ପାୟଲ ଆଚାର୍ଯ୍ୟ ଗୁପ୍ତା ଏବଂ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିପକ ମହାନ୍ତି, ଆଇଡିଆ
କ୍ରିଏସନ ମୁଖ୍ୟ ରଣଜିତ୍ କର୍ମି, ପ୍ରପର୍ଟି ବ୍ରାଣ୍ଡ ନିର୍ଦ୍ଦେଶକ ସଚିନ ସିଂ, ଓପନ୍ କିଚେନ୍ ଆଣ୍ଡ ବାର୍ ଗୌରବ କୁମାର ରାମ ଉପସ୍ଥିତି ଥିଲେ ।
ଏହା ଆସନ୍ତା ୧୯ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୨ଟା ରୁ ୯ଟା ଯାଏଁ ଚାଲିବ । ଏହା ପୂର୍ବ ଭାରତର ସର୍ବବୃହତ ମଲ୍ଟି ସେକ୍ଟର
ବି୨ବି ଓ ବି୨ସି ପ୍ରଦର୍ଶନୀ ହେବ । ଓଡିଶାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଜକ ଏହି କାର୍ନିଭାଲ୍ ସମ୍ପୁର୍ଣ୍ଣ ବତାନୁକୁଳିତ ହ୍ୟାଙ୍ଗରରେ
ଆୟୋଜନ କରୁଛନ୍ତି ।
ଗୁପ୍ତା ଇଭେନ୍ଟସ ମ୍ୟାନେଜମେନ୍ଟ ଏମଏସଏମଇ ଏବଂ କୋଏର ବୋର୍ଡ ସହିତ ଅନୁବନ୍ଧିତ ହୋଇ କ୍ଷୁଦ୍ର ବ୍ୟବସାୟିକ ଅନୁଷ୍ଠାନ ପାଇଁ
ସରକାରୀ ରିହାତିର ବ୍ୟବସ୍ଥା ରହିଛି । ଏହି ପ୍ରଦର୍ଶନୀରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ ।
ଏଠାରେ ବିଭିନ୍ନ ପ୍ରକାର ଏକ୍ସପୋମାନ ଯଥାକ୍ରମେ ପ୍ରପର୍ଟି ବ୍ରାଣ୍ଡ ଏକ୍ସପୋ, ଫର୍ଣ୍ଣିଚର ଆଣ୍ଡ ଇନ୍ଟରିଅର୍‌, ଗ୍ଲୋବାଲ ଏଡୁକେସନ, ଆଇଟି
ଆଣ୍ଡ ସଫ୍ଟୱେର, ଫ୍ୟାସନ ଆଣ୍ଡ ଲାଇଫ୍ ଷ୍ଟାଇଲ୍‌, ହେଲଥ୍ ଆଣ୍ଡ ୱେଲ୍ଲନେସ୍‌, ସ୍ୱଦେଶୀ, ଅଟୋ ଏକ୍ସପୋ ସହିତ ସମସ୍ତ ଜାତୀୟ ଏବଂ
ଅନ୍ତର୍ଜାତୀୟ ଉତ୍ପାଦମାନ ମିଳିବ । ଏଥି ସହିତ ସମସ୍ତ ପ୍ରକାର ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜା ଉତ୍ପାଦମାନ ମଧ୍ୟ
ପ୍ରଦର୍ଶିତ ହେବ । ବହୁ ଚର୍ଚ୍ଚିତ ହୋଟେଲ ଏବଂ ରେଷ୍ଟୁରାନ୍ଟ ସହ ମିଳିତ ଭାବେ ଫୁଡ୍ ଫେଷ୍ଟିଭାଲର ଆୟୋଜନ ହେବ ।
ଏହି ସବୁ ମଧ୍ୟରୁ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲଥ୍ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ
ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ଉପସ୍ଥିତ ଜନତାମାନଙ୍କୁ ଆକର୍ଷିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ
ଆୟୋଜିତ କରିବା ସହିତ ଓପନ୍ କିଚେନ୍ ଆଣ୍ଡ ବାର୍ ଦ୍ୱାରା ଏକ ଫୁଡ୍ ଜୋନ୍‌ର ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ସମସ୍ତେ ସ୍ୱାଦିଷ୍ଟ ଏବଂ
ସୁସ୍ଥକର ଖାଦ୍ୟ ଉପଭୋଗ କରିପାରିବେ ।


ପ୍ରାୟ ୫ଲକ୍ଷରୁ ଅଧିକ ଗ୍ରାହକ ଏହି ୧୧ ଦିନିଆ ଇଭେନ୍ଟ ପରିଦର୍ଶନ କରିବେ ବୋଲି ଆଶା । ବିଭିନ୍ନ କ୍ଷେତ୍ରର ଗୁଣାତ୍ମକ ଉତ୍ପାଦମାନ ଯାହା
ଏକ କେନ୍ଦ୍ରୀୟ ସ୍ଥାନରେ ଗ୍ରାହକମାନେ ଦେଖିବାର ସୁବିଧା ପାଇପାରିବେ । ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ସୁଯୋଗ
ସୃଷ୍ଟି ପାଇଁ ଏହା ସର୍ବନିମ୍ନ ସମୟ ମଧ୍ୟରେ ସର୍ବାଧିକ ପ୍ଲାଟଫର୍ମ ଯୋଗାଇ ଦେବ ।
ଏହି ପ୍ରଦର୍ଶନୀର ଆୟୋଜକ ଗୁପ୍ତା ଇଭେନ୍ଟସ୍ ମ୍ୟାନେଜମେନ୍ଟ ପ୍ରାଇଭେଟ୍ ଲିମିଟେଡ୍ ଗତ ଦଶନ୍ଧିରୁ ଏକ ବୃତିଗତ ଭାବରେ ପରିଚାଳିତ
ଇଭେନ୍ଟ ମ୍ୟାନେଜମେନ୍ଟ କମ୍ପାନୀ । ମ୍ୟାନେଜିଙ୍ଗ୍ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା ଏବଂ ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ
ନେତୃତରେ ବିଶ୍ୱବ୍ୟାପୀ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଏକ ସ୍ୱତବ ପ୍ଲାଟଫର୍ମ ଯୋଗାଇ ଦେବାର ଉଦ୍ଦେଶ୍ୟରେ ସୁଜିତ ଗୁପ୍ତା ଏବଂ ପାୟଲ
ଆଚାର୍ଯ୍ୟ ଗୁପ୍ତାଙ୍କ ସଂକଳ୍ପ ଅଟେ ।