ରାସୋଳ ମହୋତ୍ସବ ମହାସମାରୋହରେ ପାଳିତ : Ommtv

Jhamujatra

ରାସୋଳ ମହୋତ୍ସବ ମହାସମାରୋହରେ ପାଳିତ : Ommtv

ରାସୋଳ ମହୋତ୍ସବ ମହାସମାରୋହରେ ପାଳିତ : Ommtv

OMM TV (ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ)ହିନ୍ଦୋଳ ଉପଖଣ୍ଡର ରାସୋଳ ଠାରେ ଗତ 14 ତାରିଖରୁ ପ୍ରସିଦ୍ଧ ଝାମୁଯାତ୍ରା ଉପଲକ୍ଷେ 4 ଦିନ ଧରି ରାସୋଳ ବିକାଶ ପରିଷଦ ପକ୍ଷରୁ 18 ତମ ରାସୋଳ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ କାଲି ଶେଷ ସନ୍ଧ୍ୟା ରେ ଉଦଯାପିତ ଉତ୍ସବ ରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ଵାଇଁ ଓ ତହସିଲଦାର ସୁଶାନ୍ତ ମିଶ୍ର ଯୋଗଦେଇ ଅଞ୍ଚଳରେ ମୁଖ୍ୟ ସମସ୍ୟାର ସମାଧାନ ପ୍ରାଶାସନିକ ସ୍ତରରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ମହୋତ୍ସବ ର ଉଦଯାପନୀ ଉତ୍ସବ ପ୍ରଥମ ତିନି ଦିନ ଅପେକ୍ଷା ସବୁ ଦିନ ଠାରୁ ଅଧିକ ଦର୍ଶକ ସହ ଅଧିକ ଶୃଙ୍ଖଳା ଥିବାର ଦର୍ଶକ ମାନଙ୍କଠାରୁ। ରାଜନେତା ଓ ଲୋକ ପ୍ରତିନିଧି ମାନଙ୍କ ଯୋଗଦାନ ସାଂସ୍କୃତିକ ମହୋତ୍ସବ କୁ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ବରିଷ୍ଠ, ବୁଦ୍ଧିଜିବୀ ମାନେ ଜିଲ୍ଲାପାଳ ଙ୍କ ଯୋଗଦାନ କୁ ଆନ୍ତରିକ ସମର୍ଥନ ସହ ସନ୍ତୋଷ ପ୍ରକାଶ କରିଥିଲେ। ବିକାଶ ପରିଷଦ ର କର୍ମକର୍ତ୍ତା ମାନଙ୍କୁ ପରିବର୍ତ୍ତନ କରି ନୁତନ କର୍ମକର୍ତ୍ତା ଚୟନ କରିବାକୁ ସାଧାରଣ ରେ ପ୍ରବଳ ଦାବୀ ହେଉଥିବାର ଜଣା ପଡିଥିଲା। #Dhenkanal #Hindol #Jhamujatr #DandaJatra #Ommtv #Omtv #Kalingacinearts #Nbpc