OMM TV ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ପରିସରରେ ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳିତ

Sri Jayadeb School News

OMM TV ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ପରିସରରେ ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳିତ

OMM TV ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ପରିସରରେ ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳିତ
ଭୁବନେଶ୍ବର ତା ୦୨/୦୫: ସ୍ଥାନୀୟ କଳାରାହାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଡା ଗ୍ରାମରେ ଅବସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ଦ୍ବିତୀୟ ପରିସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଭୁବନେଶ୍ୱର ଉତ୍ତର ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅନୁଷ୍ଠାନର ମହତ ଉଦ୍ଦେଶ୍ଯ ଓ ଗ୍ରାମବାସୀମାନଙ୍କ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ସହିତ ଛୋଟଛୋଟ ଛାତ୍ରଛାତ୍ରୀମାନଙ୍କର ଦକ୍ଷତ ଓ ନୃତ୍ୟ ଦେଖି ମୁଗ୍ଧ ହୋଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଜୋନ ୩୦ ର ଶ୍ରୀମତୀ ବବିତା ରାଉତ, ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର ଯୋଗଦେଇ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାଞ୍ଚ ପଞ୍ଚାୟତର ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ଯରେ କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସନ୍ତୋଷ ନାଥ, କଲ୍ୟାଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦେବରାଜ ଭୋଇ, ସମିତି ସଭ୍ୟ ଶ୍ରୀଯୁକ୍ତ ଭୁବନାନନ୍ଦ ଦାସ ଓ ପୂବର୍ତ୍ତନ ସମିତି ସଭ୍ୟ ଶ୍ରୀଯୁକ୍ତ ବ୍ରଜ କିଶୋର ସ୍ୱାଇଁ, ଇଞ୍ଜଣା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ମମିତା ଦାସ,ବରିମୁଣ୍ଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମଲ୍ଲିକ ଓ ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ବରାଳ, ଦାଢା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ଯୋଗ ଦେଇ ବିଦ୍ୟାଳୟର ସ୍ଥାୟିତ୍ଵ ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟର ମାର୍ଗଦର୍ଶକ ତଥା ସଂଯୋଜକ ଶ୍ରୀଯୁକ୍ତ ଅଲେଖ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ତଥା ସଂପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିବା ସହିତ ନିଜର ବକ୍ତବ୍ଯ ପ୍ରଦାନ କରି ବିଦ୍ୟାଳୟର ସମସ୍ୟା ଉପରେ ଆଲୋକପାତ କରିଥିଲେ।ପାଠ ସହିତ ଅନ୍ୟାନ୍ୟ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନ୍ଯବର ବିଧାୟକ ଓ ସମ୍ମାନିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ବର୍ଣ୍ଣାଢ୍ଯ ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କର ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତ ଉପସ୍ଥିତ ଅଭିଭାବକମାନଙ୍କୁ ବିମୋହିତ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନନ୍ଦା ତ୍ରିପାଠୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। #OmmTv #OmTV #KalingaCineArts #NBPC #jayadeb #school #Bhubaneswar