କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ ‘କ୍ରିତନ୍ତୁଜା’ ପ୍ରଦର୍ଶନୀ ୨୦୨୨ : ଓମଟିଭି

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରବିବାର କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୨ ଉଦ୍‍ଘାଟିତ ହୋଇଯାଇଛି । ସେଫାଳୀ ଡିଜାଇନର୍‍ ହାଉସ୍‍ ଓ କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ମିଳିତ ସହଯୋଗରେ ଅଗଷ୍ଟ ୭ ଓ ୮ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଉଦ୍‍ଘାଟିତ କରିଥିବା ବେଳେ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍‍ ଆଣ୍ଡ ଟେଲିଭିଜନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସେଫାଳୀ ଡିଜାଇନର ହାଉସ୍‍ର ନିର୍ଦ୍ଦେଶିକା ତଥା କାଦମ୍ବିନୀ ଓ କୁନିକଥାର ସ

କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ ‘କ୍ରିତନ୍ତୁଜା’ ପ୍ରଦର୍ଶନୀ ୨୦୨୨ : ଓମଟିଭି
କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ ‘କ୍ରିତନ୍ତୁଜା’ ପ୍ରଦର୍ଶନୀ ୨୦୨୨ : ଓମଟିଭି
ଭୁବନେଶ୍ୱର, ୭ ।୮(ଓମ): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରବିବାର କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୨ ଉଦ୍‍ଘାଟିତ ହୋଇଯାଇଛି । ସେଫାଳୀ ଡିଜାଇନର୍‍ ହାଉସ୍‍ ଓ କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ମିଳିତ ସହଯୋଗରେ ଅଗଷ୍ଟ ୭ ଓ ୮ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଉଦ୍‍ଘାଟିତ କରିଥିବା ବେଳେ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍‍ ଆଣ୍ଡ ଟେଲିଭିଜନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସେଫାଳୀ ଡିଜାଇନର ହାଉସ୍‍ର ନିର୍ଦ୍ଦେଶିକା ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ. ଇତିରାଣୀ ସାମନ୍ତ, ସିନେ ଅଭିନେତା ତଥା ପ୍ରଯୋଜକ ସମରେଶ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣା ଦେଇଥିଲେ । ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀମତୀ ପ୍ରଧାନ କହିଲେ ନୂତନ ପିଢ଼ି ହସ୍ତତନ୍ତ ପ୍ରତି ଆକୃଷ୍ଟ ହେବା ଉଚିତ ଫଳରେ ସ୍ୱଦେଶୀ କଳା ଓ ସର୍ଜନାର ବିକାଶ ହୋଇପାରିବ । ମହିଳା ମାନବ ସମ୍ବଳ ଉପରେ ଗୁରୁତ୍ୱାରୋପ କରି ଶ୍ରମତୀ ପ୍ରଧାନ କହିଲେ, ହସ୍ତତନ୍ତ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ହସ୍ତତନ୍ତ ହିଁ ମହିଳା ସଶକ୍ତିକରଣର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଛାତ୍ରଛାତ୍ରୀମାନେ ନିଜର ସର୍ଜନାତ୍ମକ ଚିନ୍ତାଧାରା ବିକାଶ କରିବା ଲକ୍ଷ୍ୟ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଫେସନ୍‍ ସ୍କୁଲ୍‍ର ପ୍ରତିଷ୍ଠା କରିଥିଲେ । ଫଳରେ କିଟ୍‍ ଫେସନ୍‍ ସ୍କୁଲ୍‍ରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଉନ୍ନତ ସର୍ଜନା ପ୍ରତିପାଦିତ କରିପାରିଛନ୍ତି । ଡ. ଇତି ସାମନ୍ତ ନିଜ ମାଆଙ୍କ ଡାକନାମ ‘ସେଫାଳୀ’ ଅନୁସାରେ ସେଫାଳୀ ଡିଜାଇନର୍‍ ହାଉସ୍‍ ପ୍ରତିଷ୍ଠା କରାଯିବା ଓ ଏଥିରେ ସର୍ବଦା ନୂଆ ପସନ୍ଦର ଛାପ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ । ପାରମ୍ପରିକ ଓ ସମସାମୟିକ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇପାରିଲେ ଲୋକେ ନିଶ୍ଚିତ ପସନ୍ଦ କରିବେ ବୋଲି ଡ. ସାମନ୍ତ କହିଥିଲେ । ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସର୍ଜନା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ିବା ପାଇଁ ଏହି ପ୍ରୟାସ ବୋଲି କହିଥିଲେ । ସେହିପରି ସମରେଶ ରାଉତରାୟ କହିଲେ ସମସ୍ତଙ୍କ ମଧ୍ୟରେ ସ୍ୱଦେଶୀ ଭାବନା ରହିବା ଉଚିତ । କିଟ୍‍ ଭଳି କେତେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହାକୁ ଆହୁରି ଆଗକୁ ନେଉଥିବାରୁ ଓଡ଼ିଶା ନିଶ୍ଚିତ ଭାବରେ ସମଗ୍ର ଦେଶ ଓ ବିଶ୍ୱରେ ଆଦୃତି ଲାଭ କରିବ । କାର୍ଯ୍ୟକ୍ରମରେ ସ୍କୁଲ୍‍ର ଉପନିର୍ଦ୍ଦେଶିକା ଜିପ୍‍ସିତା ନାୟକ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ପାଠ୍ୟକ୍ରମ ସଂଯୋଜକ ବାଉରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।