ମହାରାଜା ସୋମନାଥ ସିଂହ ମହିନ୍ଦ୍ର ଜଗଦେବ ଙ୍କ ୨୨୩ ତମ ଜୟନ୍ତୀ ପାଳନ : Ommtv

ମହାରାଜା ସୋମନାଥ ସିଂହ ମହିନ୍ଦ୍ର ଜଗଦେବ ଙ୍କ ୨୨୩ ତମ ଜୟନ୍ତୀ ପାଳନ

ମହାରାଜା ସୋମନାଥ ସିଂହ ମହିନ୍ଦ୍ର ଜଗଦେବ ଙ୍କ ୨୨୩ ତମ ଜୟନ୍ତୀ ପାଳନ : Ommtv

(ଅନଗୁଳରୁ ଗୀତାମୟୀ ମହାପାତ୍ରଙ୍କ ରିପୋର୍ଟ - ଓମଟିଭି) : ମହାରାଜା ସୋମନାଥ ସିଂହ ମହିନ୍ଦ୍ର ଜଗଦେବ ଙ୍କ ୨୨୩ ତମ ଜୟନ୍ତୀ ପାଳନ ଉତ୍ସବ ଅନଗୁଳ ସ୍ମୃତି କମିଟି ଓ ଅନଗୁଳ ମୁନିସିପାଲିଟି ମିଳିତ ଆନୁକୁଲ୍ୟରେ ଆଜି ସଭାଘର ଠାରେ ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଅନଗୁଳ ଠାରେ ମହାରାଜା ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପାଇକ ମାନଙ୍କ ଏକ ଶୋଭାଯାତ୍ରାରେ ସଭାଘର ଠାରେ ସମସ୍ତେ ମିଳିତ ହୋଇଥିଲେ। ଭାରତ ତଥା ଅନଗୁଳ ର ବ୍ରିଟିଶ ବିରୋଧୀ ଶେଷ ସ୍ଵାଧୀନ ରାଜା ଝାଡ଼ଖଣ୍ଡ ବାଦସାହା ମଧ୍ୟଖଣ୍ଡ ଅଧିପତି ଶରଣପଞ୍ଜର ବାନା ବନ୍ଦୀଛୋଡ ରାଜାଧିରାଜ ଶ୍ରୀ ଶ୍ରୀ ସୋମନାଥ ସିଂହ ମର୍ଦ୍ଦରାଜ ବୀରବର ମହିନ୍ଦ୍ର ଜଗଦେବ ଙ୍କ ୨୨୩ ତମ ଜୟନ୍ତୀ ପାଳନ ଉତ୍ସବ ସ୍ମୃତି କମିଟି ସଭାପତି ଅନଗୁଳ ରାଜା ବୀରବର ରୁଦ୍ର ନାରାୟଣ ସିଂହ ମହିନ୍ଦ୍ର ଜଗଦେବ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଧରଣୀଧର ନାଥ, ମୁଖ୍ୟ ବକ୍ତାଭାବେ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ରାଜବଂଶ ର ଦାୟାଦ ସ୍ନେହଲତା ସିଂହ ସାମନ୍ତ, ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୂଖ ଯୋଗ ଦେଇ ମହାରାଜ ଙ୍କ ସ୍ମୃତି ଚାରଣ କରିଥିଲେ। ସ୍ମୃତି କମିଟି ସମ୍ପାଦକ ବନ ବିହାରୀ ପଟ୍ଟନାୟକ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନଗୁଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, କବି, ସାହିତ୍ୟିକ,ପାଇକ ବାହିନୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ସ୍ମୃତି କମିଟି ର ପ୍ରତିଷ୍ଠାତା ଗୋବିନ୍ଦ ରାଜଗୁରୁ ଙ୍କ ଉପଦେଶ କ୍ରମେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା

(Angul Gitamayi Mahapatra) The 223rd birth anniversary of Maharaja Somnath Singh Mahindra Jagdev has been celebrated in a ceremony today at the assembly hall under the joint arrangements of the Angul Memorial Committee and the Angul Municipality. After first paying floral tributes to the Maharaja's statue at Angul, everyone gathered at the Assembly in a procession of pikes.Prof. Rudra Narayan Singh Mahindra Jagdev was the chief guest in the meeting to celebrate the 223rd birth anniversary of the last anti-British king of India and Angul, Jharkhand Badsaha Midkhand Prince Sharanpanjar Bana Pharchod Rajadhiraj Sri Sri Somnath Singh Mardaraj Birbar Mahindra Jagdev, President Angul Birbar Rajab Rudra Narayan Singh Mahindra Jagdev. Dharnidhar Nath,Ex-District Governor Hemant Kumar Das was the main speaker, Ex-City Mayor Bhakti Prasad Das was the guest of honor, Snehalata Singh Samantha, the head of the royal dynasty, Akshay Kumar Samantha Pramukh, city mayor attended and honored the memory of Maharaj. Commemoration Committee Editor Ban Bihari Patnaik proposed vote of thanks. The program was attended by many dignitaries, intellectuals, poets, writers, paramilitary forces and media representatives of Angul.