ଡୁମଡୁମା ସ୍ଥିତ ଡଃ ଆମ୍ବେଦକର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକର୍ମ ଉଦଯାପନ : Ommtv

ଡୁମଡୁମା ସ୍ଥିତ ଡଃ ଆମ୍ବେଦକର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକର୍ମ ଉଦଯାପନ

ଡୁମଡୁମା ସ୍ଥିତ ଡଃ ଆମ୍ବେଦକର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକର୍ମ ଉଦଯାପନ : Ommtv
ଡୁମଡୁମା ସ୍ଥିତ ଡଃ ଆମ୍ବେଦକର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକର୍ମ ଉଦଯାପନ : Ommtv
ଭୁବନେଶ୍ବର - ଡୁମଡୁମା ଭୁବନେଶ୍ବର ସ୍ଥିତ ଡଃ ଆମ୍ବେଦକର ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ ଆଜି ନୂଆ ଓଡିଶା ଯୁବ ଅଡିଶାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ତା ଯୋଗ ଦେଇଥିଲେ । ଗତ ନଭେମ୍ବର ମାସ ୨୨ ତାରିଖରୁ ଆମ୍ବେଦକ କଲେଜରେ ଆଇଓ୍ବାଇଡିପି ଦ୍ବରା ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜନ ହୋଇଥିଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକର୍ମ । ଛାତ୍ରଛାତ୍ରୀ ମାନଙ୍କୁ ପାଠ ସହିତ ଖେଳ କୁଦ , ସାଂସ୍କୃତିକ କାର୍ଯ୍ୟକର୍ମ ଓ ସାମାଜିକ କାମରେ ଆଗକୁ ନେବାକୁ କଲେଜ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଛାତ୍ରଛାତ୍ରୀମାନେ କଲେଜରେ ବିଭିନ୍ନ ଖେଳ, ସାଂସ୍କୃତିକ କାର୍ଯ୍ୟକର୍ମ ସହିତ ସାମାଜିକ କାମର ପ୍ରତିଯୋଗୀତାରେ ଭାଗନେଇଥିଲେ ସେମାନଙ୍କ ପ୍ରତିଭା ଦେଖାଇଥିଲେ । ଛାତ୍ର ଛାତ୍ରୀମାନେ କିଭଳି ଦେଶ ଗଢିବାରେ ସେମାନଙ୍କ ସହଭାଗୀତା ରହିବ ତା ଉପରେ ମନ୍ତ୍ରୀ ଅଶୋକ ପଣ୍ତା ତାଙ୍କ ଭାଷଣରେ କହିଥିଲେ । ଆମ୍ବେଦକର କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ନାୟକ କହିଛନ୍ତି ଏହି କାର୍ଯ୍ୟକର୍ମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷା ସହିତ ଅନ୍ୟ ବିଭିନ୍ନ କ୍ଷେତ୍ରରେ ପିଲାଙ୍କ ପାରଦର୍ଶିତା ଲାଭ କରିବା । କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରତାପ ମହାନ୍ତି ସ୍ବାଗତ ଭାଷଣ ଦେବା ସହିତ ଅତିଥି ପରିଚୟ କରାଇଲେ । କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ନାୟକ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକର୍ମ ଉପରେ ଆଲୋକପାତ କରିଥିଲେ । ରାଜ୍ୟର ବିଭିନ୍ନ କଲେଜ ମାନଙ୍କରେ ଏପରି କାର୍ଯ୍ୟକର୍ମକୁ ସ୍ବାଗତ କରିଛନ୍ତି ଅଧ୍ୟକ୍ଷ ରାଜେନ୍ଦ୍ର ନାୟକ । କଲେଜରେ ହୋଇଥିବା ଏହି କାର୍ଯ୍ୟକର୍ମକର ନେଡାଲ ଅଫିସର ଥିଲେ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ । ଅନ୍ୟମାନଙ୍କ ଭିତରେ କଲେଜର ଅଧ୍ୟାପକ ଶରତ ସାହୁ , ବନମାଳି ସ୍ବାଇଁ , ଅମର ସାହୁ , ସମର ପଟ୍ଟନାୟକ ଓ ଅଧ୍ୟାପିକା ଦେବସ୍ମିତା ବେହେରା ଦୀପ୍ତିମଇ ଦାସ କାର୍ଯକର୍ମକୁ ପରିଚାଳନ କରିଥିଲେ । ଶୁସମା ମଞ୍ଜରୀ ଦେଇ ମଞ୍ଚ ପରିଚାଳନା କରିଥିଲେ.
JOIN NEW BHUBANESWAR PRESS CLUB  :   9439177630