ହିନ୍ଦୋଳ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ : Ommtv

ହିନ୍ଦୋଳ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ହିନ୍ଦୋଳ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ : Ommtv

ହିନ୍ଦୋଳ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ : Ommtv

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ 31ତାରିଖ ଦିନ ମହାବିଦ୍ୟାଳୟ ସଭାଗୃହରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି l ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ବ୍ରଜକିଶୋର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଲୌହ ମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜାତୀୟ ଅଖଣ୍ଡତା, ଏକତା ଓ ସଂହତି ବଜାଇ ରଖିବା ପାଇଁ ଉପସ୍ଥିତ ସ୍ଵେଛାସେବୀ ମାନଙ୍କୁ ଶପଥ ପାଠ କରାଇବା ସହ ସ୍ୱାଧୀନତା ପରବର୍ତ୍ତୀ ସମୟେ ଦେଶୀୟ ରାଜ୍ୟ ସମିଶ୍ରଣରେ ସର୍ଦ୍ଦାର ପଟେଲଙ୍କ କାଳଜୟୀ ପ୍ରଚେଷ୍ଟା ଦ୍ୱାରା ଅଖଣ୍ଡ ଭାରତ ଗଠନର ସ୍ୱପ୍ନ ସାକାର ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଇତିହାସ ବିଭାଗର ଅଧ୍ୟାପକ ଡ଼. ମହେନ୍ଦ୍ର କୁମାର ସ୍ୱାଇଁ ଓ ଗଣିତ ବିଭାଗର ଅଧ୍ୟାପକ ଦୀପକରଞ୍ଜନ ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ପଟେଲଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଏକ ଅନୁସନ୍ଧାନତ୍ମକ ବକ୍ତବ୍ୟ ସ୍ବେଛାସେବୀ ମାନଙ୍କୁ ଅବଗତ କରାଇଥିଲେ l ପରିଶେଷରେ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l