Paika News : Ommtv

Paika News

Paika News : Ommtv

www.ommtv.in (ଢେଙ୍କାନାଳ ଶଶିକାନ୍ତ ଗଡନାୟକ) : ପାଇକ ବିଦ୍ରୋହ ୧୮୧୭ ର ୨୦୫ ବର୍ଷ ପୂର୍ତ୍ତୀ ପାଳନ ଅବସରରେ କ୍ଷତ୍ରିୟ ଖଣ୍ଡାୟତ ପରିବାର ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଢେଙ୍କାନାଳ ସ୍ଥିତ ହୋଟେଲ ଆର୍ କେ ଏଜେନ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଯୁବ ସଂଗଠକ ରାଜ କିଶୋର ବେହେରା ଙ୍କ ଆବାହକତ୍ବରେ ଓ ରାଜ୍ଯ ସଭାପତି ସରୋଜ ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟର ୯ ଗୋଟି ଜିଲ୍ଲା ମଧ୍ୟରୁ ବିଭିନ୍ନ କ୍ଷତ୍ରିୟ ଖଣ୍ଡାୟତ ସଂଗଠନ ର ପ୍ରତିନିଧି କର୍ମକର୍ତ୍ତା ମାନେ ଯୋଗ ଦେଇ ରାଜ୍ୟରେ ଏକ ଶକ୍ତିଶାଳୀ କ୍ଷତ୍ରିୟ ଖଣ୍ଡାୟତ ସଂଗଠନ ଗଢିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। କଳିଙ୍ଗ ପାଇକ ସମାଜ ପକ୍ଷରୁ ସଭାପତି ରତିକାନ୍ତ ଗଡନାୟକ ଯୋଗ ଦେଇ ଏହି ସଂଗଠନ କୁ ରାଜନୀତି କରଣ କରା ନଯାଇ କେବଳ ରାଜ୍ୟରେ ଥିବା ୬୦ ଭାଗରୁ ଅଧିକ ଥିବା କ୍ଷତ୍ରିୟ ଖଣ୍ଡାୟତ ପାଇକ ଚଷା ପରିବାର ମାନଙ୍କୁ ସଙ୍ଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ଲଢେଇ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ। ଚଳିତ ମାସ ଶେଷ ଭାଗରେ ଏଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଜାନୁୟାରୀ ଶେଷ ସୁଦ୍ଧା କଟକ ବାଲିଯାତ୍ରା ପଡିଆରେ ସର୍ବ ଭାରତୀୟ କ୍ଷତ୍ରିୟ ଖଣ୍ଡାୟତ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସଭାପତି ଘୋଷଣା କରିଥିଲେ। ଚଳିତ ସପ୍ତାହ ମଧ୍ୟରେ ନବ ଗଠିତ ୨୧ ଜଣ ବିଶିଷ୍ଟ ଜିଲ୍ଲା ସ୍ତରୀୟ କୋର୍ କମିଟି ରାଜ୍ୟ ସମ୍ମିଳନୀ ତାରିଖ ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି। ଏହି କୋର୍ କମିଟିରେ ରାଜୀବ ଲୋଚନ ସିଂହଦେଓ, ରାଜ କିଶୋର ବେହେରା, ବାହାଦୁର ପାଟ୍ଟଶାଣୀ, ରତିକାନ୍ତ ଗଡନାୟକ, ରମେଶ ସାମଲ, ପ୍ରିୟବ୍ରତ ଗଡନାୟକ, ରମାକାନ୍ତ ଜେନା, ହାପି ଗଡନାୟକ,ସ୍ମିତାରାଣୀ ସାମଲ ପ୍ରମୂଖ ୨୧ ଜଣ ଦକ୍ଷତା ସମ୍ପନ୍ନ ସଂଗଠକ ମାନେ ସ୍ଥାନ ପାଇଛନ୍ତି।