ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ : Ommtv Round The Clock

ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ : Ommtv Round The Clock

ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ : Ommtv Round The Clock

ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ : Ommtv Round The Clock

ଭୁବନେଶ୍ୱର,୪ା୪ ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ
ପ୍ରେସଛକ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ
ନାଗରିକ ଜନକର ସାହୁଙ୍କ ଦ୍ୱାରା ଆୟୋଜିତ ଚତୁଦ୍ଦର୍ଶ ବାର୍ଷିକ ଅଷ୍ଟପ୍ରହର
ନାମଯଜ୍ଞ ତିନିଦିନ ଧରି ଚାଲିଥିଲା । ପ୍ରଥମ ଦିନ କଳସ ଯାତ୍ରା ହୋଇ ସପ୍ତମ
ବାଟାଲିୟନ ପୁଷ୍କରଣୀରୁ ପାଣି ଗ୍ରହଣ ପରେ ଅଧିବାସ ଓ ଦ୍ୱିତୀୟ ଦିନ ନାମଯଜ୍ଞ
ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ ନଗର କୀର୍ତ୍ତନ କଇାଯାଇ ଗଜପତି ନଗର
ପରିକ୍ରମା କରିଥିଲେ । ଏଥିରେ କର୍ତ୍ତା ଭାବେ ସମାଜସେବୀ ପ୍ରସନ୍ନ କୁମାର ସାହୁ ଓ
୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ ନିଷ୍ଠାର ସହ ପୂଜାର୍ଚ୍ଚନା, ନାମଯଜ୍ଞ
କରି ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ କୁମାର
ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ
କର୍ପୋରେଟର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ୧୨ ନମ୍ବର ଓାର୍ଡର
ବହୁ ଜନସାଧାରଣ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପ୍ରସାଦ
ସେବନ କରିଥିଲେ ।