ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ...ପ୍ରଦ୍ୟୁମ୍ନ ବଳ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ :Ommtv

ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ...ପ୍ରଦ୍ୟୁମ୍ନ ବଳ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ

ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ...ପ୍ରଦ୍ୟୁମ୍ନ ବଳ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ :Ommtv

ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହ...ପ୍ରଦ୍ୟୁମ୍ନ ବଳ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ :Ommtv

ପ୍ରଦ୍ୟୁମ୍ନ ବଳ ଜଣେ ଆଦର୍ଶ ମଣିଷ ଥିଲେ। ରାଜନୀତି ହେଉ କିମ୍ବା ସାମ୍ବାଦିକତା ସେ କଦାପି ନିଜ ଆଦର୍ଶ ସହିତ ସାଲିସ କରିନଥିଲେ। ଆଜିର ଯୁବ ସମାଜ ଲାଗି ସେ ଏକ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ବରେ ପ୍ରଗତିବାଦୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ବଳଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରର୍ଦ୍ଧାଞ୍ଜଳୀ ଅର୍ପଣକରି କହିଲେ ପ୍ରଦ୍ୟୁମ୍ନ ବଳ ଜଣେ ଅନୁଷ୍ଠାନ ନିର୍ମାଣକାରୀ ମଣିଷଥିଲେ। ପ୍ରଗତିବାଦୀ ସହ ସେ କିଟ ଭଳି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତିଥିଲେ। ଯାହା ଆଜି ସମଗ୍ର ଭାରତରେ ସୁନାମ ଅର୍ଜନ କରିଛି। ଏହି ଅବସରରେ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପାଇଥିବା ସର୍ବୋଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂ ଓ ସେବା ସମ୍ମାନରେ ସମ୍ମାନୀତ ବାଞ୍ଛାନିଧି ମହାନ୍ତିଙ୍କ ସମେତ ସମସ୍ତ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟବକ୍ତାଭାବେ ବିଶିଷ୍ଠ ସାମ୍ବାଦିକ ତଥା ଦ ଓୟାରର ସମ୍ପାଦକ ସିଦ୍ଧାର୍ଥ ବର୍ଦ୍ଧରାଜନ ବର୍ତ୍ତମାନର ଗଣତନ୍ତ୍ର ଓ ପ୍ରେସ ସ୍ବାଧୀନତା କିପରି ବିପଦରେ ରହିଛି ତା ଉପରେ ମତ କରିଥିଲେ।

ସମ୍ମାନିତ ଅତିଥିଭାବେ କୃଷିମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ମଧ୍ୟ ଗଣତନ୍ତ୍ର ଓ ପ୍ରେସ ସ୍ବାଧୀନତାର କଣ୍ଠରୋଧ ବିଷୟରେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ସର୍ବାଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂଙ୍କୁ ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଅତୁଟ ବନ୍ଧନ ଅନୁଷ୍ଠାନ, ସର୍ବୋଦୟ କର୍ମୀ ବାଞ୍ଛାନିଧୀ ମହାନ୍ତି, ସମାଜସେବୀ ଲକ୍ଷ୍ମୀଧର ଦାଶ, ଡାକ୍ତର ପ୍ରଭାତ କୁମାର ଦାଶ, ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ପ୍ରଦ୍ୟୁମ୍ନବଳ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧୀ ପ୍ରତାପ କୁମାର ଦାସଙ୍କୁ ସାମ୍ବାଦିକତା ସମ୍ମାନ, ଜାତୀୟସ୍ତରର କବାଡି ଖୋଳାଳି ନମିତା ଭୋଇ ଏବଂ ଜି. ଲେୈଲା ରେଡ୍ଡୀ, ଏବଂ ଉମାକାନ୍ତ ଦାସ ଓ ଭୀଷ୍ମ କୁମାର ଦାସଙ୍କୁ ପ୍ରଗତିବାଦୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ନ୍ୟାସନାଲ ଗାନ୍ଧୀ ମ୍ୟୁଜିୟମର ନିର୍ଦ୍ଦେଶକ ଆଲାଗାନ ଆନ୍ନାମଲାଇ, ସର୍ବୋଦୟ ଓ ଭୂଦାନ କର୍ମୀ କୃଷ୍ଣ ସିଂ, ପ୍ରଗତିବାଦୀ ଅଧ୍ୟକ୍ଷା ଶାଶ୍ବତୀ ବଳ, ପ୍ରଗତିବାଦୀର ନିର୍ଦ୍ଦେଶିକା ଡ. ମୋନା ଲିସା ବଳ ଉପସ୍ଥିତଥିଲେ। ପ୍ରଦ୍ୟୁମ୍ନବଳ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ଧନ୍ୟବାଦ ଅର୍ପଣକରିଥିଲେ। ଶେଷରେ ଅନୁଗୁଳ ବାଜି ରାଉତ ଛାତ୍ରବାସର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନାଟକ ମୁକ୍ତ ଧରା ପରିବେଷଣ କରାଯାଇଥିଲା।